ଶାହାରୁଖ ଖାନଙ୍କ କାମ ପ୍ରତି ଥିବା ନିଷ୍ଠାକୁ ପ୍ରଶଂସା କଲେ ଟେଲି ଅଭିନେତ୍ରୀ ରିଦ୍ଧି ଡୋଗ୍ରା – Utkal Mail
ମୁମ୍ବାଇ: ଅଟଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଯବାନ’ ବକ୍ସ ଅଫିସରେ ଝଡ଼ ସୃଷ୍ଟି କରିଛି ଏବଂ ଭଲ ରୋଜଗାର କରିବାରେ ଲାଗିଛି। ଏହି ଚଳଚ୍ଚିତ୍ରଟି ୨ଦିନରେ ୧୦୦କୋଟିରୁ ଅଧିକ ଆୟ କରିଛି। ଶାହରୁଖ ଖାନ, ନୟନତାରା ଏବଂ ବିଜୟ ସେଥୁପତୀଙ୍କ ଅଭିନୀତ ଚଳଚ୍ଚିତ୍ର ସିନେ ସମୀକ୍ଷକ ତଥା ଦର୍ଶକଙ୍କ ପ୍ରଶଂସା ଗ୍ରହଣ କରୁଛି ଏବଂ ଏହି ଚଳଚ୍ଚିତ୍ରର ସମସ୍ତ କଳାକାରଙ୍କ ଅଭିନୟକୁ ଦର୍ଶକ ପସନ୍ଦ କରୁଥିବା ଦେଖଯାଇଛି।
ଏହି ଚଳଚ୍ଚିତ୍ରରେ ଟିଭି ଅଭିନେତ୍ରୀ ରିଦ୍ଧି ଡୋଗ୍ରା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି। ସେ ‘ଯବାନ’ରେ କାବେରୀ ଆମ୍ମା ଭୂମିକାରେ ଅଭିନୟ କରିଥିବା ଦେଖିବାକୁ ମିଳିଛି। ରିଦ୍ଧି ଶନିବାର ନିଜ ଇନଷ୍ଟାଗ୍ରାମରେ ଏକ ଲମ୍ବା ପୋଷ୍ଟ ସେୟାର କରି କହିଛନ୍ତି ଯେ ଏହି ଭୂମିକା ତାଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଅଟେ। ଏହା ସହ ସେ ଶାହାରୁଖ ଖାନଙ୍କ କାମ ପ୍ରତି ଥିବା ନିଷ୍ଠାକୁ ପ୍ରଶଂସା କରିଛନ୍ତି। ରିଦ୍ଧି ଏହା ମଧ୍ୟ କହିଛନ୍ତି ଯେ ‘ଯବାନ’ ସେଟରେ କାହାକୁ ଫୋନ ନେବାକୁ ଅନୁମତି ଦିଆଯାଇ ନଥିଲା।
ସେୟାର କରିଥିବା ଭିଡିଓର କ୍ୟାପସନରେ ସେ ନିଜର ଚରିତ୍ରକୁ ନେଇ କିଭଳି ଦ୍ବନ୍ଦ୍ବରେ ଥିଲେ ଏବଂ ଏହି ଫିଲ୍ମରୁ ସେ କିଭଳି ଅନେକ ଜିନିଷ ଶିଖିଥିଲେ ତାହା ଲେଖି ଜଣାଇଛନ୍ତି।