ଦେଶ ବିଦେଶ

ଦେଶର ପ୍ରଥମ ମୁସଲମାନ ମହିଳା ଯୁଦ୍ଧ ବିମାନ ପାଇଲଟ

ନୂଆଦିଲ୍ଲୀ: ସାନିଆ ମିର୍ଜା! ଇଏ ଟେନିସ ଖେଳାଳି ନୁହଁନ୍ତି। ଉତ୍ତର ପ୍ରଦେଶର ଜଶୋଭର ପରି ଏକ ଗାଁରେ ଜନ୍ମିତ ସାନିଆ। ଏବେ ଅନେକ ଯୁବତୀଙ୍କ ଆଦର୍ଶ ହେବାକୁ ଯାଉଛନ୍ତି। ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଉଡାଇବାକୁ ଯାଉଥିବା ଦେଶର ପ୍ରଥମ ମୁସଲମାନ ମହିଳା ପାଇଲଟ।  ସେ ବାୟୁସେନା ଦ୍ବାରା ଚୟନ ହୋଇଛନ୍ତି ଯୁଦ୍ଧ ବିମାନ ଉଡାଇବାକୁ।

ପାଇଲଟ ଚୟନ ପାଇଁ ଅନୁଷ୍ଠିତ ଏନଡିଏ ପରୀକ୍ଷାରେ ସେ ୧୪୯ ତମ ସ୍ଥାନ ଅଧିକାର କରିଛନ୍ତି। ସାନିଆଙ୍କ ଜନ୍ମ ଏକ ଗରିବ ପରିବାରରେ। ବାପା ତାଙ୍କର ଜଣେ ଟିଭି ମେକାନିକ। ସେ ଅଭନି ଚତୁର୍ବେଦୀଙ୍କୁ ଦେଖି ତାଙ୍କ ପରି ହେବାକୁ ଚାହିଁଥିଲେ। ନିଜ ଲକ୍ଷ୍ୟ ସମ୍ପର୍କରେ ସାନିଆ କହିଛନ୍ତି କି, ସେ  ଫ୍ଲାଇଟ ଲେପ୍ଟନାଣ୍ଟ ଆଭନି ଚତୁର୍ବେଦୀଙ୍କ ଦ୍ବାରା ବହୁ ଭାବେ ପ୍ରଭାବିତ ହୋଇଥିଲେ।  ସେ ଚତୁର୍ବେଦୀଙ୍କ ପରି ହେବାକୁ ଚାହୁଁ ଥିଲେ ବୋଲି କହିଛନ୍ତି। ଏଥିସହ ଆଗକୁ ତାଙ୍କ ଦ୍ବାରା ମଧ୍ୟ ଅନେକ ଯୁବତୀ ଅନୁପ୍ରାଣିତ ହେବେ ବୋଲି ଆଶା କରିଛନ୍ତି ସାନିଆ।

ଚଳିତ ବର୍ଷ ଆରମ୍ଭରେ ଭାରତୀୟ ବାୟୁ ସେନାରେ ପରୀକ୍ଷାମୁଳକ ଯୋଜନାକୁ ସ୍ଥାୟୀ କରିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଥିଲା। ୨୦୧୫ରେ ମହିଳା ପାଇଲଟ ନିଯୁକ୍ତି ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁମତି ଦେଇଥିବା ବେଳେ ୨୦୧୬ରେ  ପ୍ଲାଇଂ ବ୍ରାଞ୍ଚରେ ମହିଳା ଏସଏସସି ଅଧିକାରୀଙ୍କୁ ସାମିଲ କରାଯାଇଥିଲା। ତେବେ ସେହି ସବୁ ପଦବୀ ସ୍ଥାୟୀ ନ ଥିଲା।

ବାୟୁ ସେନାର ଯୁଦ୍ଧ ବିମାନ ଉଡାଇଥିବା ମହିଳାଙ୍କ ମଧ୍ୟରେ ଫ୍ଲାଇଟ ଲେପ୍ଟନାଣ୍ଟ ଶିବାଙ୍ଗୀ ସିଂହ ରାଫେଲ ଉଡାଇଥିବା ପ୍ରଥମ ମହିଳା ପାଇଲର ଗୌରବ ଅର୍ଜ୍ଜନ କରିଥିଲେ। ସେହିପରି ଫ୍ଲାଇଲ ଲେପ୍ଟନାଣ୍ଟ ଭାବନା କାନ୍ଥା ୨୦୨୧ ଗଣତନ୍ତ୍ର ଦିବସ ପ୍ୟାରେଡରେ ବିମାନ ଉଡାଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button