ବିଚାର

ଭୁଲରେ ମଧ୍ୟ ଗୁରୁବାର ଦିନ କରନ୍ତୁ ନାହିଁ ଏହି 3ଟି କାର୍ଯ୍ୟ, ଆପଣଙ୍କ ପରିବାର ଉପରକୁ ମାଡି ଆସିପାରେ ସଙ୍କଟ

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନର ଅଲଗା ମହତ୍ତ୍ଵ ରହିଛି। ପ୍ରତ୍ୟେକ ବାର କୌଣସି ନା କୌଣସି ଦେବୀ ଓ ଦେବତା ଏବଂ ଗ୍ରହ ମାନଙ୍କୁ ସମର୍ପିତ ଅଟେ। ଗୁରୁବାର ଦିନକୁ ଧର୍ମ ବାର ବୋଲି ମାନା ଯାଇଥାଏ। ନଅ ଗୋଟି ଗ୍ରହ ମଧ୍ୟରୁ ଗୁରୁ ଗ୍ରହ ସବୁଠାରୁ ଭାରୀ ଗ୍ରହ ଅଟେ। ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ଗୁରୁ ଗ୍ରହ ଶୁଭ ସ୍ଥିତିରେ ରହିଥାନ୍ତି, ତାଙ୍କ ଭାଗ୍ୟ ସର୍ବଦା ଉତ୍ତମ ରହିଥାଏ। ଗୁରୁ ଗ୍ରହର ଶୁଭ ପ୍ରଭାବ ଯୋଗୁଁ ଦାମ୍ପତ୍ୟ ସୁଖ, ଧନସମ୍ପତ୍ତି, ଶାରୀରିକ ଓ ମାନସିକ ସୁଖଶାନ୍ତି ପ୍ରାପ୍ତ ହୋଇଥାଏ। ଏହାସହିତ ସନ୍ତାନ ସୁଖ ମଧ୍ୟ ପ୍ରାପ୍ତ ହୋଇଥାଏ।

ବ୍ୟାପାରରେ କୌଣସି ବାଧାବିଘ୍ନ ଆସି ନଥାଏ। ଘରେ କୌଣସି ପ୍ରକାରର ଆର୍ଥିକ ସଙ୍କଟ ଦେଖା ଦେଇ ନଥାଏ। ଗୁରୁ ଗ୍ରହର ଶୁଭ ପ୍ରଭାବରେ ସମସ୍ତ ଶୁଭ ଫଳ ପ୍ରାପ୍ତ ହୋଇଥାଏ ଏବଂ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ଯଦି ଆପଣଙ୍କ କୁଣ୍ଡଳୀରେ ଗୁରୁ ଗ୍ରହ ଅଶୁଭ ସ୍ଥିତିରେ ରହିଛନ୍ତି, ତାହେଲେ ଏହାର ଅନେକ ଅଶୁଭ ପରିଣାମ ଭୋଗିବାକୁ ପଡ଼ିଥାଏ। ଅଯଥା ଟଙ୍କା ପଇସା ଖର୍ଚ୍ଚ ହୋଇଥାଏ।

ଘରେ ଅଶାନ୍ତି ବାତାବରଣ ଲାଗି ରହିଥାଏ। ଗୁରୁ ଗ୍ରହକୁ ଶୁଭ ସ୍ଥିତିରେ ଆଣିବା ପାଇଁ ଗୁରୁବାର ଦିନ କିଛି ଖାସ ଉପାୟ କରିବା ନିହାତି ଆବଶ୍ୟକ ଅଟେ। ଏହାସହିତ ଗୁରୁବାର ଦିନ ଏଭଳି କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଗୁରୁବାର ଦିନ ସ୍ତ୍ରୀ ଓ ପୁରୁଷ ଉଭୟଙ୍କୁ କେଶ ଧୋଇବା ଉଚିତ ନୁହେଁ।ନଚେତ ବୈବାହିକ ଜୀବନରେ ଅନେକ ବାଧା ସୃଷ୍ଟି ହୋଇଥାଏ। ଗୁରୁବାର ଦିନ ନଖ, କେଶ ଆଦି କାଟିବା ଉଚିତ ନୁହେଁ। ଏହାସହିତ ଏହିଦିନ ଆମିଷ ଆଦିର ସେବନ କରିବା ଉଚିତ ନୁହେଁ। ମାନ୍ୟତା ରହିଛି କି ସପ୍ତାହରେ ସାତ ଦିନ ମଧ୍ୟରୁ ଗୋଟେ ଦିନ ଗୁରୁବାର ଦିନ ଘର ପୋଛା ଲଗାନ୍ତୁ ନାହିଁ। ଏହା ଦିନ କୌଣସି ପ୍ରକାରର ଅର୍ଥ ଦେବା ନେବା କରନ୍ତୁ ନାହିଁ, ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ।

ଗୁରୁବାର ଦିନ କେବେବି ଅନ୍ୟମାନଙ୍କୁ ଠକିବା ଉଚିତ ନୁହେଁ ଏବଂ କୌଣସି ପ୍ରକାରର କଟୁ ବଚନ କହିବା ଉଚିତ ନୁହେଁ। ନଚେତ ଏହାର ଅଶୁଭ ପରିଣାମ ଆପଣଙ୍କୁ ଭୋଗିବାକୁ ପଡ଼ିବ। ଯଦି ଆପଣ ଗୁରୁ ଗ୍ରହକୁ ସୁଦୃଢ କରିବାକୁ ଚାହୁଁଛନ୍ତି, ତାହେଲେ ଗୁରୁବାର ଦିନ ଆପଣ କଦଳୀ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ ଏବଂ ଜଳରେ ଅଳ୍ପ ହଳଦୀ ମିଶାଇ ଦିଅନ୍ତୁ। ସନ୍ଧ୍ୟା ସମୟରେ କଦଳୀ ଗଛ ମୂଳରେ ଘିଅର ଦୀପ ପ୍ରଜ୍ବଳନ କରନ୍ତୁ। ଗୁରୁବାର ଦିନ ହଳଦିଆ ବସ୍ତୁ ଯେପରି ବେସନ ଲଡୁ, କଦଳୀ, ହଳଦିଆ ବସ୍ତ୍ର, ଚଣା ଡାଲି, ମୁଗ ଆଜି ଅସହାୟ ଲୋକଙ୍କୁ ଦାନ କରନ୍ତୁ, ଦେଖିବେ ଆପଣଙ୍କ ଉପରେ ଗୁରୁ ବୃହସ୍ପତି ସନ୍ତୁଷ୍ଟ ହେବେ। ଏହାସହିତ ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button