ଦ୍ବିତୀୟ ପତ୍ନୀଙ୍କୁ ବି ଛାଡ଼ପତ୍ର ଦେଲେ କରଣ – Utkal Mail
ନୂଆଦିଲ୍ଲୀ: ଟେଲିଭିଜନ ଦୁନିଆରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଅଭିନେତା କରଣ ବୀର ମେହରାଙ୍କ ପୁଣିଥରେ ବିବାହ ବିଚ୍ଛେଦ ହୋଇଯାଇଥବା ଖବର ମିଳିଛି। କାରଣ ଏହି ବିଚ୍ଛେଦ କରଣଙ୍କ ଦ୍ବିତୀୟ ବିବାହ ବିଚ୍ଛେଦ ବୋଲି କୁହାଯାଉଛି।
ଜାନୁଆରି ୨୦୨୧ରେ କରଣ ନିଧି ସେଠଙ୍କୁ ବିବାହ କରିଥିଲେ। ବିବାହକୁ ୨ବର୍ଷ ପୂରିଥିବା ବେଳେ ଅଭିନେତାଙ୍କ ବିବାହ ବିଚ୍ଛେଦ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ଖବର ଶୁଣି ଅଭିନେତାଙ୍କ ଫ୍ୟାନ୍ସମାନେ ଚକିତ ହୋଇଯାଇଛନ୍ତି।
ଶୁଣିବାକୁ ମିଳିଛି କି, କରଣ ନିଧିଙ୍କୁ ବିବାହ କରିବାର କିଛିଦିନ ମଧ୍ୟରେ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। କରଣ ଓ ନିଧି ଅନେକ ଚିନ୍ତା କରିବା ପରେ ସହମତିରେ ଏହି ବିବାହ ବିଚ୍ଛେଦ ହୋଇଛି।
ଏହି ବିଚ୍ଛେଦ ପରେ କରଣ ମୁମ୍ବାଇରେ ନିଜର ସୋ’ ‘ବାତେ କୁଛ ଅନକହି ସି’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ସେହିପରି ନିଧି ତାଙ୍କର ପରିବାରଲୋକଙ୍କ ସହିତ ବେଙ୍ଗାଲୁରୁ ପଳାଇଯାଇଛନ୍ତି।
କରଣ ବିବାହ ବିଚ୍ଛେଦକୁ ନେଇ ପ୍ରତକ୍ରିୟା ଦେବାକୁ ମନା କରି ଦେଇଥିବା ବେଳେ ନିଧିଙ୍କ ସହିତ ତାଙ୍କ ସମ୍ପର୍କ ଭାଙ୍ଗି ଯାଇଥିବା କଥାକୁ ସ୍ପଷ୍ଟ କରିଛନ୍ତି।
ଏହି ଘଟଣାକୁ ନେଇ ନିଧି କହିଛନ୍ତି, ‘ହଁ ଆମର ବିବାହ ବିଚ୍ଛେଦକୁ ତିନିମାସ ହୋଇଯାଇଛି। ଆମେ ଦୁହେଁ ବର୍ଷେ ହେବ ଅଲଗା ରହୁଥିଲୁ। ମୋ ମତରେ ଯେଉଁ ସମ୍ପର୍କରେ ସମ୍ମାନ ନାହିଁ, ବୁଝାମଣା ନାହିଁ ସେ ସମ୍ପର୍କରେ ରହି ଅଶାନ୍ତି ହେବା ବଦଳରେ ଦୂରେଇ ଯିବା ଭଲ।’