ଜୀବନଶୈଳୀ

ଏହି ସମୟରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ , ମାତ୍ର ୪୧ ଦିନରେ ଦୁର୍ଭାଗ୍ୟ ବି ସୌଭାଗ୍ୟରେ ପରିଣତ ହେବ

ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ଏହି କିଛି ଭୁଲ ଉପରେ ନିଶ୍ଚିତ ଧ୍ୟାନ ଦେବେ ନଚେତ ସୂର୍ଯ୍ୟ ଦେବ କ୍ରୋଧିତ ହୋଇଯିବେ ।

୧ . ପାଦରେ ଅର୍ପିତ ପାଣି ଛିଟା :-

ଯଦି ଆପଣ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରୁଛନ୍ତି ତେବେ ଧ୍ୟାନ ଦେବେଯେପରି ସେହି ଜଳ ଆପଣଙ୍କ ପାଦରେ ନପଡ଼େ । ନଚେତ ଏହାଦ୍ବାରା ସୂର୍ଯ୍ୟଦେବଙ୍କର ଅପମାନ ହୋଇଥାଏ ଏବଂ ସୂର୍ଯ୍ୟ ଦେବ ରୁଷ୍ଟ ହୁଅନ୍ତି ଏବଂ ଏହା ସହିତ ଜଳ ଅର୍ପଣ ସମୟରେ ‘ ଓଁ ସୂର୍ଯ୍ୟାୟ ନମଃ ‘ ମନ୍ତ୍ରର ଜପ ନିଶ୍ଚିତ କରନ୍ତୁ ।

୨ . ସ୍ନାନ :-

ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ପୂର୍ବରୁ ଆପଣ ନିଶ୍ଚିତ ଭାବରେ ସ୍ନାନ କରିବା ଉଚିତ । ସୂର୍ଯ୍ୟ ଦେବଙ୍କର ସ୍ୱଚ୍ଛତା ପ୍ରିୟ ଅଟେ । ତେଣୁ ଯଦି ଆପଣ ବିନା ସ୍ନାନରେ ଜଳ ଅର୍ପଣ କରନ୍ତି ତେବେ ସୂର୍ଯ୍ୟ ଦେବ କ୍ରୋଧିତ ହୁଅନ୍ତି ।

୩ . ତାମ୍ର ପାତ୍ର :-

ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କେବଳ ତାମ୍ର ପାତ୍ରରେ କରନ୍ତୁ । ଅନ୍ୟ କୌଣସି ଧାତାବ ପାତ୍ରରେ ଜଳ ଅର୍ପଣ କରିବା ଉଚିତ ନୁହେଁ । ଏହାବ୍ୟତୀତ ପ୍ଲାଷ୍ଟିକ ପାତ୍ରରେ ମଧ୍ୟ ଜଳ ଅର୍ପଣ କରନ୍ତୁ ନାହିଁ । ଏମିତିରେ ବିଜ୍ଞାନ ସମ୍ମତ ଏକ କାରଣ ମଧ୍ୟ ଅଛି ଯେ ଯଦି ଆପଣ କୌଣସି ପ୍ଲାଷ୍ଟିକ ପାତ୍ରରେ ଜଳ ଅର୍ପଣ କରନ୍ତି ତେବେ ସୂର୍ଯ୍ୟଙ୍କ ସୁଲଭ ଉଷ୍ମତାରେ ଆସି ପ୍ଲାଷ୍ଟିକରୁ ଏକ ଗ୍ୟାସ ନିର୍ଗତ ହୋଇଥାଏ ଯାହାକି ଶରୀର ପାଇଁ ବେଶ କ୍ଷତିକାରକ ହୋଇଥାଏ ।

୪ . ବ୍ରହ୍ମ ମୁହୂର୍ତ୍ତ :-

ବ୍ରହ୍ମ ମୁହୂର୍ତ୍ତ ଅର୍ଥାତ ସକାଳ ୩ ରୁ ୫ ମଧ୍ୟରେ ହିଁ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦେବା ଉଚିତ । ଏହାବ୍ୟତୀତ ସ୍ୱଚ୍ଛ ବସ୍ତ୍ର ପିନ୍ଧି ଜଳ ତର୍ପଣ କରିବା ଉଚିତ । ଏହାଦ୍ବାରା ନବ ଗ୍ରହର ଆଶୀର୍ବାଦ ସେହି ବ୍ୟକ୍ତିଙ୍କ ଉପରେ ପଡ଼ିଥାଏ ।

