ଧର୍ମ

ମଙ୍ଗଳବାର ଦିନ କରନ୍ତୁ ଶ୍ରୀହନୁମାନଙ୍କର ଏହି ଦୁଇଟି ରାମବାଣ ଉପାୟ । ଏହି ଦୁଇ ସହଜ ଉପାୟ ଦ୍ୱାରା ଆପଣଙ୍କ ଜୀବନ ହୋଇଯିବ ସହଜ ।

ସବୁ ଦେବଦେବୀଙ୍କ ଦିନ ଏବଂ ବାର ଭଳି ଭଗବାନ ଶ୍ରୀହନୁମାନଙ୍କ ଦିନ ହେଉଛି ମଙ୍ଗଳବାର । କୁହାଯାଏ ଯେ କେବଳ ଭଗବାନ ଶ୍ରୀହନୁମାନ ହିଁ ସମଗ୍ର ପୃଥିବୀରେ ସ୍ଵଶରୀରରେ ଅଛନ୍ତି । ଭଗବାନ ଶ୍ରୀହନୁମାନଙ୍କୁ ଆରାଧାନ କରି କିଛି ଖାସ ଉପାୟ କରି ପ୍ରସନ୍ନ କଲେ ଆପଣଙ୍କ ଜୀବନରେ କେବେବି କୌଣସି ଅଭାବ ରହିବ ନାହିଁ ଏବଂ ଜୀବନରୁ ସବୁ ପ୍ରକାରର ସଙ୍କଟ ମଧ୍ୟ ଦୂରେଇ ଯିବ । ଶ୍ରୀ ହନୁମାନଙ୍କୁ ମହାଦେବଙ୍କ ଅବତାର କୁହାଯାଏ ତେଣୁ ହନୁମାନଙ୍କୁ ମାତ୍ର କିଛି ସାଧାରଣ ଉପାୟ କରାଯାଇ ପ୍ରସନ୍ନ କରାଯାଇ ପାରିବ ।

୧ . ଶ୍ରୀହନୁମାନଙ୍କୁ ଚୋଲା ଏବଂ ସିନ୍ଦୁର ଚଢ଼ାଇବା ପାଇଁ ମଙ୍ଗଳବାର ଅତ୍ୟନ୍ତ ଉତ୍ତମ ହୋଇଥାଏ । ଏହାଦ୍ବାରା ସବୁ ପ୍ରକାରର ସଙ୍କଟ , ସବୁ ପ୍ରକାରର ସମସ୍ୟା ଦୂର ହୋଇଥାଏ । ତେଣୁ ପ୍ରତ୍ୟେକ ମଙ୍ଗଳବାର ସକାଳୁ ଉଠି ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ଧାରଣ କରି କୌଣସି ହନୁମାନ ମନ୍ଦିର ଯାଇ ଚମେଲି ତେଲ ଏବଂ ସିନ୍ଦୁର ଲେପନ କରି ଦିଅନ୍ତୁ ।

ମାତ୍ର ମହିଳା ମାନେ ଏହା କରିବା ବର୍ଜିତ ଅଟେ । ଶ୍ରୀହନୁମାନ ବ୍ରହ୍ମଚାରୀ ଅଟନ୍ତି । କେବଳ ପୁରୁଷ ମାନେ ହିଁ ଏହି ପୂଜା କରିପାରିବେ । ହନୁମାନଙ୍କ ଆଖି ଏବଂ ମୁହଁ ଛାଡ଼ି ପାଦରୁ ମସ୍ତକ ପର୍ଯ୍ୟନ୍ତ ସିନ୍ଦୁର ଲଗାଇ ଦିଅନ୍ତୁ । କିନ୍ତୁ ଧ୍ୟାନ ଦେବେ ଏହି ସମୟରେ ମନରେ ନିଷ୍ଠା ଏବଂ ପବିତ୍ରତା ରଖି ହନୁମାନ ଚାଳିଶା ପାଠ ଜାରି ରଖନ୍ତୁ ଏବଂ ପରେ ଶ୍ରୀରାମଚନ୍ଦ୍ରଙ୍କ ନାମ ମଧ୍ୟ ଜପ କରନ୍ତୁ ।

୨ . ହନୁମାନଙ୍କୁ ପାନ , ପାନ ବିଡ଼ା ଏବଂ ସୁପାରି ଅର୍ପିତ କରନ୍ତୁ । ଆପଣ ଶ୍ରୀହନୁମାନଙ୍କୁ ହଳଦିଆ ବସ୍ତ୍ର ଅର୍ପିତ କରି ପାରିବେ । ଏହାପରେ ଶ୍ରୀହନୁମାନଙ୍କ ସାମ୍ନାରେ ବସି ସୁନ୍ଦରକାଣ୍ଡ ପାଠ କରି ପାରିବେ । ଏହାଦ୍ବାରା ଜୀବନର କୌଣସିବି ସମସ୍ୟା ଦୂର ହୋଇଯିବ । ମଙ୍ଗଳବାର ପୂଜା ସମୟରେ ସୁନ୍ଦରକାଣ୍ଡ ପାଠ କଲେ ଏବଂ ହନୁମାନଙ୍କୁ ଭୋଗରେ ମୋତି ଲଡୁ କିମ୍ବା ହନୁମାନଙ୍କ ପ୍ରିୟ ଜିନିଷ ଅର୍ପିତ କଲେ ହନୁମାନ ବହୁତ ଜଲଦି ପ୍ରସନ୍ନ ହୁଅନ୍ତି । କିନ୍ତୁ ଏହି ସମୟରେ ଶ୍ରୀହନୁମାନଙ୍କୁ ତାଙ୍କର ପ୍ରିୟ ତୁଳସୀ ଦଳ ଅର୍ପିତ କଲେ ଶ୍ରୀହନୁମାନ ବହୁତ ଜଲଦି ପ୍ରସନ୍ନ ହୁଅନ୍ତି । ଶ୍ରୀହନୁମାନଙ୍କ ପ୍ରିୟ ଜିନିଷ ଅଟେ । ଏହାଦ୍ବାରା ଆପଣଙ୍କ ମନସ୍କାମନା ମଧ୍ୟ ବହୁତ ଜଲଦି ପୂରଣ ହୋଇଯିବ ଏବଂ ସୁଖ ସମୃଦ୍ଧିର ଆଗମନ ମଧ୍ୟ ହେବ ।

୩ . ମଙ୍ଗଳବାର ଦିନ ହନୁମାନଙ୍କ ପୂଜା ସମୟରେ ଶୁଦ୍ଧ ଘିଅ କିମ୍ବା ଚମେଲି ତେଲ ଦୀପ ଅର୍ପିତ କରିବା ସହିତ ସ୍ୱରୂପ କିଛି ଟଙ୍କା ମଧ୍ୟ ରଖି ଦିଅନ୍ତୁ । ଶେଷରେ କର୍ପୂର ଲବଙ୍ଗ ଦେଇ ଆରତୀ କରନ୍ତୁ । ଶ୍ରୀହନୁମାନଙ୍କ ପ୍ରତିମାରୁ ଅଳ୍ପ ସିନ୍ଦୁର ନେଇ ନିଜ ମସ୍ତକରେ ଲଗାନ୍ତୁ । ଏହାଦ୍ବାରା ଆପଣଙ୍କ ମନସ୍କାମନା ନିଶ୍ଚିତ ପୂରଣ ହେବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button