ଦେଶ ବିଦେଶ

ଅନନ୍ତ ରାଧିକାଙ୍କ ବାହାଘରରେ ସମସ୍ତ ଅତିଥିଙ୍କୁ ମିଳିଲା ୨ କୋଟି ଟଙ୍କାର ଏହି ଘଣ୍ଟା ଦେଖନ୍ତୁ କଣ ରହିଛି ଏହା ମଧ୍ୟରେ ଖାସ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଅନନ୍ତ ଅମ୍ବାନୀଙ୍କ ବିବାହରେ ବିପୁଳ ପରିମାଣର ଟଙ୍କା ଖର୍ଚ୍ଚ କରିଥିଲେ। ରାଧିକା ମର୍ଚାଣ୍ଟଙ୍କ ସହ ଅନନ୍ତ ଅମ୍ବାନୀଙ୍କ ବିବାହ ହେଉଛି ଚଳିତ ବର୍ଷର ସବୁଠାରୁ ମହଙ୍ଗା ବିବାହ। ତେବେ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତଙ୍କ ସହ ରାଧିକା ମର୍ଚ୍ଚାଣ୍ଟଙ୍କ ବାହାଘର ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ବାହାଘରରେ ଦେଶ ବିଦେଶରୁ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ବାହାଘର ପାଇଁ ଅମ୍ବାନୀ ପରିବାର ୩ରୁ ୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିବା କୁହାଯାଉଛି।
Bb

ଶନିବାର ଅନୁଷ୍ଠିତ ଶୁଭ ଆଶୀର୍ବାଦ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯୋଗ ଦେଇଥିଲେ। ହେଲେ ଏବେ ଆସିଥିବା ଖବର ଆହୁରି ଚର୍ଚ୍ଚା ସୃଷ୍ଟି କରିଛି। କାରଣ ବାହାଘରରେ ଯୋଗ ଦେଇଥିବା ସମସ୍ତ ସ୍ୱତନ୍ତ୍ର ଅତିଥିଙ୍କୁ ଅନନ୍ତ ଅମ୍ବାନୀ ଦାମୀ ଘଣ୍ଟା ଗିଫ୍ଟ କରିଛନ୍ତି। ଅନନ୍ତ ଓ ରାଧିକାଙ୍କ ବ୍ୟବବହୁଳ ବିବାହ ଉତ୍ସବକୁ ଆସିଥିବା କିଛି ସ୍ବତନ୍ତ୍ର ଅତିଥି ବିଶେଷ କରି ବଲିଉଡ ଅଭିନେତା ଶାହାରୁଖ ଖାଁ, ରଣବୀର ସିଂହ, ଶିଖର ପାହାଡିଆ, ବୀର ପାହାଡିଆ ଓ ଅନ୍ୟମାନଙ୍କୁ ହାତ ଘଣ୍ଟା ଉପହାର ଦିଆଯାଇଛି।
Hh

ସେ ଦେଇଥିବା ପ୍ରତଟି ଘଣ୍ଟାର ଦାମ ୧.୫ କୋଟି ଟଙ୍କା। ସ୍ୱତନ୍ତ୍ର ଭାବେ ଉକ୍ତ ଘଣ୍ଟା ଗୁଡ଼ିକୁ ଅମ୍ବାନୀ ପରିବାର ନିର୍ଦ୍ଦେଶରେ ତିଆରି କରାଯାଇଛି। ବ୍ରାଣ୍ଡେଡ କମ୍ପାନୀ Audemars Piguetର ସୀମିତ ସଂସ୍କରଣର ଘଣ୍ଟାକୁ ଅମ୍ବାନୀ ପରିବାର ପକ୍ଷରୁ ‌ଅନନ୍ତ-ରାଧିକାଙ୍କ ବାହାଘରକୁ ସ୍ମରଣୀୟ କରିବା ପାଇଁ ଅତିଥିମାନଙ୍କୁ ଦିଆଯାଇଛି। ଏହି ଘଣ୍ଟାକୁ ଶାହରୁଖ ଖାନ, ମୀଜାନ ଓ ଅନ୍ୟ ବର ପକ୍ଷରୁ ଲୋକମାନେ ପିନ୍ଧିଥିବା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ଏମାନଙ୍କ ବ୍ୟତୀତ ରଣବୀର ସିଂହ, ଶିଖର ପହରିୟା ଓ ବୀର ପହରିୟା ମଧ୍ୟ ଏହି ଘଣ୍ଟାକୁ ପିନ୍ଧିଥିଲେ। ଅନନ୍ତ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଜୁଲାଇ ୧୨ରେ ଜିଓ ୱାର୍ଲ୍ଡ ସେଣ୍ଟରରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ରାଧିକାଙ୍କ ହାତ ଧରିଥିଲେ। ଜୁଲାଇ ୧୩ରେ ନବ ଦମ୍ପତିଙ୍କର ଶୁଭ ଆଶୀର୍ବାଦ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏବଂ ୧୪ ତାରିଖରେ ବିବାହ ଭୋଜି ଉତ୍ସବ ଅନୁଷ୍ଠିତ‌ ହୋଇଥିଲା। ଏହି ବିବାହରେ ୫ହଜାର କୋଟି ଟଙ୍କା ବ୍ୟୟ ହୋଇଛି।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button