୫ . ଚାଉଳ ଏବଂ ଫୁଲ :-

ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ସମୟରେ କେବଳ ପାଣି ଅର୍ପଣ କରନ୍ତୁ ନାହିଁ ବରଂ ତାହା ସହିତ ଚାଉଳ ଏବଂ ପୁଷ୍ପ ନିଶ୍ଚିତ ଭାବରେ ଅର୍ପଣ କରନ୍ତୁ ।

୬ . ହାତକୁ ମୁଣ୍ଡ ଉପରେ ରଖନ୍ତୁ :-

ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ସର୍ବଦା ହାତକୁ ମୁଣ୍ଡ ଉପରେ ରଖି ଜଳ ଅର୍ପଣ କରନ୍ତୁ । ଏହା ସହିତ ସୂର୍ଯ୍ୟ ଆଲୋକରେ ଅର୍ପଣ କରୁଥିବା ଜଳ ଧାରା ଦୃଶ୍ୟମାନ ହେବା ଉଚିତ । ଏହାଦ୍ବାରା ସୂର୍ଯ୍ୟ ଦେବଙ୍କ ଆଶୀର୍ବାଦ ସେହି ବ୍ୟକ୍ତିଙ୍କ ଉପରେ ବଜାୟ ରହେ ।

୭ . ଚପଲ ପିନ୍ଧନ୍ତୁ ନାହିଁ :-

ସୂର୍ଯ୍ୟ ଅସ୍ତ ଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ଚପଲ ପିନ୍ଧନ୍ତୁ ନାହିଁ । ନଚେତ ସୂର୍ଯ୍ୟ ଦେବ ରୁଷ୍ଟ ହୋଇଥାନ୍ତି ।

୮ . ରବିବାର ଦିନ ନିଶ୍ଚିତ ଜଳ ଅର୍ପଣ କରନ୍ତୁ :-

ଆପଣ ପ୍ରତ୍ୟେକ ଦିନ ଜଳ ଅର୍ପଣ କରନ୍ତୁ କିମ୍ବା ନକରନ୍ତୁ ମାତ୍ର ରବିବାର ଦିନ ନିଶ୍ଚିତ ଭାବରେ ଜଳ ଅର୍ପଣ କରନ୍ତୁ । କାରଣ ରବିବାର ସୂର୍ଯ୍ୟଙ୍କ ବାର ହୋଇଥାଏ । ଯଦି ଆପଣଙ୍କ ଜାତକରେ ସୂର୍ଯ୍ୟ ଦଶା ଥାଏ ତେବେ ରବିବାର ଦିନ ଜଳ ଅର୍ପଣ କଲେ ତାହା ଗୁଣରେ ପରିଣତ ହୋଇଯାଏ ।

୮ . ସାଧା ଖାଦ୍ୟ ସେବନ କରନ୍ତୁ :-

ଯଦି ଆପଣ ରବିବାର ଦିନ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରୁଛନ୍ତି ତେବେ ସେଦିନ ସାଧା ଖାଦ୍ୟ ଖାଆନ୍ତୁ । ନାଲି ମାଂସ କିମ୍ବା ମସୁରି ଡାଲିର ସେବନ କରନ୍ତୁ ନାହିଁ । ରବିବାର ଦିନ ମିଷ୍ଠାନ ସେବନ କଲେ ତାହା ଅତ୍ୟନ୍ତ ଉତ୍ତମ ହୋଇଥାଏ । ଏହାବ୍ୟତୀତ ରବିବାର ଦିନ ନାଲି ବସ୍ତ୍ରର ପରିଧାନ କରନ୍ତୁ ନାହିଁ ।

