କ୍ରାଇମ

ଜାରକାରେ ଜାଲ୍ ନୋଟ୍ କାରବାର: ଦମ୍ପତିଙ୍କ ସଂପୃକ୍ତି ଅଭିଯୋଗ, ଗିରଫ ଦାବି – Utkal Mail


ଧର୍ମଶାଳା: କିଛିଦିନ ହେଲା ଜାରକା ଅଞ୍ଚଳରେ ଜାଲ୍ ନୋଟ୍ କାରବାର କରୁଥିବା ଏକ ଦମ୍ପତିଙ୍କୁ ଜାରକା ବିଟ୍ ହାଉସ୍‌ ପୁଲିସ୍‌ ଠାବ କରିଛି। ପୂର୍ବରୁ ଜାଲ୍ ୨ହଜାର ଟଙ୍କିଆ ନୋଟ୍ କାରବାର କରି ଧରାପଡ଼ିଥିବା ଜଣେ ବ୍ୟକ୍ତି ଏବେ ଜାଲ୍ ୨୦୦ଟଙ୍କା ନୋଟ୍ କାରବାର କରୁଛି। ୬ମାସ ପୂର୍ବେ ସେ ଜାରକାର ଲୁଗା ବ୍ୟବସାୟୀ ରାମଚନ୍ଦ୍ର ସାହୁଙ୍କୁ ଖଣ୍ଡେ ୨ହଜାର ଟଙ୍କିଆ ଜାଲ୍ ନୋଟ୍ ଦେଇ ଧରାପଡ଼ିଥିଲେ। ସଂପୃକ୍ତ ବ୍ୟକ୍ତି ଚତୁରତାର ସହ ବ୍ୟବସାୟୀମାନଙ୍କୁ ଖଣ୍ଡେ ଲେଖାଏଁ ଜାଲ୍ ନୋଟ୍ ଦେଇ ଠକୁଥିଲା।

ସେହିପରି ଜାରକାର ଜଣେ ବ୍ୟବସାୟୀ କ୍ରିଷ୍ଣା ମୋହନ ବିଶ୍ବାଳଙ୍କୁ ସଂପୃକ୍ତ ବ୍ୟକ୍ତି ଆଗରୁ ଖଣ୍ଡେ ଜାଲ୍ ନୋଟ୍ ଦେଇଥିଲା। ଗତକାଲି ପୁଣି ଏକ ଜାଲ୍ ୨୦୦ ଟଙ୍କିଆ ନୋଟ୍ ନେଇ ତାଙ୍କୁ ଦେବାରୁ କ୍ରିଷ୍ଣା ଜାରକା ବିଟ୍‌ ହାଉସ୍‌ ପୁଲିସ୍‌କୁ ଜଣାଇଥିଲେ। ସେହିପରି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ୍ ଜାରକା ଶାଖାରେ ଆଜି ଜଣେ ଗ୍ରାହକଙ୍କ ନିକଟରୁ ୨୦୦ ଟଙ୍କାର ଜାଲ୍ ନୋଟ୍ ମିଳିଛି। ଏହି ଜାଲ ନୋଟ୍ କାରବାରରେ ପତ୍ନୀ ଓ ତାଙ୍କ ସଂପର୍କୀୟ ଜ୍ବାଇଁ ସହଯୋଗ କରୁଥିବା ଅଭିଯୋଗ ହୋଇଛି। ପୁଲିସ୍‌ ତୁରନ୍ତ ଜାଲ୍ ନୋଟ୍ କାରବାର କରୁଥିବା ଠକମାନଙ୍କୁ ଗିରଫ କରିବା ପାଇଁ ଦାବି ହୋଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button