ବିଚାର

ଭାଇରାଲ ହେଲା ଅଜବ ବିବାହ କାର୍ଡ, ରଖିବେ ତିନି 3ଟି ରିସେପ୍ସନ, ଲେଖିଲେ- ‘ଆମ୍ବାନୀ ଠାରୁ କମ ନୁହେଁ ଆମେ…’

ବିବାହ ସିଜନ ଆସି ଗଲାଣି, ନଭମ୍ବର ଓ ଡିସମ୍ବର ରେ ଏହି ଥର ବିବାହ ପାଇଁ କେତେ ମୁହୂର୍ତ ଅଛି । ଏହି ସମୟରେ ଗୋଟେ ବିବାହ କାର୍ଡ ଭାଇରାଲ ହୋଇଛି, ଯାହା ପଢିଲେ ଆପଣଙ୍କ ର ହସି ହସି ପେଟ ଦରଜ ହୋଇ ଯିବ । ସୋସିଆଲ ମିଡିଆ ରେ ଏହି କାର୍ଡ ଫଟୋ କୁ କାମେଡିୟନ ଅକ୍ଷର ପାଠକ ଶେୟର କରିଛନ୍ତି ।

ଦେଖନ୍ତୁ ବିବାହ କାର୍ଡରେ ଲେଖା ହୋଇଥିବା ସନ୍ଦେଶ

ଏହି କାର୍ଡକୁ ସବୁଠାରୁ ସତ୍ୟ ବିବାହ କାର୍ଡ ବୋଲି କୁହା ଯାଉଛି, ବିବାହ କାର୍ଡ ପ୍ରଥମ ପେଜରେ ‘ଅମ୍ବାନୀ ଠାରୁ କମ ନୁହେଁ ଆମେ’ ଲେଖା ହୋଇଛି । ଏହି କାର୍ଡ ତଳେ ଲେଖା ହୋଇଛି ‘କୃପା କରି ଉପହାର ଆଣନ୍ତୁ ନାହିଁ କେବଳ କ୍ୟାସ ଆଣନ୍ତୁ’ । ଆମେ ୧୮ଟି ଜୁଷର କଣ କରିବୁ” । ଏହି ବିବାହ କାର୍ଡକୁ ସୋଶିଅଲ ମିଡିଆ ପ୍ଲାଟଫର୍ମ ରେ ଶେୟର କରା ଯାଉଛି ।

କାର୍ଡ ପ୍ରଥମ ପେଜ ରେ ଲେଖା ହୋଇଛି “ଆମେ କେତେ ଖର୍ଚ୍ଚ କରିଛୁ । ଆପଣ କାର୍ଡ ଦେଖି ଜାଣି ପାରୁଥିବେ, ଆମ୍ବାନୀ ଠାରୁ କମ ନୁହେଁ ଆମେ ।” କାର୍ଡରେ ବିବାହ ତାରିଖ ୬ ଡିସେମ୍ବର ଲେଖା ହୋଇଛି । ଏହା ସହ ଲେଖା ହୋଇଛି “ଏହି ଦିନଟି ଶୁଭ ଅଟେ, ସେଥିପାଇଁ ଏହି ଦିନ ୨୨ ହଜାର ବିବାହ ଅଛି ଓ ଆପଣ ଟ୍ରାଫିକରେ ଘଣ୍ଟେ ଫସିକି ରହିବେ ।”

 

ବିବାହ କାର୍ଡ ଦ୍ଵିତୀୟ ପେଜରେ ମଜାକ ଭାବରେ ରିସେପସନ ସମୟ ଲେଖା ହୋଇଛି, ଦ୍ଵିତୀୟ ପେଜ ଆରମ୍ଭରେ ଲେଖା ହୋଇଛି “ଯଦି ଦୀପିକା-ରଣବିର ୬ଟି ଫଙ୍କଶନ କରି ପାରନ୍ତି, ପ୍ରିୟଙ୍କା ନିକ ୮ଟି ଫଙ୍କଶନ କରି ପାରନ୍ତି ତେବେ ଆମେ ମଧ୍ୟ ଦୁଇ ତିନିଟି ରିସେପ୍ସନ କରିବୁ” ରିସେପ୍ସନ ସମୟ ସନ୍ଧ୍ୟା ୭ଟା ଲେଖା ହୋଇଛି, ଏହା ସହ ତଳେ ଲେଖା ହୋଇଛି “ଆମେ ନିଜେ ୮::୩୦ରେ ଆସିବୁ” ।

ଅନ୍ତିମ ପେଜରେ ମ୍ୟାପ ଦ୍ଵାରା ବିବାହ ଜାଗା ଲୋକେସନ କରା ଯାଇଛି, ଏହା ସହ ଲେଖା ହୋଇଛି “ଏହି ମ୍ୟାପ ଭରସା ରେ ଆସନ୍ତୁ ନାହିଁ ରାସ୍ତାରେ କେଉଁଠୁ ବୁଝି ଦିଅନ୍ତୁ” । ଅକ୍ଷର ପାଠକଙ୍କ ଏହି ଟ୍ଵିଟ ବହୁତ ଭାୟରଲ ହୋଇଛି, ସେ ଏହି ଫଟୋଙ୍କୁ ଟ୍ଵିଟର ଉପରେ ୧୧ନଭେମ୍ବର କୁ ଶେୟର କରିଥିଲେ, ଯାହାର ୧୧ହଜାରରୁ ଅଧିକ ଲାଇକ୍ସ ଏବଂ ୩ହଜାରରୁ ଅଧିକ ଋ-ଟ୍ଵିଟ୍ସ ହୋଇ ଯାଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button