ବିଚାର

ଚାଣକ୍ୟ ନୀତି : ମହିଳାମାନଙ୍କର ଏହି କାର୍ଯ୍ୟ ପୁରୁଷ ମାନେ ଭୁଲରେ ମଧ୍ୟ ଦେଖନ୍ତୁ ନାହିଁ । ନଚେତ ବଡ଼ ବିପଦର ସମ୍ମୁଖୀନ ହୋଇ ପାରନ୍ତି

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଗ୍ରନ୍ଥରେ ଜୀବନର ଅନେକ ମହତ୍ୱପୂର୍ଣ୍ଣ ବ୍ୟବହାରିକ କଥା ବିଷୟରେ କୁହାଯାଇଛି। ଏଥିରେ କୁହାଯାଇଛି କି କେଉଁ ସମୟରେ ମହିଳା ମାନଙ୍କୁ ପୁରୁଷ ମାନେ ଦେଖିବା ଉଚିତ ନୁହେଁ।

ଆଚାର୍ଯ୍ୟ ଚାଣକ୍ୟ ଅର୍ଥଶାସ୍ତ୍ର, କୂଟନୀତି, ରାଜନୀତି କ୍ଷେତ୍ରରେ ପାଣ୍ଡିତ୍ୟ ଅର୍ଜନ କରିଥିଲେ। ତାଙ୍କ ନୀତି ଶାସ୍ତ୍ରରେ ଜୀବନକୁ ସହଜ ଓ ସରଳ କରିବା ପାଇଁ ଉପଦେଶ ଦିଆଯାଇଛି। ଏଥିରେ କୁହାଯାଇଛି କି, ମହିଳା ଓ ପୁରୁଷଙ୍କ କିପରି ଆଚରଣ କରିବା ଉଚିତ। ଏହାସହିତ ମହିଳା ମାନେ କିଛି ଖାସ କାର୍ଯ୍ୟ କରୁଥିଲେ, ପୁରୁଷ ମାନେ ଦେଖିବା ଅନୁଚିତ। ବଚେତ ଘୋର ବିପଦର ସମ୍ମୁଖୀନ ହେବାର ଆଶଙ୍କା ରହିଥାଏ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

– ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯେତେବେଳେ କୌଣସି ମହିଳା ଭୋଜନ କରୁଥିବ, ସେତେବେଳେ ପୁରୁଷଙ୍କୁ ତାଙ୍କୁ ଦେଖିବା ଅନୁଚିତ। ଏହା ଶିଷ୍ଟାଚାର ବିରୁଦ୍ଧ ଅଟେ। ମହିଳା ମାନେ ଘରର ସବୁ କର୍ମ ସାରି ଶେଷରେ ଭୋଜନ କରି ଥାନ୍ତି। ତେଣୁ ଏହି ସମୟରେ ତାଙ୍କୁ ଅନୁ ଜଣେ ଦେଖି ନେଲେ ସେମାନେ ଅସହଜ ହୋଇ ଯାଇଥାନ୍ତି।

– ଯେତେବେଳେ କୌଣସି ମହିଳା ଛିଙ୍କୁ ଥାଏ, ସେତେବେଳେ ପୁରୁଷଙ୍କୁ ଦେଖିବା ଉଚିତ ନୁହେଁ।

– ଯଦି କୌଣସି ମହିଳା ନିଜ ପୋଷାକ ଠିକ୍ କରୁଥାଏ ବା ପୋଷାକ ପରିଧାନ କରୁଥାଏ, ସେହି ସମୟରେ ପୁରୁଷଙ୍କୁ ଦେଖିବା ଉଚିତ ନୁହେଁ। ପୁରୁଷଙ୍କୁ ନିଜ ମର୍ଯ୍ୟାଦା ମଧ୍ୟରେ ରହିବା ଉଚିତ। ନଚେତ ଏଭଳି ଅନୁଚିତ କାର୍ଯ୍ୟ କରିବା ଦ୍ୱାରା ପାପୀ ମାନଙ୍କ ମଧ୍ୟରେ ଗଣା ଯାଇଥାଏ।

– ଯଦି କୌଣସି ମହିଳା ନିଜ ଦେହରେ ତେଲ ମାଲିସ କରୁଥାଏ, ସନ୍ତାନକୁ କ୍ଷୀର ଦେଉଥାଏ ତାହେଲେ ଏହି ସମୟରେ ପୁରୁଷଙ୍କୁ ଦେଖିବା ଅନୁଚିତ ଅଟେ। ନଚେତ ପୁରୁଷକୁ ଘୋର ବିପଦର ସମ୍ମୁଖୀନ ହେବାକୁ ପଡିପାରେ।

– ଯେତେବେଳେ କୌଣସି ମହିଳା ଆଖିରେ କାଜଲ ଓ ଶୃଙ୍ଗାର କରୁଥାଏ, ସେହି ସମୟରେ ପୁରୁଷଙ୍କୁ ଦେଖିବା ଅନୁଚିତ ଅଟେ। କାରଣ ଏହା ଦେଖିବା ଦ୍ୱାରା ପୁରୁଷଙ୍କର ଧ୍ୟାନ ଭଟକି ଯାଇପାରେ। ତେଣୁ ଏଭଳି କରିବା ଭୁଲ ଅଟେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button