ପ୍ରିଗୋଜିନଙ୍କ ପ୍ରତିଭା ଥିଲା, କିନ୍ତୁ ସେ ଭୁଲ କରିଥିଲେ : ପୁଟିନ – Utkal Mail
ମସ୍କୋ : ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ବିମାନ ଦୁର୍ଘଟଣାରେ ୱାଗନର ସେନାମୁଖ୍ୟ ୟେଭଗେନି ପ୍ରିଗୋଜିନଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ପୁଟିନ୍ ଗୁରୁବାର କହିଛନ୍ତି ଯେ ପ୍ରଥମେ ମୁଁ ସମସ୍ତ ମୃତକଙ୍କ ପରିବାର ପ୍ରତି ପ୍ରକୃତ ସମବେଦନା ଜଣାଇବାକୁ ଚାହୁଁଛି।
ସେ ପ୍ରିଗୋଜିନଙ୍କୁ ଜଣେ ପ୍ରତିଭା ଭାବରେ ବର୍ଣ୍ଣନା କରିଥିଲେ ଯିଏ ଗମ୍ଭୀର ଭୁଲ କରିଥିଲେ କିନ୍ତୁ କେତେକ ଭଲ ଫଳାଫଳ ମଧ୍ୟ ହାସଲ କରିଥିଲେ । ବୁଧବାର ମସ୍କୋରେ ଏକ ବିମାନ ଦୁର୍ଘଟଣାରେ ୬୨ ବର୍ଷୀୟ ୟେଭଗେନି ପ୍ରିଗୋଜିନଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ରାଷ୍ଟ୍ରପତି ପୁଟିନ୍ କହିଛନ୍ତି ଯେ ସେ ୧୯୯୦ ଦଶକରୁ ୟେଭଗେନି ପ୍ରିଗୋଜିନଙ୍କୁ ଜାଣିଥିଲେ।
ରୁଷ୍ ରାଷ୍ଟ୍ରପତି କହିଛନ୍ତି ଯେ ଦୁର୍ଘଟଣା ସମ୍ପର୍କରେ ଅନୁସନ୍ଧାନକାରୀମାନେ କ’ଣ କହୁଛନ୍ତି ତାହା ରୁଷିଆ ଅନୁଧ୍ୟାନ କରିବ, କିନ୍ତୁ ଘଟଣା ବିଷୟରେ ଅଧିକ ବିବରଣୀ ଦେବାକୁ ସମୟ ଲାଗିବ। ବିମାନ ଦୁର୍ଘଟଣାର ୨୪ ଘଣ୍ଟା ପରେ ଭ୍ଲାଦିମିର ପୁଟିନ ଏହି ମନ୍ତବ୍ୟ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ବୁଧବାର ମସ୍କୋରେ ଏକ ଘରୋଇ ବିମାନ ଦୁର୍ଘଟଣାରେ ରୁଷର ଘରୋଇ ସେନା ଓ୍ଵାଗନର ସେନାର ମୁଖ୍ୟ ୟେଭଗେନି ପ୍ରିଗୋଜିନଙ୍କ ମୃତ୍ୟୁ ଘଟିଥିଲା ବୋଲି କୁହାଯାଇଥିଲା । ଏହି ଘଟଣାରେ ଅନ୍ୟ ୯ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ଏବେ ପୁଟିନଙ୍କ ଘୋଷଣା ପରେ ପ୍ରିଗୋଜିନ ମରିଥିବା ସ୍ପଷ୍ଟ ହୋଇଯାଇଛି ।
ଗତ ଜୁନ ମାସରେ ପୁଟିନଙ୍କ ବିରୋଧରେ ବିଦ୍ରୋହ କରି ପ୍ରିଗୋଜିନ ଚର୍ଚ୍ଚାକୁ ଆସିଥିଲେ ।