ରଣବୀର ଓ ଦୀପିକାଙ୍କ ବିବାହ ଭିଡିଓ ଦେଖି ଭାବୁକ ହେଲେ କରଣ; ଦେଲେ ଏଭଳି ପ୍ରତିକ୍ରିୟା – Utkal Mail
ନୂଆଦିଲ୍ଲୀ: କରଣ ଜୋହରଙ୍କ ଲୋକପ୍ରିୟ ଚାଟ୍ ସୋ ‘କଫି ଉଇଥ କରଣ -୮’ ଏକ ଭଲ ଆରମ୍ଭ ହୋଇଛି । ଏହି ସୋ’ରେ ପ୍ରଥମ ଅତିଥି ଭାବେ ବଲିଉଡର ଚର୍ଚ୍ଚିତ ଦମ୍ପତି ରଣବୀର ସିଂ ଏବଂ ଦୀପିକା ପାଦୁକୋନ ଯୋଗ ଦେଇଥିଲେ। ସୋ’ର ପ୍ରଥମ ଅଧ୍ୟାୟ ଭାବନାରେ ପରିପୂର୍ଣ୍ଣ ଥିଲା।
ଏହି ଅଧ୍ୟାୟରେ ଅନେକ ରୋମାଞ୍ଚକର ଖୁଲାସା ହେବା ସହିତ ଅଧ୍ୟାୟଟି ବହୁତ ଚିତ୍ତାକର୍ଷକ ଥିଲା । ସୋ’ରେ ଭାବପ୍ରବଣ ମୁହୂର୍ତ୍ତକୁ ଦେଖି ପ୍ରଶଂସକମାନେ ବେଶ ଖୁସି ହୋଇଯାଇଥିଲେ। ଏହି ସମୟରେ ସୋ’ର ଉପସ୍ଥାପକ କରଣ ଜୋହର ମଧ୍ୟ ବହୁତ ଭାବପ୍ରବଣ ହୋଇ ଯାଇଥିଲେ।
ଦୀପିକା ପାଦୁକୋନ ଏବଂ ରଣବୀର ସିଂ ବିବାହର ୫ବର୍ଷ ପରେ ବିବାହ ଭିଡିଓ ପୋଷ୍ଟ କରିଛନ୍ତି। ଇଟାଲୀର ଲେକ କୋମୋରେ ରଣବୀର ଓ ଦୀପିକାଙ୍କ ଧୁମଧାମରେ ବିବାହ ହୋଇଥିଲା । ଉଭୟଙ୍କ ବିବାହ ଭିଡିଓକୁ ଦେଖି ପ୍ରଶଂସକ ବେଶ ଖୁସି ହୋଇଯାଇଛନ୍ତି ।ପ୍ରଶଂସକଙ୍କ ବ୍ୟତୀତ ରଣବୀର ଓ ଦୀପିକାଙ୍କ ବିବାହ ଭିଡିଓ ଦେଖିବା ପରେ କରଣ ଜୋହର ବି ଭାବପ୍ରବଣ ହୋଇଯାଇଥିଲେ।
ଆଉ କହିଥିଲେ, ‘ମୁଁ କୌଣସି ସଂପର୍କରେ ନାହିଁ । ମୁଁ ଅବିବାହିତ। ଏହି ଭିଡିଓ ଦେଖିବା ପରେ ମୁଁ ଜୀବନରେ କ’ଣ ହରାଇଛି ତାହା ମୋତେ ଅନୁଭବ କରାଇ ଦେଉଛି। ଜାଣିଛି ସମ୍ପର୍କକୁ ବଜାୟ ରଖିବା କଠିନ ହୋଇଥାଏ। କିନ୍ତୁ ସ୍ବାମୀ-ସ୍ତ୍ରୀ ସମ୍ପର୍କ ଏମିତି ଥାଏ ଯାହାକି ସୁଖ-ଦୁଃଖ ଉଭୟ ସମୟରେ ଅତୁଟ ଥାଏ। ଦୁଃଖ ବାଣ୍ଟିବାକୁ ଜୀବନ ଥିଲା ଯାଏଁ ସାଥୀଟିଏ ପାଖରେ ଥାଏ। ମୁଁ କିନ୍ତୁ ଏସବୁରୁ ବଞ୍ଚିତ ଅଛି।’