ଦେଶ ବିଦେଶ

‘ସନାତନ ଧର୍ମ’ ଟିପ୍ପଣୀ ବିବାଦ: ରାଷ୍ଟ୍ରପତି ଓ ମହାଭାରତର ଉଦାହରଣ ଦେଇ ଫସିଲେ ଉଦୟନିଧି – Utkal Mail


ଚେନ୍ନାଇ : ତାମିଲନାଡ଼ୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ସନାତନ ଧର୍ମ ମୂଳପୋଛ କରିବା ଟିପ୍ପଣୀକୁ ନେଇ ଜୋରଦାର ବିବାଦ ଲାଗି ରହିଥିବାବେଳେ ଆଜି ଏହାକୁ ନେଇ ରାଜନୀତି ସରଗରମ ରହିଛି। ଉଦୟନିଧି ନିଜ ଟିପ୍ପଣୀକୁ ଠିକ୍‌ ପ୍ରମାଣିତ କରିବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ମହାଭାରତର ଉଦାହରଣ ଦେଇଛନ୍ତି। ଏକ କାର୍ଯ୍ୟକ୍ରମରେ ଉଦୟନିଧିଙ୍କୁ ସନାତନ ଜାତିଆଣ ଭେଦଭାବର ଉଦାହରଣ ଦେବାପାଇଁ କୁହାଯାଇଥିଲା। ଏହାର ଉତ୍ତରରେ ଉଦୟନିଧି କହିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନୂଆ ସଂସଦ ଭବନ ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାନଯିବା ହେଉଛି ବର୍ତ୍ତମାନର ସନାତନ ଭେଦଭାବର ସବୁଠୁ ଭଲ ଉଦାହରଣ।

କିନ୍ତୁ ବିଜେପି ଏଭଳି ଅଭିଯୋଗକୁ ଖଣ୍ଡନ କରିଛି ଏବଂ ଏହା ଷ୍ଟାଲିନଙ୍କ କୁତ୍ସିତ ମାନସିକତାର ଅଭିବ୍ୟକ୍ତି ବୋଲି ରାଜ୍ୟ ବିଜେପି ନେତାମାନେ କହିଛନ୍ତି। ସେହିପରି ଉଦୟନିଧି ମହାଭାରତର ଉଦାହରଣ ଦେଇ ଗୁରୁ ଦ୍ରୋଣାଚାର୍ଯ୍ୟ ଏବଂ ଏକଲବ୍ୟଙ୍କ କଥା କହିଛନ୍ତି। ଏଭଳି ଟିପ୍ପଣୀର କଡ଼ା ଜବାବ ଦେଇ ତାମିଲନାଡ଼ୁ ବିଜେପି ସଭାପତି କେ ଆନ୍ନାମଲାଇ କହିଛନ୍ତି, ତାଙ୍କ ଦଳ ଡିଏମ୍‌କେ ରାଷ୍ଟ୍ରପତି ନିର୍ବାଚନରେ ମୁର୍ମୁଙ୍କୁ ଭୋଟ୍‌ ଦେଇନଥିଲା ବରଂ ଯଶୱନ୍ତ ସିହ୍ନାଙ୍କୁ ଭୋଟ୍‌ ଦେଇଥିଲା। କେବଳ ରାଜନୈତିକ ସ୍ବାର୍ଥ ପାଇଁ ଷ୍ଟାଲିନ ଏକ ମହାନ ଧର୍ମ ଓ ଏହାର ପରମ୍ପରାକୁ ନେଇ ଘୃଣା ଭାଷଣ ଦେଇଚାଲିଛନ୍ତି ବୋଲି ବିଜେପି କହିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button