ଏହି ଲୋକମାନେ ଜୀବନରେ କେବେ ବି ସୁଖୀ ହୋଇପାରନ୍ତି ନାହିଁ, ବରଂ ଅନ୍ୟର ବୋଝ ହୋଇଥାନ୍ତି – Utkal Mail
ଅର୍ଥଶାସ୍ତ୍ର ରଚୟିତା ତଥା ଦାର୍ଶନିକ ଚାଣକ୍ୟ ଦେଇ ଯାଇଥିବା ହିତ ଉପଦେଶ କେତେ ଜରୁରୀ ତାହା ତ ସମସ୍ତେ ପ୍ରାୟ ଜାଣନ୍ତି। ତାଙ୍କର କଥା ସବୁ ଅକ୍ଷରେ ଅକ୍ଷରେ ସତ। ସେ ସବୁକୁ ମାନି ଚାଳିଲେ ଶୃଙ୍ଖଳିତ ଜୀବନ ବିତାଇବା ନିଶ୍ଚିତ ହୋଇଥାଏ । ତେବେ, ଆସନ୍ତୁ ଜାଣିବା ଚାଣକ୍ୟଙ୍କ କହିବା ଅନୁଯାୟୀ କେଉଁମାନେ ଜୀବନରେ କେବେ ସୁଖ ପାଆନ୍ତି ନାହିଁ।
ଚାଣକ୍ୟଙ୍କ କହିବାନୁସାରେ ଅଳସୁଆ ଲୋକଙ୍କୁ ବିଶେଷ କରି ଭୋକର କଷ୍ଟ ସହିବାକୁ ପଡ଼ିଥାଏ। ଅଳସୁଆ ଲୋକଙ୍କର କେବେ ଭୋକ ମରେ ନାହିଁ ଓ ଅସୁବିଧା ସର୍ବଦା ତାଙ୍କ ପିଛା କରିଥାଏ ବୋଲି ସେ କହିଛନ୍ତି।
ଅଳସୁଆ ବ୍ୟକ୍ତି ଜୀବନ ସାରା ଦରିଦ୍ରତା ଭିତରେ କାଟିଦିଏ। ଅଳସୁଆମାନେ କେବଳ ଶୋଇ ଶୋଇ ଧନୀ ହେବାର ସ୍ବପ୍ନ ଦେଖନ୍ତି, ଯାହାକି କେବେ ସମ୍ଭବ ନୁହେଁ। ଧନ ଉପାର୍ଜନ କରିବାକୁ ହେଲେ ପରିଶ୍ରମ କରିବାକୁ ପଡ଼ିଥାଏ। ତାହା ଅଳସୁଆମାନେ ବୁଝିପାରନ୍ତି ନାହିଁ।
ଏହି ଲୋକମାନଙ୍କର ପ୍ରଥମତଃ କର୍ମକାତର । ସେଥିପାଇଁ ସେମାନଙ୍କ ଦ୍ବାରା ଅନ୍ୟ କିଛି ହୋଇ ନଥାଏ। ସେମାନେ କେବଳ ନିଜ ଜୀବନ ଖରାପ କରନ୍ତି ନାହିଁ, ବରଂ ଅନ୍ୟର ଜୀବନ ବି ଖରାପ କରିଥାନ୍ତି। ନିଜର ଆତ୍ମୀୟଙ୍କ ପାଇଁ ଅଳସୁଆମାନେ କିଛି କରିପାରନ୍ତି ନାହିଁ, ବରଂ ସେମାନଙ୍କ ଉପରେ ସମୟ ପଡ଼ିଲେ ବୋଝ ବନିଥାନ୍ତି।
ଅଳସୁଆମାନେ କେବଳ ନିଜର ଆର୍ଥିକ ସ୍ଥିତି ନୁହେଁ, ବରଂ ମାନସିକ ଓ ଶାରୀରିକ ଅବସ୍ଥାକୁ ବି ନିଜ ହାତରେ ବିଗାଡ଼ି ଦେଇଥାନ୍ତି।