ଦେଶ ବିଦେଶ

ମହାକାଶରୁ ଭୋଟ ଦେବେ ସୁନୀତା

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)ରେ ଫସି ରହିଥିବା ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ କହିଛନ୍ତି ଯେ ଏହା ତାଙ୍କର ଖୁସିର ସ୍ଥାନ ଏବଂ ସେ ସେଠାରେ ରହିବାକୁ ଭଲ ପାଆନ୍ତି। ସୁଶ୍ରୀ ୱିଲିୟମ୍ସ ଏବଂ ତାଙ୍କ ସାଥୀ ନାସା ସହଯୋଗୀ ବୁଚ୍ ୱିଲ୍ମୋର ଜୁନ୍ ୫ ତାରିଖରେ ବୋଇଙ୍ଗ୍ର ଷ୍ଟାର୍ଲାଇନର୍ରେ ଉଡ଼ାଣ ଭରିଥିଲେ।ତେବେ ଅନେକ ବୈଷୟିକ ତ୍ରୁଟିର ସମ୍ମୁଖୀନ ହୋଇଥିବା ଷ୍ଟାର୍ଲାଇନର୍ ଗତ ସପ୍ତାହରେ ବିନା କ୍ରୁରେ ପୃଥିବୀକୁ ଫେରିବା ପରେ ସେମାନଙ୍କ ରହଣି ୮ ମାସକୁ ବୃଦ୍ଧି ପାଇଛି।

ମହାକାଶରେ ଫସି ରହିଥିବା ସୁନୀତା ୱିଲିୟମ୍ସ ଏକ ଭିଡିଓ ପ୍ରେସ୍ ସମ୍ମିଳନୀରେ କହିଛନ୍ତି, ଆମେ ଷ୍ଟାର୍ଲାଇନର୍କୁ ସମ୍ପୂର୍ଣ୍ଣ ଅପରେସନାଲ କରିବାକୁ ଚାହୁଥିଲୁ ଏବଂ ସେଥିରେ ଘରକୁ ଫେରିବାକୁ ଚାହୁଥିଲୁ, କିନ୍ତୁ ଏବେ ପରବର୍ତ୍ତୀ ସୁଯୋଗକୁ ଅପେକ୍ଷା କରିବାକୁ ପଡିବ। ଫେବ୍ରୁଆରିରେ ଏଲନ୍ ମସ୍କଙ୍କ ସ୍ପେସ୍ଏକ୍ସର କ୍ରୁ-୯ କ୍ୟାପ୍ସୁଲରେ ୱିଲିୟମ୍ସ ଓ ୱିଲ୍ମୋର୍ ଫେରିବାର କାର୍ଯ୍ୟକ୍ରମ ରହିଛି। ଦୁଇ ମହାକାଶଚାରୀ କହିଛନ୍ତି ଯେ, ସେମାନେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ମତଦାନ କରିବାକୁ ଚାହୁଛନ୍ତି। ବୁଚ୍ ୱିଲମୋର କହିଛନ୍ତି ଯେ ସେ ଆଜି ମତଦାନ ପାଇଁ ତାଙ୍କ ଅନୁରୋଧ ପଠାଇଛନ୍ତି। ସୁନୀତା ୱିଲିୟମ୍ସ ମଧ୍ୟ ଏହା ଏକ ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ ବୋଲି କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button