ସ୍ୱାସ୍ଥ୍ୟ

ଅନିୟମିତ ପେରିୟଡ୍ସ ପାଇଁ ଚିନ୍ତିତ ଥିଲେ, କରନ୍ତୁ ଏହି ସହଜ ଉପାୟ- Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ପରିଅଡ୍ସ ଶୀଘ୍ର ଆସିବାର କିଛି ଘରୋଇ ଉପଚାର ସମ୍ବନ୍ଧରେ କହିବୁ । ଋତୁସ୍ରାବ ରେ ଅନିୟମିତତା ଯୋଗୁଁ ଅନେକ ମହିଳା ମାନେ ଚିନ୍ତିତ ହୋଇଯାଇଥାନ୍ତି । ଋତୁସ୍ରାବ ହେବାର ଅନେକ ଗୁଡ଼ିଏ କାରଣ ରହିଛି । ଯଦି କୌଣସି ମହିଳା ଗର୍ଭବତୀ ଥାଆନ୍ତି ତେବେ ଋତୁସ୍ରାବ ହୋଇନଥାଏ । ଏହା ସହିତ ଅନ୍ୟ କାରଣ ମଧ୍ୟ ରହିଛି । ଯଦି କୌଣସି ମହିଳା ଅଧିକ ଷ୍ଟ୍ରେସ ରେ ରହୁଥିବେ ତେବେ ତାଙ୍କ ଋତୁସ୍ରାବ ରେ ଅନିୟମିତତା ଦେଖା ଯାଇଥାଏ ।

ଏହା ସହିତ ୱେଟ୍ ଲସ ଓ ୱେଟ୍ ଗେନ୍ ହେବା ଦ୍ଵାରା ମଧ୍ୟ ଋତୁସ୍ରାବ ହେବାରେ ବିଳମ୍ବ ହୋଇଥାଏ । ଏହା ସହିତ ଯଦି ଆପଣଙ୍କ ଆଖପାଖ ରେ ଥିବା ବାତାବରଣ ରେ ପରିବର୍ତ୍ତନ ହୋଇଥାଏ ତେବେ ଋତୁସ୍ରାବ ହେବାରେ ମଧ୍ୟ ବିଳମ୍ବ ହୋଇଥାଏ ।

ଋତୁସ୍ରାବ ନହେବାର ଅନ୍ୟ ଏକ ମୁଖ୍ୟ କାରଣ ମଧ୍ୟ ରହିଛି ତାହା ହେଉଛି ଯଦି ଆପଣ କୌଣସି ରୋଗରେ ପୀଡ଼ିତ ଅଛନ୍ତି ତେବେ ଆପଣଙ୍କ ଋତୁସ୍ରାବ ରେ ଅନିୟମିତତା ଦେଖା ଯାଇଥାଏ । ଋତୁସ୍ରାବ ଏକ ସପ୍ତାହ ପର୍ଯ୍ୟନ୍ତ ବିଳମ୍ବ ହେଲେ କୌଣସି ଚିନ୍ତା ଜନକ ବିଷୟ ହୋଇନଥାଏ । କିନ୍ତୁ ଯଦି ଏକ ସପ୍ତାହ ରୁ ଅଧିକ ଦିନ ବିଳମ୍ବ ହୋଇଥାଏ ତେବେ ତାହା ଚିନ୍ତା ଜନକ ବିଷୟ ହୋଇଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ଵାରା ମାତ୍ର ଏକ ରୁ ଦୁଇ ଘଣ୍ଟା ମଧ୍ୟରେ ଋତୁସ୍ରାବ ହୋଇଯିବ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୁପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ଋତୁସ୍ରାବ ହେବା ପାଇଁ ବିଭିନ୍ନ ପ୍ରକାର ଘରୋଇ ଉପଚାର ର ପ୍ରୟୋଗ କରା ଯାଇଥାଏ । ଯଦି ଆପଣ କୌଣସି ଗରମ ଜିନିଷ ଯେପରି ଗୁଡ଼, ସପୁରୀ, ଖଜୁରୀ, ଅମୃତଭଣ୍ଡା ଆଦି ଖାଇବା ଦ୍ଵାରା ଶୀଘ୍ର ଋତୁସ୍ରାବ ହେବାରେ ଏହା ସହାୟକ ହୋଇଥାଏ ।

୨. ବନ୍ଧୁଗଣ ଦ୍ବିତୀୟତଃ, ଜୁଆଣି ଆମ ଶରୀର ପାଇଁ ଅତ୍ୟନ୍ତ ଗରମ ଦାୟକ ହୋଇଥାଏ । ତେବେ ଆପଣ ଏକ ଚାମଚ ଜୁଆଣି ନିଅନ୍ତୁ ଏବଂ ଏକ ଗ୍ଲାସ ପାଣି ରେ ପକାଇ ଦିଅନ୍ତୁ । ଏହାକୁ ଗ୍ୟାସ ରେ ଭଲ ଭାବରେ ଫୁଟାଇ ଦିଅନ୍ତୁ । ପରେ ଏହାକୁ ଭଲ ଭାବରେ ଛାଣି ଦିଅନ୍ତୁ । ଏହାପରେ ଏହି ଏକ ଗ୍ଲାସ ଜୁଆଣି ର ପାଣି କୁ ଦିନକୁ ୨ ଥର ସେବନ କରନ୍ତୁ । ଆପଣ ଦେଖିବେ ବହୁତ ଶୀଘ୍ର ଆପଣଙ୍କ ଋତୁସ୍ରାବ ହୋଇଯିବ ।

୩. ବନ୍ଧୁଗଣ ତୃତୀୟତଃ, ଅଦା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ତେବେ ଆପଣ ଏକ ଅଦା ର ଛୋଟ ଛୋଟ ଖଣ୍ଡ କରି ଦିଅନ୍ତୁ ଏବଂ ତା’କୁ ଏକ ଗ୍ଲାସ ପାଣି ରେ ପକାଇ ଗ୍ୟାସ ରେ ଭଲ ଭାବରେ ଫୁଟାଇ ଦିଅନ୍ତୁ । ଏହାପରେ ଏହାକୁ ଭଲ ଭାବରେ ଛାଣି ଦିଅନ୍ତୁ । ଏହି ଅଦା ର ପାଣି କୁ ଆପଣ ସେବନ କରନ୍ତୁ । ଏହା ମଧ୍ୟ ଶୀଘ୍ର ଋତୁସ୍ରାବ ଆଣିବାରେ ସହାୟକ ହୋଇଥାଏ ।

ବନ୍ଧୁଗଣ ଆପଣ ମାନେ ଏହି ୩ ଟି ଘରୋଇ ଉପଚାର କୁ ଗୋଟିଏ ଦିନରେ ଏକା ସାଙ୍ଗରେ ପ୍ରୟୋଗ କରିବେ ନାହିଁ । କୌଣସି ଗୋଟିଏ ଦିନରେ ଗୋଟିଏ ଉପଚାର ହିଁ ପ୍ରୟୋଗ କରନ୍ତୁ । ନଚେତ ଏହା ଆପଣଙ୍କ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଯଦି ଏହି ସବୁ ଉପାୟ ପ୍ରୟୋଗ କରିବା ପରେ ମଧ୍ୟ ଆପଣଙ୍କ ଋତୁସ୍ରାବ ହେଉନାହିଁ ତେବେ ଆପଣ ଡାକ୍ତର ଙ୍କ ସହିତ ପରାମର୍ଶ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button