ନୀତି

ଲୋକ ପାଇଲଟ୍‌ ହର୍ଣ୍ଣ ବଜାଇ ବଜାଇ ଥକିଲେ, ଟ୍ରେନ୍‌କୁ ବାଟ ଛାଡ଼ିଲେନି ଯାତ୍ରୀ – Utkal Mail


ମୁମ୍ବାଇ: ଆମ ଦେଶରେ ଟ୍ରାଫିକ୍‌ ଜାମ୍‌ ଏକ ସାଧାରଣ ସମସ୍ୟା। ହେଲେ ଆପଣ କେବେ ଟ୍ରାଫିକ୍‌ ଜାମ୍‌ରେ କେଉଁ ଟ୍ରେନ୍‌କୁ ଫସିଥିବାର ଦେଖିଛନ୍ତି? ଆମେ ଆଜି ଆପଣଙ୍କୁ ଏପରି ଏକ ଭିଡିଓ ଦେଖାଇବୁ, ଯାହାକୁ ଦେଖିବା ପରେ ଆପଣ କହିବେ ‘ଏହା କେବଳ ଆମ ଭାରତରେ ହିଁ ଘଟିପାରେ’।

ଯେତେବେଳେ ଟ୍ରେନ୍ ଏକ ରେଳ କ୍ରସିଂ ଦେଇ ଯିବାକୁ ଥାଏ ତ ସାଧାରଣତ ତା’ ପୂର୍ବରୁ ଫାଟକ ବନ୍ଦ ହୋଇ ଯାଇଥାଏ। ମାତ୍ର ବନାରସର ଏକ ଭିଡିଓ ଦେଖିଲେ ଆପଣ ଚକିତ ହେବେ। ଭିଡିଓରେ ଦେଖିବାକୁ ମିଳିଛି ଯେ ଟ୍ରେନ୍‌ଟି ଆସି ରେଳ କ୍ରସିଂ ନିକଟରେ ପହଞ୍ଚି ସାରିଛି। ହେଲେ ଯାତ୍ରୀମାନେ ରେଳ କ୍ରସିଂରେ ଯାତ୍ରା କରିବା ବନ୍ଦ କରୁନାହାନ୍ତି।

ଲୋକ ପାଇଲଟ୍‌ ବାରମ୍ବାର ହର୍ଣ୍ଣ ମାରି ଚାଲିଥିଲେ ବି ରାସ୍ତା ସଫା ହେଉନାହିଁ। ଫଳରେ ଟ୍ରେନ୍‌ଟି ରେଳ ଧାରଣାରେ ଛିଡ଼ା ହୋଇ ରହିଛି। କାର୍‌ ଓ ବାଇକ୍‌ ଆରୋହୀମାନେ ଅଚିନ୍ତାରେ ଗାଡ଼ି ପାର୍‌ କରି ଯିବାସିବା କରୁଛନ୍ତି।

 

ଆପଣ ଟ୍ରାଫିକ୍‌ ଜାମ୍‌ରେ ବାଇକ୍‌, କାର ଓ ବସ୍‌କୁ ଅଟକିଥିବାର ଦେଖିଥବେ। ହେଲେ ପ୍ରଥମ ଥର ପାଇଁ ଜାମ୍‌ରେ ଏକ ଟ୍ରେନ୍‌କୁ ଅଟକିଥିବାର ଦେଖିବାକୁ ମିଳିିଛି। ଟ୍ରାଫିକ ପୁଲିସ୍‌ ମଧ୍ୟ ଏହି ଜାମ୍‌କୁ ସଫା କରିବାକୁ ଚେଷ୍ଟା କରୁଛନ୍ତି। ମାତ୍ର ଲୋକମାନେ ଟ୍ରେନ୍‌ ଅଟକିଥିବା ସତ୍ତ୍ବେ ଖାତିର ନକରି ରେଳ ଧାରଣା ପାର୍‌ କରିବାରେ ଲାଗିଛନ୍ତି।

ଭିଡିଓଟି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଭାଇରାଲ ଭିଡିଓରେ, ଆମେ ଦେଖିପାରୁଛୁ ଯେ ରେଳ ଦ୍ୱାରର ଉଭୟ ପାର୍ଶ୍ୱରୁ ବହୁ ସଂଖ୍ୟକ ଯାନ ଯାତାୟତ କରୁଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button