ସୂର୍ଯ୍ୟ ଦେବଙ୍କୁ ପୂଜା କରିବାର ଉଚିତ ବିଧି :-

ଯଦି ଆପଣ ପ୍ରତ୍ୟେକ ଦିନ ସୂର୍ଯ୍ୟଙ୍କୁ ପୂଜା କରିପାରୁ ନାହାଁନ୍ତି ତେବେ କେବଳ ରବିବାର ଦିନ ନିଷ୍ଠାର ସହିତ ସୂର୍ଯ୍ୟଙ୍କ ପୂଜା କରନ୍ତୁ । ସକାଳ ସମୟରେ ସ୍ନାନ ସାରି ଏକ ତମ୍ବା ପାତ୍ରରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ । ଜଳ ଅର୍ପଣ କରିବା ସମୟରେ ୧୦୮ ଥର ଗାୟତ୍ରୀ ମନ୍ତ୍ରର ଜପ କରନ୍ତୁ । ମାତ୍ର ଯଦି ଆପଣଙ୍କ ପାଖରେ ସମୟ ନାହିଁ ତେବେ ଯେତେଥର ଜଳ ଅର୍ପଣ କରୁଛନ୍ତି ସେତେଥର ଗାୟତ୍ରୀ ମନ୍ତ୍ରର ଜପ କରନ୍ତୁ । ଜଳ ଅର୍ପଣ କରିବା ସମୟରେ ସେଥିରେ ଟିକିଏ ଗୂଡ଼ ମିଶାଇ ଅର୍ପଣ କଲେ ଆପଣଙ୍କ ଜାତକରେ ଯଦି କୌଣସି ବି ଗ୍ରହ ଦୋଷ ଥାଏ ତେବେ ତାହା ଠିକ ହୋଇଯାଏ ।

ଯଦି ଆପଣଙ୍କର ଚାକିରୀ ସମ୍ବନ୍ଧିତ କୌଣସି ସମସ୍ୟା ଅଛି ତେବେ ରବିବାର ଦିନ ଜଳ ଅର୍ପଣ କରିବା ସହିତ ଚାଉଳ କିମ୍ବା ଗହମ ଏବଂ ଗୁଡ଼ ଦାନ କରନ୍ତୁ । ଏହାଦ୍ବାରା ଚାକିରୀ ସମ୍ବନ୍ଧିତ ସମସ୍ତ ସମସ୍ୟା ଠିକ ହୋଇଯିବ । ଯଦି ଆପଣଙ୍କର ଆତ୍ମବିଶ୍ବାସ କମଜୋର ହେଉଛି ତେବେ ରବିବାର ଦିନ ଜଳ ଅର୍ପଣ କରିବା ସମୟରେ ସେଥିରେ ନାଲି ଚନ୍ଦନ ମିଶାଇ ଅର୍ପଣ କରନ୍ତୁ ଏବଂ ନିଜ ମସ୍ତକରେ ମଧ୍ୟ ନାଲି ଚନ୍ଦନ ଲଗାନ୍ତୁ । ଏପରି କଲେ ଆତ୍ମବିଶ୍ବାସ ବୃଦ୍ଧି ହେବ । ଯଦି ବ୍ୟାପାର ସମ୍ବନ୍ଧିତ କୌଣସି ସମସ୍ୟା ଥାଏ ତେବେ ରବିବାର ଦିନ କୌଣସି ବ୍ରାହ୍ମଣଙ୍କୁ ମସୁରି ଡାଲି ଦାନ କରନ୍ତୁ । ଏହାବ୍ୟତୀତ ରବିବାର ଦିନ ବାହାର ସ୍ଥାନକୁ ଗଲେ ଗୁଡ଼ ଖାଇ ବାହାରନ୍ତୁ ।

ଗୁଡ଼ ଏବଂ ଚାଉଳରେ ତିଆରି ଖିରି ସୂର୍ଯ୍ୟ ଦେବଙ୍କୁ ଭୋଗ ଲଗାଇଲେ ମଧ୍ୟ ସବୁ ଗ୍ରହ ଦୋଷ ଦୂର ହୋଇଯାଏ । ଏହାକୁ ନିଜେ ଏବଂ ନିଜ ପରିବାରର ସବୁ ଲୋକ ମଧ୍ୟ ପ୍ରସାଦ ସ୍ୱରୂପ ଖାଇ ପାରିବେ । ଏହାଦ୍ବାରା ସବୁଥିରେ ସଫଳତା ମିଳିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button