ଦେଶ ବିଦେଶ

ଖାଇକୁ ଖସିଲା ବସ୍‌, ୩୬ ମୃତ

ଡ଼ ଦୁର୍ଘଟଣା। ଖାଇକୁ ଖସିଲା ଯାତ୍ରୀବାହୀ ବସ୍। ଉତ୍ତରାଖଣ୍ଡର ଅଲ୍ମୋଡାର ମାର୍ଚୁଲାରେ ଘଟିଛି ଏଭଳି କିଛି ମର୍ମନ୍ତୁଦ ଘଟଣା। ଏଥିରେ ୩୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନେକ ଆହତ ହୋଇଛନ୍ତି।

ସୂଚନା ମୁତାବକ, ସୋମବାର ଗୌରାଖାଲରୁ ଏକ ବସ୍ ରାମନଗରରୁ ବାହାରିଥିଲା। ଏହି ବସ୍ରେ ମୋଟ ୪୫ ଜଣ ଯାତ୍ରୀ ଥିଲେ। ତେବେ ସଲ୍ଟ କୁପି ନିକଟରେ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ।

ଏହା ପରେ ଏହା ଦେଖୁ ଦେଖୁ ଖାଇକୁ ଖସି ପଡ଼ିଥିଲା। ତେବେ ଦୁର୍ଘଟଣା ସମୟରେ କିଛି ଯାତ୍ରୀ ବସ୍ରୁ ବାହାରକୁ ଡେଇଁ ପଡି ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସେପଟେ ସୂଚନା ମିଳିବା ପରେ ଏସ୍ଡିଆର୍ଏଫ୍ର ୩ଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ପୁଲିସ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିଛି। ଘଟଣାସ୍ଥଳରେ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଅଛନ୍ତି। ତେବେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ସେପଟେ ଏହି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଦୁଃଖ ପ୍ରକାଶ କରିଛନ୍ତି। ଆଲମୋଡା ଜିଲ୍ଲାର ମାର୍ଚୁଲାରେ ଘଟିଥିବା ଦୁର୍ଭାଗ୍ୟଜନକ ବସ୍ ଦୁର୍ଘଟଣା ଘଟିଥିବା ନେଇ ଦୁଃଖଦ ଖବର ପାଇଛି। ଉଦ୍ଧାର କାର୍ଯ୍ୟ ଜୋରଦାର କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଘଟଣାସ୍ଥଳରେ ଏସ୍ଡିଆର୍ଏଫ୍ର ଟିମ୍ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ପହଞ୍ଚାଇଛନ୍ତି। ଯଦି ଆବଶ୍ୟକ ପଡେ ତେବେ ଗୁରୁତର ଥିବା ଯାତ୍ରୀଙ୍କୁ ଏୟାରଲିଫ୍ଟ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ Xରେ ପୋଷ୍ଟ କରି ଲେଖିଛନ୍ତି।

ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ପୌଡି ଏବଂ ଆଲମୋଡାର ସମ୍ପୃକ୍ତ ଅଞ୍ଚଳରେ ଆର୍ଟିଓ କାର୍ଯ୍ୟକାରିତାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୧ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ସିଏମ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଘଟଣାର ମାଜିଷ୍ଟ୍ରେଟ ତଦନ୍ତ ପାଇଁ କମିଶନର୍ କୁମାଓନ୍ ଡିଭିଜନକୁ ନିର୍ଦ୍ଦେଶ ଦିଆଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button