କ୍ରୀଡା

ଜାତୀୟ ସବ-ଜୁନିଅର କିରୋଗୀ,ପୁମସି ପ୍ରତିଯୋଗିତା: ଓଡିଶା ଟାଏକୋଣ୍ଡୋ ଦଳର ଡେରାଡୁନ ଯାତ୍ରା – Utkal Mail


ପୁରୀ: ଟାଏକୋଣ୍ଡୋ ଉତ୍ତରାଖଣ୍ଡ ଓ ଟାଏକୋଣ୍ଡୋ ଫେଡେରେସନ ଅଫ ଇଣ୍ଡିଆ ମିଳିତ ଆନୁକୂଲ୍ୟରେ ଡ଼ିସେମ୍ବର ଏକରୁ ତିନି ତାରିଖ ପର‌୍ୟ୍ୟନ୍ତ ଡେରାଡୁନସ୍ଥିତ ମଲଟିପରପୋଜ ସ୍ପୋର୍ଟସ କଂପ୍ଲେକ୍ସରେ ୩୭ତମ ଜାତୀୟ ସବ-ଜୁନିଅର କିରୋଗୀ ଓ ୧୧ତମ ପୁମସି ସହ ୬ତମ ଜାତୟ କ୍ୟାଡେଟ ପ୍ରତିଯୋଗିତା ଅନୁଷ୍ଠିତ ହବାକୁ ଯାଉଛି । ଏହି ପ୍ରତିଯୋଗିତା କିରୋଗୀ ଓ ପୁମସି ଦୁଇଟି ଇଭେଣ୍ଟରେ ସବ-ଜୁନିଅର ଓ କ୍ୟାଡେଟ ବିଭାଗରେ ଅନୁଷ୍ଠିତ ହବ ।  ଓଡିଶା ଟାଏକୋଣ୍ଡୋ ସଙ୍ଘ ତରଫରୁ ସମୁଦାୟ ୫୩ଜଣ (ବାଳିକା ୨୫ଜଣ,ବାଳକ ୨୮ଜଣ ) ଅଂଶଗ୍ରହଣ କରୁଛନ୍ତି । ଖେଳାଳିମାନେ ଆଜି ପୁରୀରୁ ଡେରାଡୁନ ଅଭିମୁଖେ ଯାତ୍ରା କରିଛନ୍ତି । ବାଳିକା ପ୍ରତିଯୋଗିମନେ ହେଲେ ଏସ.ରୋଷଣୀ ଦୋରା, ପ୍ରିୟା ବେହେରା, ରିୟା ନାୟକ, ପାୟଲ ଧୁରୁଆ, ରାଜଲଷ୍ମୀ ସାହୁ, ସାଇ ସଂପ୍ରିତି ପ୍ରଧାନ, ସାନଭି ପ୍ରଧାନ, ଡ଼ି. ଅର୍ପିତା ରେଡ୍ଡୀ, ଦିବ୍ୟା ସାହୁ, ଆରାଧ୍ୟା ସତଖୀ ମିଶ୍ର, ଲଷ୍ମୀପ୍ରିୟା ମୁଣ୍ଡା, ଶ୍ରୀୟାଶ୍ରୀ ବଳିୟାର ସିଂହ, ଅନ୍ଵେଷା ସାହୁ, ଆରାଧ୍ୟା କର, ଦିବ୍ୟଂଶୀ ବେହେରା, ଶୁଭ୍ରାଂଶୀ ପ୍ରଧାନ, ଓମଶ୍ରୀ ଜେନା, ଚିକି ରାଣୀ ବେହେରା, ଅପର୍ଣ୍ଣା ସାହୁ, ଓମଶ୍ରିତା ରଥ, ଶ୍ରେୟା ମହାନ୍ତି, ଶ୍ରେୟଶ୍ରୀ ପ୍ରେ୍ୱିକତା, ବୋମାଲି ଜହ୍ନଭି, ସ୍ମୃତି ରେଖା ନାୟକ, ସୁଶ୍ରୀ ସାମନ୍ତ ।

