କ୍ୟାବିନେଟ ସଚିବଙ୍କ ବଡ ବୟାନ, ୧୪ ଏପ୍ରିଲ ଠାରୁ ଆଗକୁ ଲକଡାଉନ ବଢେଇବାର କିଛି ଯୋଜନା ନାହିଁ

କରୋନା ଯେମିତି ବଢିବାକୁ ଲାଗିଛି ଏହାକୁ ଅଟକେଇବା ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ୨୧ ଦିନ ପାଇଁ ଲକଡାଉନ ଘୋଷଣା କରିଥିଲେ, ବର୍ତମାନରେ କିଛି ରିପୋର୍ଟ ଅନୁଯାଇ ଏହା କୁହା ଯାଉଛି ଯେ ଏହାର ସମୟ ସୀମା ବଢେଇ ଦିଆ ଯିବ । ଏହି କଥା ଉପରେ କେବିନେଟ ସଚିବ ରାଜୀବ ଗୋବା କହିଛନ୍ତି ଯେ ୨୧ ଦିନ ଲକଡାଉନ ପରେ ଆଗକୁ ଏହା ବଢେଇବା ପାଇଁ ସରକାରଙ୍କର ଏପର୍ଯ୍ୟନ୍ତ କିଛି ଯୋଜନା ହୋଇ ନାହିଁ ।
ସେ ଏହି ଭଳି ମିଥ୍ୟା ରିପୋର୍ଟ ଉପରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି, ସୋମବାର ଦିନ କେବିନେଟ ସଚିବ ରାଜୀବ ଗୋବା କହିଛନ୍ତି, ‘ମୁଁ ଏହି ଭଳି ରିପୋର୍ଟ ପଢି ଆଶ୍ଚର୍ଯ୍ୟ ହେଉଛି, ଲକଡାଉନ ବଢେଇବା ପାଇଁ ଏପର୍ଯ୍ୟନ୍ତ କିଛି ଯୋଜନା ନାହିଁ ।’
ପ୍ରଧାନ ମନ୍ତ୍ରୀ ୨୪ ମାର୍ଚ୍ଚରେ ଲକଡାଉନ ଘୋଷଣା କରିଥିଲେ ଯାହା ୨୧ ଦିନ ପାଇଁ କରା ଯାଇଛି ଓ ଏହାର ସମାପନ ୧୪ ଏପ୍ରିଲ ଅଟେ । ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ପ୍ରବାସୀ ମଜୁରିଆ ଲୋକଙ୍କ ଗାଁ ଯିବା ପାଇଁ ଲକଡାଉନ ପାଳନ ହେଲା ନାହିଁ ଯାହା ଉପରେ ପ୍ରଧାନ ମନ୍ତ୍ରୀ ରାଜ୍ୟ ମନ୍ତ୍ରୀ ଉପରେ ଲକଡାଉନ କଠୋର କରିବା ପାଇଁ ଆଦେଶ କରିଛନ୍ତି । ସରକାର ସବୁ ମଜୁରି ଲୋକଙ୍କୁ ଏହା ଆଶ୍ଵାସନ ଦେଇ ଛନ୍ତି ଯେ ତାଙ୍କୁ କୌଣସି ପ୍ରକାର ଅସୁବିଧା ହବ ନାହିଁ ସରକାର ତାଙ୍କ ପାଇଁ ବ୍ୟବସ୍ଥା କରିବେ କିନ୍ତୁ ଲକଡାଉନ ପାଳନ କରନ୍ତୁ ।
ସରକାର କେବଳ ଏତିକି କହୁଅଛି । ସରକାର ଦ୍ଵାରା ୧୧ଟି ସଶକ୍ତ ସମୂହ ଗଠନ ହୋଇଛି ଓ ଏହି ୧୧ଟି ଟିମ ରେ ୮୦ ବରିଷ୍ଠ ସିବିଲ ସେବକ ରହିବେ, ଗତ ସପତାଳ ରାଜ୍ୟ ମୁଖ୍ୟ ସଚିବ ଓ କେନ୍ଦ୍ର ଶାସିତ ପ୍ରଦେଶ ପ୍ରଶାସକ ରେ ୧୮ ଜାନୁଆରୀ ରେ ଭାରତ ଆସିଥିବା ୧୫ ଲକ୍ଷ ଠାରୁ ଅଧିକ ଅନ୍ତରାଷ୍ଟ୍ରୀୟ ଯାତ୍ରୀମାନଙ୍କ ବିଷୟରେ ସବୁ କିଛି ଖବର ଜାଣିବା ପାଇଁ କୁହା ଯାଇଛି ।
ଭାରତ ସ୍ଥିତି କଣ :
ଦେଶରେ କରୋନା ଭାଇରସ ଦ୍ଵାରା ମୃତ୍ୟୁ ବରଣ କରିଥିବା ଲୋକଙ୍କ ସଂଖ୍ୟା ୨୯ ଅଟେ, ସ୍ୱାସ୍ଥ୍ୟ ମନ୍ତ୍ରୀ ଦ୍ଵାରା କରା ଯାଇଥିବା ଗଣନା ଅନୁଯାଇ ଦେଶରେ କୋରୋନା ଦ୍ଵାରା ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୦୭୧ ଅଟେ, ଏଥିରେ ୧୦୦ଟି କରୋନା ସଂକ୍ରମିତ ଲୋକ ସ୍ୱାସ୍ଥ୍ୟ ଭଲ ହୋଇଯାଇଛି, ବର୍ତମାନ ରେ ଭର୍ତି ହୋଇଥିବା ଲୋକଙ୍କ ସଂଖ୍ୟା ୯୪୨ ଅଟେ ।
ତେବେ ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ କି ଏହି ଲକ୍ ଡାଉନ୍ ଆଗକୁ ବଢିବ କି ନାହିଁ, ଏହା 14 ଏପ୍ରିଲ ପରେ ଜଣା ପଡିବ । ଲୋକ ମାନେ ଏହି ଅପେକ୍ଷାରେ ଅଛନ୍ତି କି ସତରେ କଣ ଏହାର ଅବଧି ବଧ ଜୀବ ନା 24 ପରେ ସବୁ ସମନ୍ୟା ହେବାକୁ ଲାଗି । ତେବେ ଏହା ଜାଣିବା ପାଇଁ ଆମକୁ ଅପେକ୍ଷା କରିବାକୁ ପଡିବ । ଯେହେତୁ ବର୍ତ୍ତମାନ ଏହା ବଢିବାରେ ଲାଗିଛି ତ କିଛି ବି କହିବା ଅସମ୍ଭବ ଅଟେ । କିନ୍ତୁ ସରକାର ଏଠି ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତ କରିବାରେ ଲାଗିଛି ।