ବ୍ୟବସାୟ

ଲୋନ ନେବା ପଡ଼ିବ ମହଙ୍ଗା, ଏସବିଆଇ ବଢ଼ାଇଲା ସୁଧହାର

ନୂଆଦିଲ୍ଲୀ: ଗ୍ରାହକଙ୍କୁ ଝଟକା ଦେଲା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ । ବ୍ୟାଙ୍କ ଭିନ୍ନ ଭିନ୍ନ ଅବଧିର ମାର୍ଜିନାଲ କଷ୍ଟ ବେସ୍‌ଡ ଲେଡିଂ ରେଟ୍ ଅର୍ଥାତ ଏମସିଏଲଆରରେ ୧୫ ବେସିସ୍ ପଏଣ୍ଟ ଅର୍ଥାତ ୦.୧୫ ପ୍ରତିଶତ ବୃଦ୍ଧି କରିଛି। ଫଳରେ ବ୍ୟାଙ୍କରୁ ଋଣ ନେବା ମହଙ୍ଗା ହୋଇଯିବ। ଏହି ନୂତନ ଦର ନଭେମ୍ବର ୧୫ ଅର୍ଥାତ ଆଜିଠୁ ଲାଗୁ ହୋଇଛି । ଏମସିଏଲଆରରେ ବୃଦ୍ଧି ସହିତ ଲୋନର ଇଏମଆଇ ବଢିବାର ସମ୍ଭାବନା ଅଧିକ ରହିଛି। ଅଧିକାଂଶ ଗ୍ରାହକଙ୍କୁ ମାର୍ଜିନାଲ କଷ୍ଟ ବେସ୍‌ଡ ଲେଡିଂ ରେଟ୍ ଆଧାରରେ ଋଣ ଦିଆଯାଏ। ଏମସିଏଲଆର ବଢିବାରୁ ପର୍ସନାଲ ଲୋନ, ଓଟୋ ଏବଂ ହୋମ ଲୋନ ନେବା ମହଙ୍ଗା ହୋଇଯିବ ।

ଏସବିଆଇ ଅନୁଯାୟୀ, ବ୍ୟାଙ୍କ ଗୋଟିଏ ବର୍ଷର ଏମସିଏଲଆର ୦.୧୦ ପ୍ରତିଶତ ବୃଦ୍ଧି କରାଯାଇ ୮.୦୫ ପ୍ରତିଶତ କରାଯାଇଛି। ଏ ପର୍ୟ୍ୟନ୍ତ ଏହା ୭.୯୫ ପ୍ରତିଶତ ରହିଥିଲା। ଦୁଇ ବର୍ଷ ଏବଂ ତିନି ବର୍ଷର ଏମସିଏଲଆରକୁ ୦.୧୦ ପ୍ରତିଶତ ବଢାଯାଇ କ୍ରମଶଃ ୮.୨୫ ପ୍ରତିଶତ ଏବଂ ୮.୩୫ ପ୍ରତିଶତ କରାଯାଇଛି। ଗୋଟିଏ ମାସ ଏବଂ ତିନି ମାସର ଏମସିଏଲଆରକକୁ ୦.୧୫ ପ୍ରତିଶତ ବୃଦ୍ଧି କରାଯାଇ ୭.୭୫ ପ୍ରତିଶତ କରାଯାଇଛି। ଛଅ ମାସର ଏମସିଏଲଆର ୦.୧୫ ପ୍ରତିଶତ ବୃଦ୍ଧି କରାଯାଇ ୮.୦୫ ପ୍ରତିଶତ ଏବଂ ଦିନିକିଆ ଏମସିଏଲଆର ଉପରେ ୦.୧୦ ପ୍ରତିଶତ ବଢାଯାଇ ୭.୬୦ ପ୍ରତିଶତ କରାଯାଇଛି । ସୂଚନାଯୋଗ୍ୟ, ଏମସିଏଲଆର ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ଵାରା ବିକଶିତ କରାଯାଇଥିବା ଏକ ପଦ୍ଧତି, ଯାହା ଆଧାରରେ ବ୍ୟାଙ୍କ ଲୋନ ପାଇଁ ଦର ନିର୍ଦ୍ଧାରିତ କରିଥାଏ। ଏହା ପୂର୍ବରୁ ସମସ୍ତ ବ୍ୟାଙ୍କ ବେସ୍ ରେଟ୍ ଆଧାରରେ ଗ୍ରାହକଙ୍କୁ ଲୋନ ପ୍ରଦାନ କରୁଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button