 

ବାଳକ ପ୍ରତିଯୋଗୀମନେ ହେଲେ ବି.ଏସ. ଚିରଂଜୀବ ସାହୁ, ଆୟୁଷ ଜେନା, ଆୟୁଧ ନାରାୟଣ ଗୌଡୁ, ଓମ ପ୍ରକାଶ ସେଠ, ଆଗ୍ନେୟ କୁମାର ପୃଷ୍ଟି, ଚନ୍ଦନ ନାୟକ, ବିନାୟକ ସାହୁ, ଅଦମ୍ୟ ଅରିଜୀତ ରାୟ, ଆୟୁଷ କୁମାର ପୃଷ୍ଟି, ଆର. ସିଦ୍ଧାର୍ଥ ରେଡ୍ଡୀ, ସତ୍ୟ ନାରାୟଣ ଜେନା, ସ୍ୱୟଂ ପ୍ରଜ୍ଞ୍ୟା ଦାସ, ଶୁଭ୍ରାଂଶୁ ସାହୁ, ଜି. ଗଣେଶ ରେଡ୍ଡୀ, ମିର୍ଜା ଫାୟସଲ ବେଗ, ଶୁଭମ ମହାପାତ୍ର, ଶୁଭଙ୍କର ସାମଲ, ପ୍ରିୟାଂଶୁ ସ୍ୱାଇଁ, ସ୍ମାରକ ଶର୍ମା, ଜ୍ୟୋତି ପ୍ରକାଶ ମଲ୍ଲିକ, ପ୍ରତୀକ ସେନାପତି, ସୁଜାଲ କୁମାର ବେହେରା, ସ୍ୱାଗତ ମିର୍ଧା, ଅସ୍ମିତ କୁମାର ସାହୁ, ସୁଭାଶିଷ ମହିଷାଲ, ରୋହିତ ମାଝୀ, ଯାଜବେଦ ତ୍ରିପାଠୀବିଶ୍ୱନାଥ ନାୟକ, ମିଥୁନ କୁମାର ସାହୁ, ଏମ. ଡ଼ି ରମଜାନ, ବିଜୟ କୁମାର ଭୋଇ,ଅଞ୍ଜିତ କୁନାର ସାହୁ, ଅଜୟ କୁମାର ସାହୁ, ବାସୁ ନାୟକ, ସଂଯୁକ୍ତା ବରାଳ, ଲିପିକା ପଳେଇ କୋଚଭାବେ ଟିମରେ ଯାଉଛନ୍ତି ।

ପ୍ରତିଯୋଗିତା ପରିଚାଳନା ପାଇଁ ଓଡିଶାରୁ ଜାତୀୟ ରେଫରୀ ଏହଶାସ ହୋତା, ଆର‌୍ୟ୍ୟନ ଚୌଧୁରୀ, ଶୁଭଶ୍ରୀ ପାଢ଼ୀ, ପାୟଲ ବଡ଼ଜେନା ମନୋନୀତ ହୋଇଛନ୍ତି । ଓଡିଶା ଟିମର କୋଅର୍ଡିନେଟର ଆଲୋକ ଚୌଧୁରୀ ଓ ଟିମ ମୁଖ୍ୟ ଭାବେ ଓଟିଏ ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ପ୍ରତିଯୋଗୀ ସହ ଯାତ୍ରା କରୁଛନ୍ତି । ଜାତୀୟ ପ୍ରତିଯୋଗିତାରେ ଖେଳାଳିମାନେ ଭଲ ପ୍ରଦର୍ଶନ କରିବେବୋଲି ରାଜ୍ୟ ସଭାପତି ବ୍ୟୋମକେଶ ଅଭିଳାଷ ପ୍ରସାଦ ଓ ଉପ ସଭାପତି ମନୋଜ କୁମାର ବାଦି ଜଣାଇଛନ୍ତି ।


utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button