ଦେଶ ବିଦେଶ

ଇସ୍ରାଏଲର ସମ୍ପୂର୍ଣ୍ଣ ଗାଜା ଅକ୍ତିଆର ଯୋଜନା ଅନୁମତି ଦେଲା କ୍ୟାବିନେଟ୍‌

ତେଲ ଅବିବ: ସମ୍ପୂର୍ଣ୍ଣ ଗାଜା ଷ୍ଟ୍ରିପ୍‌ ଅକ୍ତିଆର କରିବାପାଇଁ ଏକ ଯୋଜନାକୁ ଆଜି ଇସ୍ରାଏଲ ସୁରକ୍ଷା‌ କ୍ୟାବିନେଟ୍‌ ସ୍ବୀକୃତି ପ୍ରଦାନ କରିଛି।  ଯଦି ଏହା କାର୍ଯ୍ୟକାରୀ ହୁଏ ତେବେ ଏହି ‌ଯୋଜନା ଅଧୀନରେ ଇସ୍ରାଏଲ୍‌ ପାଲେଷ୍ଟିନୀୟ ପରିସରରେ ଏହାର ଆକ୍ରମଣକୁ ଅଧିକ ସମ୍ପ୍ରସାରଣ କରିବ। ଏହାଦ୍ବାରା ଗାଜାରେ ସୃଷ୍ଟି ହୋଇଥିବା ମାନବୀୟ ସଙ୍କଟ ଆହୁରି ବଢ଼ିଯିବ। ଇସ୍ରାଏଲ କ୍ୟାବିନେଟ୍‌ ମନ୍ତ୍ରୀମାନେ ଆଜି ସକାଳେ ଏହି ଯୋଜନାକୁ ଭୋଟ୍‌ ଦ୍ବାରା ସ୍ବୀକୃତି ପ୍ରଦାନ କରିଛନ୍ତି।  ଇସ୍ରାଏଲ୍‌ର ସର୍ତ୍ତ ଆଧାରରେ ଅସ୍ତ୍ରବିରତି ପାଇଁ ବୁଝାମଣା କରିବାକୁ ଏବଂ ପଣବନ୍ଦୀଙ୍କୁ ଛାଡ଼ିବାପାଇଁ ହମାସ୍‌ ଉପରେ ଏକ ଚାପ ପକାଇବାପାଇଁ ଏହା ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ନେତୃତ୍ବାଧୀନ ସରକାରର ଏକ ଉଦ୍ୟମ।

ଅଧିକାରୀମ‌‌ାନେ କହିଛନ୍ତି, ନୂଆ ଯୋଜନାର ଉଦ୍ଦେଶ୍ୟ ହେଉଛି ହମାସ୍‌କୁ ହରାଇବାପାଇଁ ଇସ୍ରାଏଲ୍‌ ରଖିଥିବା ଯୁଦ୍ଧ ଲକ୍ଷ୍ୟ ପାଇଁ ସହଯୋଗ କରିବା‌। ଏହାଦ୍ବାରା ମଧ୍ୟ ଶତାଧିକ ପାଲେଷ୍ଟିନୀୟ ଦକ୍ଷିଣ ଗାଜାକୁ ଠେଲି ହୋଇଯିବେ।  ଇସ୍ରାଏଲୀ ଅଧିକାରୀଙ୍କ ଅନୁଯାୟୀ ନୂଆ ଯୋଜନାରେ ଗାଜା ଷ୍ଟ୍ରିପ୍‌କୁ ଅକ୍ତିଆର କରିବା ରହିଛି। ହମାସ୍‌ ଆତଙ୍କବାଦୀ ଗୋଷ୍ଠୀଙ୍କୁ ମାନବୀୟ ସହାୟତା ବଣ୍ଟନ ପାଇଁ ମଧ୍ୟ ଏହା ଦେବନାହିଁ।  ହମାସ୍‌ ଟା‌ର୍ଗେଟ୍‌ ଉପରେ ଶକ୍ତିଶାଳୀ ଆକ୍ରମଣ କରିବା ମଧ୍ୟ ଏହି ଯୋଜନାର ଅଂଶବିଶେଷ।  ଜଣେ ଅଧିକାରୀ କହିଛନ୍ତି, ଏହି ଯୋଜନା ପର୍ଯ୍ୟାୟ କ୍ରମେ କାର୍ଯ୍ୟକାରୀ ହେବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button