ବିଚାର

ମୃତ୍ୟୁ ଛଡା ସବୁ ରୋଗର ଚିକିତ୍ସା ଅଛି ଏହି ଗଛରେ, ଏହାର ଫାଇଦା ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ

ଆଜି ଆମେ ଆପଣଙ୍କୁ ଯେଉଁ ଗଛ ବିଷୟରେ କହିବାକୁ ଯାଉଛୁ ତାହା ଭାରତ ବର୍ଷ ସବୁ କ୍ଷେତ୍ର ରେ ମିଳିଥାଏ, ଆମେ ଯେଉଁ ଗଛ ବିଷୟରେ ଆପଣଙ୍କୁ କହୁଅଛୁ ତା ନାମ ବଥୁଆ ଅଟେ । ଏହି ଗଛ ବହୁତ ଗୁଣବାନ ହୋଇଥାଏ,ଏହା ବହୁତ ବଡ ବଡ ରୋଗକୁ ଭଲ କରିବା ପାଇଁ ବ୍ୟବହାର କରା ଯାଏ କାହିଁକିନା ଏଥିରେ କେଲ୍ଶିଅମ, ପୋଟାସିୟମ, ଆଇରନ ଏବଂ କେତେକ ଅନ୍ୟ ପୌଷ୍ଟିକ ତତ୍ଵ ଭଣ୍ଡାର ଥାଏ । ତେବେ ଆସନ୍ତୁ ଜାଣିବା ଏହାର ଲାଭକାରୀ ଗୁଣ ବିଷୟରେ ଏବଂ ଏହାକୁ କେଉଁ କେଉଁ ରୋଗ ପାଇଁ ବ୍ୟବହାର କରା ଯାଏ ।

ଆଁଠୁ ଗଣ୍ଠି ଦରଜ :

ଯେଉଁ ଲୋକଙ୍କ ଆଁଠୁ ଗଣ୍ଠି ଦରଜ ହୋଇଥାଏ ତାଙ୍କୁ ୧୦ ଗ୍ରାମ ବଥୁଆ ମଞ୍ଜି ଓ ୨୦୦ ମିଲିଲିଟର ପାଣିରେ ଫୁଟେଇ ଏହାକୁ ୫୦ ମିଲି ଲିଟର ହବା ଯାଏଁ ଫୁଟାନ୍ତୁ ଓ ଏହା ପରେ ଏହି ମିଶ୍ରଣକୁ ଗରମ ଗରମ ସେବନ କରନ୍ତୁ । ଗୋଟେ ମାସ ଯଦି ଆପଣ ଏହି ଭଳି କରନ୍ତି ତେବେ ଆପଣଙ୍କ ଆଁଠୁ ଗଣ୍ଠି ବିନ୍ଧା ଅସୁବିଧା ଦୂର ହୋଇଥାଏ ଏବଂ ଆପଣଙ୍କୁ ଆରାମ ମିଲି ଥାଏ, ଯଦି ଆପଣଙ୍କୁ କେଉଁ ଜାଗାରେ ମାଡ ଦ୍ଵାରା ଦରଜ ହୋଇଯାଇଛି ତେବେ ଏହାର ତାଜା ପତ୍ର ନେଇ ବାଟି ଗରମ କରି ନିଅନ୍ତୁ ଏବଂ ଦରଜ ଜାଗାରେ ଲଗାନ୍ତୁ ଦେଖିବେ ଆପଣଙ୍କୁ ବହୁତ ଆରାମ ମିଳିବ ।

ପେଟ ରୋଗ ଦୂର ହୋଇଥାଏ :

ଯେ ପର୍ଯ୍ୟନ୍ତ ଆପଣଙ୍କୁ ବଥୁଆ ମିଳୁଅଛି ଏହାକୁ ସେବନ କରନ୍ତୁ ସବୁଠାରୁ ଭଲ ଏହାକୁ ଫୁଟେଇ ଏହାର ପାଣି ସେବନ କରନ୍ତୁ ଏହା ଦ୍ଵାରା ଆପଣଙ୍କୁ କୌଣସି ପ୍ରକାର ପେଟ ରୋଗ ହବ ନାହିଁ ଓ ପେଟ ଖରାପରୁ ମଧ୍ୟ ଆରାମ ଦେଇଥାଏ । ଗ୍ୟାସ ସମସ୍ୟା ବା ବାବାଶିର ସମସ୍ଯା ମଧ୍ୟ ଭଲ କରିଥାଏ ।

ବଥୁଆ ଆମ ଶରୀରକୁ ବଳ ପ୍ରଦାନ କରିଥାଏ ଯାହା ଫଳରେ ଆମ ପେଟ ହଜମ କରିବା ଶକ୍ତି ପାଇଥାଏ ଏବଂ କୌଣସି ପ୍ରକାର ଅସୁବିଧା ପେଟରେ ହୋଇ ନଥାଏ । ଯେଉଁ ଲୋକଙ୍କ ପେଟ ପ୍ରାୟତଃ ଖରାପ ହୋଇଥାଏ ତାଙ୍କୁ ବଥୁଆ ଶାଗ ପ୍ରତିଦିନ ନିୟମ ଅନୁଯାଇ ସେବନ କରିବା ଉଚିତ ଅଟେ, ଯଦି ଆପଣଙ୍କୁ ଷ୍ଟୋନ ସମସ୍ୟା ଅଛି ତେବେ ଆପଣ ପ୍ରତିଦିନ ବଥୁଆ ଶାଗ କଞ୍ଚା ରସ ବାହାର କରି ଚିନୀ ସହ ସେବନ କରନ୍ତୁ ଏହା ଷ୍ଟୋନ ରୋଗ ପାଇଁ ବହୁତ ଭଲ ଚିକିତ୍ସା ଅଟେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button