ଜୀବନଶୈଳୀ

କେବଳ 4 ଦିନ ମଧ୍ୟରେ ଆଖିର ତଳ ଭାଗରେ ଆସୁଥିବା କଳା ଦାଗ ହୋଇଯିବ ଗାୟବ, ବାସ ଲଗାନ୍ତୁ ଏହି ଗୋଟେ ଜିନିଷ

ଆଖିର କଳା ଅଂସକୁ ବା ଡାର୍କ ସର୍କଲକୁ ଦୂର କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ଆୟୁର୍ବେଦିକ ଉପାୟ ନେଇ ଆସିଛୁ । ଏହି ଆୟୁର୍ବେଦିକ ଉପାୟ ପାଇଁ ଆପଣଙ୍କୁ ଆଳୁ ଓ କାକୁଡି ଦରକାର । ପ୍ରଥମେ ଆପଣ ଆଳୁକୁ ଭଲ ଭାବରେ ଧୋଇ ତାର ଚୋପା ଛଡେଇ ଦିଅନ୍ତୁ ।

କାକୁଡି ଓ ଆଳୁକୁ ଗୁଣ୍ଡ ଗୁଣ୍ଡ କରି ଦିଅନ୍ତୁ । କାରଣ ଆମକୁ ଏଥିରୁ ରସ ବାହାର କରିବାର ଅଛି । ଏହାକୁ ଭଲ ଭାବରେ ଛୋଟ ଛୋଟ ଖଣ୍ଡ କରି ଛାଙ୍କୁଣି ସାହାର୍ଯ୍ୟରେ ଏହାର ରସ ବାହାର କରି ଦିଅନ୍ତୁ । ଏକ ପାତ୍ରରେ ଆପଣ ଗୋଟିଏ ଚାମଚ ଆଳୁ ଓ କାକୁଡି ରସ ନିଅନ୍ତୁ । ଏଥିରେ ଏକ ଚାମଚ ଏଲୋବେରା ରସ ମିଶାନ୍ତୁ । ଯଦି ଆପଣଙ୍କ ପାଖରେ ଏଲୋବେରା ଜେଲ ନା ହିଁ ତେବେ ଏଲୋବେରା ପତ୍ରରୁ ରସ ବାହାର କରି ଏଥିରେ ମିଶାଇ ପାରିବେ । ଏଥିରେ ଅଧ ଚାମଚ ମହୁ ମିଶାନ୍ତୁ ।

ବର୍ତ୍ତମାନ ଏହି ୪ ଟି ସାମଗ୍ରୀକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ବର୍ତ୍ତମାନ ଆଖିର ଡାର୍କ ସର୍କଲକୁ ଦୂର କରିବା ପାଇଁ ଏହି ଘରୋଇ ଉପଚାର ପ୍ରସ୍ତୁତ ହୋଇଗଲା । ଆପଣ ଏହି ମିଶ୍ରଣକୁ ଫ୍ରିଜ ମଧ୍ୟରେ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ରଖି ଦିଅନ୍ତୁ । ୧୦ ରୁ ୧୫ ମିନିଟ ପରେ ଆପଣ ଏହାକୁ ନିଜ ଆଖିର ତଳ ଭାଗରେ ପ୍ରୟୋଗ କରି ପାରିବେ । ଏହି ମିଶ୍ରଣକୁ ୫ ଦିନ ପର୍ଯ୍ୟନ୍ତ ଫ୍ରିଜରେ ରଖି ପାରିବେ । ଆଖିର ତଳ ଭାବରେ ବ୍ୟବହାର କରିବା ପୂର୍ବରୁ ଆପଣ ସେହି ସ୍ଥାନକୁ ଭଲ ଭାବରେ ଧୋଇ ସଫା କରି ଦିଅନ୍ତୁ ଓ ପୋଛି ଦିଅନ୍ତୁ ।

ବର୍ତ୍ତମାନ ଆପଣ ନିଜର ଆଙ୍ଗୁଠି ସାହାର୍ଯ୍ୟରେ ଏହି ରସକୁ ନେଇ ନିଜ ଆଖିର ତଳ ଭାଗରେ ଲଗାନ୍ତୁ । ୨୦ ରୁ ୩୦ ମିନିଟ ମଧ୍ୟରେ ଆପଣ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଡାର୍କ ସର୍କଲକୁ ଦୂର କରି ଆପଣଙ୍କ ଆଖିକୁ ସୁନ୍ଦର କରିଦେବ । କିନ୍ତୁ ଏହିଭଳି କିଛି କାମ କରନ୍ତୁ ଯାହା ଦ୍ଵାରା ଡାର୍କ ସର୍କଲ କେବେ ବି ଆସିବ ନାହିଁ । ଯେମିତି କି ପ୍ରଚୁର ମାତ୍ରାରେ ପାଣିର ସେବନ, ୭ ରୁ ୮ ଘଣ୍ଟା ଶୁଅନ୍ତୁ ଓ ସବୁବେଳେ ଚେହେରା କୁ ସଫା ରଖନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button