ସ୍ୱାସ୍ଥ୍ୟ

କ’ଣ ଖାଇଲେ ବଢିବ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ? Dr Madhusmita Das

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଆମ ଦେଶରେ କୋରୋନା ମହାମାରି ଯେପରି ଭାବେ ବଢିବାରେ ଲାଗିଛି ତାର ଶେଷ କେବ ହେବ ତାହା କହି ହେବ ନାହି । କୋରୋନା ଭାଇରସ କେତେ ଯେ ଲୋକଙ୍କର ଜୀବନ ନେଇ ସାରିଲାଣି ତାହାର ଗଣା କରାଯାଇ ପାରିବ ନାହି । ଏହି ମହାମାରୀକୁ ରୋକିବା ପାଇଁ କୋଭିଡ ଭ୍ୟାକ୍ସିନ ବାହାରିଛି । ଯାହା ବର୍ତ୍ତମାନ ସବୁ ରାଜ୍ଯରେ ଲାଗୁ କରା ଯାଇଛି ।

ଏହା ବ୍ଯତୀତ କୋରୋନା ଭାଇରସକୁ ରୋକିବା ପାଇଁ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ପାୱାର ଅଧିକ ରହିବା ଆବଶ୍ୟକ ରହିଛି । ସେଥି ପାଇଁ କିଛି ବିଶେଷ କଥା ପ୍ରତି ଧ୍ୟାନ ଦେବାକୁ ପଡିବ ତେବେ ବର୍ତ୍ତମାନ କରୋନା କମିବାରେ ଲାଗିଲାଣି କିନ୍ତୁ ତଥାପି ତଥାପି ଆମ ଶରୀରର ଯତ୍ନ ନେବା ନିହାତି ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ସେହି କଥା ଗୁଡିକ କଣ ଯାହାକୁ କରିବା ଦ୍ଵାରା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିର ମାତ୍ର ବଢିଥାଏ ।

ତେବେ ଆମ ଶରୀରର ଶକ୍ତି ବଢାଇବା ପାଇଁ ଆମକୁ ପ୍ରତିଦିନ ବ୍ୟାୟାମ କରିବା ଉଚିତ । ଏହା ବ୍ଯତୀତ ସୁଷମ ଖାଦ୍ଯ ଯେମିତିକି ସବୁଜ ପଣି ପାରିବା, ଫଳ ଆଦି ଖାଇବାକୁ ପଡିବ । ଏହା ସହ ଆପଣ ନିଜକୁ ମାନସିକ ଚୀନତାରୁ ଦୂରେଇ ରହିବା ଉଚିତ । ଭଲ ଭାବେ ନିଜର ନିଦକୁ ପୂରଣ କରନ୍ତୁ । ଆମ ଶରୀରରେ ଇମୁନିତ୍ୟ ପାୱାର ବଢେଇବା ପାଇଁ ଆପଣଙ୍କ ଖାଦ୍ଯରେ ହାଇ ପ୍ରୋଟିନ ଥିବା ଆବଶ୍ୟକ ରହିଛି ଯେଉଁଥିରେ ପରିଣାତ୍ମକ ଓ ଗୁଣାତ୍ମକ ଭାବେ ଆପଣଙ୍କ ଖାଦ୍ଯରେ ସନ୍ତୁଳିତ ଥିବ ସେଥି ପ୍ରତି ଧ୍ୟାନ ଦେବେ ।

ତେବେ ପ୍ରୋଟିନ ଖାଇବା ଦ୍ଵାରା ଆପଣଙ୍କ ଶରୀରରେ ନୂଆ ସେଲ ସୃଷ୍ଟି ହେବା ସହ ଇମ୍ୟୁନିଟି ପାୱାର ବୃଦ୍ଧି ହୋଇଥାଏ । ପ୍ରୋଟିନ ଖାଦ୍ଯ ଭିତରେ ଡାଲି ଜାତୀୟ ଖାଦ୍ୟ, କ୍ଷୀର ଜାତୀୟ ଖାଦ୍ଯ, ମାଛ,ମାଂସ, ଅଣ୍ଡା, ଗଜା ବୁଟ ଆଦି ଖାଇବା ଉଚିତ । ଖାଦ୍ଯରେ ଆପଣଙ୍କର ଜୀବସାର ଓ ଧାତୁସାର ବା ଭିଟାମିନ ଓ ମିନେରାଲ୍ସ ରହିବା ଦରକାର ଅଟେ ।

ପ୍ରତିଦିନ କିଛି ଆଲମଣ୍ଡ ବା କିସମିସ ଓ ବାଦାମ ଖାଇବା ଉଚିତ । ଭିଟାମିନ ଡି ପାଇବା ପାଇଁ ସକାଳୁ କିଛି ସମୟ ପାଇଁ ସୂର୍ଯ୍ୟ କିରଣରେ ଛିଡା ହୁଅନ୍ତୁ । ଏହାଛଡା ଦଲିୟା, ମାଣ୍ଡିଆ, ବ୍ରାଉନ ରାଇସ, ଓଟ୍ସ ଆଦି ନିଜ ଖାଇବାରେ ସାମିଲ କରିବେ । ପ୍ରତିଦିନ ପ୍ରଚୁରରୁ ପ୍ରଚୁର ପାଣି ପିଆନ୍ତୁ । ଏହା ସହ କିଛି ପରିମାଣରେ ନିଜ ଖାଦ୍ଯରେ ଦହିକୁ ସାମିଲ କରନ୍ତୁ ।

ଏହା ସହ ତେଜପତ୍ର, ଗୋଲମରୀଚ, ହଳଦୀ ମିଶାଇ ଏହାର ଏକ ମିଶ୍ଵରନ ପ୍ରସ୍ତୁତ କରି ପ୍ରତିଦିନ ସକାଳେ ସେବନ କରନ୍ତୁ । ପ୍ରତିଦିନ ସକାଳରେ କିଛି ହାଲକା ଖାଦ୍ୟ ସହ କିଛି ପରିମାଣରେ ଫଳ ରସ ସେବନ କରନ୍ତୁ । ମଧ୍ୟାହ୍ନରେ ସବୁଜ ପନିପରିବା ସହ ଦହି ନିଜ ଡାଏଟରେ ସାମିଲ କରନ୍ତୁ । ରାତିରେ ଯେତେ ସମ୍ଭବ ହଲ୍କା ଖାଦ୍ଯ ଖାଆନ୍ତୁ ।

ସବୁ ଦିନ ରାତିରେ ଠିକ ସମୟରେ ଶୁଅନ୍ତୁ ତେବେ ଖାଦ୍ୟରେ ଆପଣ ସମସ୍ତ ଡାଲି ଜାତୀୟ ଶସ୍ୟର ସେବନ କରନ୍ତୁ । ଏହା ସହିତ ଆପଣ ଛେନା, କ୍ଷୀର, ବାଦାମ, ଚଣା ଓ ସୋୟାବିନ ଆଦିର ସେବନ କରନ୍ତୁ । ଏହା ସହିତ ଆପଣ କିଛି ଭିଟାମିନ୍ସ ଓ ମିନାରଲ୍ସ ଜାତୀୟ ଖାଦ୍ୟର ସେବନ ନିଶ୍ଚୟ କରନ୍ତୁ । ଏହିଭଳି ନିୟମ ଗୁଡିକୁ ପାଳନ କରିଲେ ଆପଣଙ୍କ ଶରୀରରେ ଇମ୍ୟୁନିଟି ପାୱାର ବଢିବ ଯାହା ଫଳରେ ଆପଣ ସୁସ୍ଥ ରହିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button