ଦେଶ ବିଦେଶ

ମାନବ ସଭ୍ୟତା ପ୍ରତି ବିପଦ ନୁହେଁ ଏଆଇ

ବିଭିନ୍ନ ଅସାଧ୍ୟ ସାଧନ କରିବାରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଉପଯୋଗ ଅପରିହାର୍ଯ୍ୟ ହୋଇପଡ଼ିଛି। ତେବେ ଏହାର ବହୁଳ ବ୍ୟବହାର ମାନବ ସମାଜ ପାଇଁ ବିପଜ୍ଜନକ ବୋଲି ଅନେକ ଭବିଷ୍ୟବାଣୀ ଶୁଣିବାକୁ ମିଳେ। ବହୁ ବୈଜ୍ଞାନିକ କଥାବସ୍ତୁରେ ହାଲ୍-୯୦୦୦, ଦି ମାଟ୍ରିକ୍ସ, ସ୍କାଇନେଟ୍, ଗ୍ଳାଡସ୍, ସାଇଲନ୍ସ ଓ ହ୍ୟୁମାନିଟି ପରି ଏଆଇ ଆଧାରିତ ରୋବଟ୍ କିପରି ପ୍ରତାରକ ସାଜି ନିଜର ସ୍ରଷ୍ଟା ମଣିଷ ଉପରେ ଦାଉ ସାଧୁଛନ୍ତି ତାହା ବର୍ଣ୍ଣନା କରାଯାଇଛି।

ତେଣୁ ଏଆଇର ବୈପ୍ଳବିକ ବିକାଶ ଆମ ମନରେ ଆତଙ୍କ ଭରିଦେବା ସ୍ବାଭାବିକ। ଏଥି ସହିତ ଚାଟ୍ଜିଟିପି ପରି ଅତି ମାର୍ଜିତ ଲାର୍ଜ ଲାଙ୍ଗୁଏଜ୍ ମଡେଲ (ଏଲ୍ଏଲ୍ଏମ୍)ର ବିକାଶ ଏହି ପ୍ରଶ୍ନକୁ ଆହୁରି ପ୍ରାଞ୍ଜଳ କରିଦେଇଛି। ଏଭଳି ଅନୁମାନ ଓ ପରିକଳ୍ପନାରେ ମାନବ ସମାଜ ତ୍ରସ୍ତ ହୋଇ ରହିଥିବା ବେଳେ ଏକ ନୂତନ ଅନୁଧ୍ୟାନ ଏକ ଖୁସି ଖବର ଆଣିଛି। ଜର୍ମାନୀର ଦାର୍ମସ୍ତାତ ବିଶ୍ବବିଦ୍ୟାଳୟ ଓ ୟୁକେର ବାଥ୍ ବିଶ୍ବବିଦ୍ୟାଳୟର ଗବେଷକମାନେ ଚଳାଇଥିବା ଗବେଷଣା ଅନୁଯାୟୀ, ଏଆଇ ଆଧାରିତ ରୋବଟ୍ମାନେ ଆଦୌ ପ୍ରତାରକ ହୋଇପାରିବେ ନାହିଁ। ଏହି ଏଆଇ ମଡେଲ୍ଗୁଡ଼ିକ ନିର୍ଦ୍ଦିଷ୍ଟ ପ୍ରୋଗ୍ରାମିଂରେ ସୀମିତ ଥାଆନ୍ତି ଏବଂ କୌଣସି ନିର୍ଦ୍ଦେଶ ବିନା ନୂତନ କୌଶଳ ଆହରଣ କରିପାରନ୍ତି ନାହିଁ।

ଏଆଇ ମଡେଲ୍ଗୁଡ଼ିକ ନିର୍ଦ୍ଦିଷ୍ଟ ପ୍ରୋଗ୍ରାମିଂରେ ସୀମିତ ଏବଂ କୌଣସି ନିର୍ଦ୍ଦେଶ ବିନା ନୂତନ କୌଶଳ ଆହରଣ କରିପାରନ୍ତି ନାହିଁ। ସୁତରାଂ ସେମାନେ ସବୁଦିନ ମନୁଷ୍ୟର ନିୟନ୍ତ୍ରଣାଧୀନ ରହିବେ।

ସୁତରାଂ ସେମାନେ ସବୁଦିନ ମନୁଷ୍ୟର ନିୟନ୍ତ୍ରଣ ଅଧୀନରେ ରହିଥିବେ ବୋଲି କୁହାଯାଇଛି। ଗବେଷକମାନଙ୍କ କହିବା କଥା, ଆମମାନଙ୍କର ଭୟ ଏଇଆ ଯେ, ଦିନକୁ ଦିନ ନୂଆ ନୂଆ ଏଆଇ ମଡେଲ ବିକଶିତ ହେବାରେ ଲାଗିଛି, ଯାହା ଆମେ କଳ୍ପନା କରିପାରୁ ନଥିବା ସମସ୍ୟାଗୁଡ଼ିକର ସଫଳ ସମାଧାନ କରିପାରୁଛି। ସୁତରାଂ ସେମାନେ ଖୁବ୍ ଶୀଘ୍ର ଯୋଜନା ପ୍ରସ୍ତୁତ କରିବା ଓ ସିଦ୍ଧାନ୍ତ ନେବା ଭଳି ବିପଦପୂର୍ଣ୍ଣ ଦକ୍ଷତା ହାସଲ କରିପାରିବେ ବୋଲି ଆମର ଆଶଙ୍କା। ତେବେ ସଦ୍ୟ ଅନୁଧ୍ୟାନ ଅନୁଯାୟୀ, ଏଆଇ ମଡେଲ୍ଗୁଡ଼ିକ କୌଣସିମତେ ଆମ ନିୟନ୍ତ୍ରଣ ବାହାରକୁ ଖସି ଯାଇପାରିବେ ନାହିଁ କି ଆମ ପାଇଁ ବିପଦ ସୃଷ୍ଟି କରିପାରିବେ ନାହିଁ। ଗବେଷକମାନେ ଚାରି ପ୍ରକାରର ଏଲ୍ଏଲ୍ଏମ୍ ମଡେଲକୁ ବିଭିନ୍ନ ଜଟିଳ କାର୍ଯ୍ୟ କରିବାର ନିର୍ଦ୍ଦେଶ ଦେଇ ଏପରି ନିର୍ଯାସ ପାଇପାରିଛନ୍ତି। ଅପରପକ୍ଷେ, ଏଗୁଡ଼ିକୁ ବ୍ୟବହାର କରୁଥିବା ଖୋଦ୍ ମଣିଷ ହିଁ କମ୍ ବିଶ୍ବାସଭାଜନ ବୋଲି ଗବେଷକମାନେ ସତର୍କ କରାଇ ଦେଇଛନ୍ତି। ସେଗୁଡ଼ିକୁ ବ୍ୟବହାର କରି ଖଳ ଲୋକମାନେ ବିପୁଳ କ୍ଷତି କରିପାରନ୍ତି। ମିଛ ଖବର ପ୍ରସାରଣ ତାହାର ଏକ ବିପଦପୂର୍ଣ୍ଣ ଉଦାହରଣ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button