ଜୀବନଶୈଳୀ

Baba Ramdev: ବାବାଙ୍କୁ ଆଉ ଏକ ଝଟକା,ଯୋଗ ଶିବିର ପାଇଁ ସେବା ଟିକସ ଦେବାକୁ ସୁପ୍ରିମକୋର୍ଟର ନିର୍ଦ୍ଦେଶ

ଯୋଗ ଗୁରୁ ସ୍ବାମୀ ରାମଦେବଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ଆଉ ଏକ ବଡ଼ ଝଟକା ଲାଗିଛି। ତାଙ୍କର ଯୋଗ ଶିବିର ପାଇଁ ବର୍ତ୍ତମାନ ସେବା ଟିକସ ଦେବାକୁ ପଡ଼ିବ ବୋଲି କୋର୍ଟ କହିଛି । ଜଷ୍ଟିସ ଅଭୟ ଏମ ଓକ ଏବଂ ଜଷ୍ଟିସ ଉଜ୍ଜ୍ବଲ ଭୂୟାଁଙ୍କ ସୁପ୍ରିମକୋର୍ଟର ଏକ ବେଞ୍ଚ ଏହି ମାମଲାରେ ସେବା ଟିକସ ଅପିଲ ଟ୍ରିବ୍ୟୁନାଲର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ଆଉ ଏହି ବାବଦରେ ରାମଦେବ ବାବଙ୍କୁ ନୋଟିସ ପଠା ଯାଇଛି ।

ଟ୍ରିବ୍ୟୁନାଲର ନିଷ୍ପତ୍ତି ଅନୁଯାୟୀ ରାମଦେବଙ୍କ ଯୋଗ ଶିବିର ଆୟୋଜନ କରୁଥିବା ସଂଗଠନ ‘ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ’କୁ ବର୍ତ୍ତମାନ ଉଭୟ ଆବାସିକ ତଥା ଅଣ-ଆବାସିକ ଯୋଗ ଶିବିର ପାଇଁ ସେବା ଟିକସ ଦେବାକୁ ପଡିବ।

ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ ରାମଦେବଙ୍କ ଯୋଗ ଶିବିର ପାଇଁ ପ୍ରବେଶ ଶୁଳ୍କ ଆଦାୟ କରିଥାଏ । ପ୍ରବେଶ ଶୁଳ୍କ ଚାର୍ଜ କରିବା ପରେ ଯୋଗ ଶିବିରରେ ପ୍ରଦାନ କରାଯାଇଥିବା କାର୍ଯ୍ୟ ହେଉଛି ଏକ ସେବା। ଟ୍ରିବ୍ୟୁନାଲର ଆଦେଶରେ ହସ୍ତକ୍ଷେପ କରିବାର କୌଣସି କାରଣ ଆମେ ଦେଖୁନାହୁଁ ବୋଲି ବେଞ୍ଚ୍ କହିଛନ୍ତି। ତେଣୁ ପତଞ୍ଜଳି ଯୋଗପୀଠ ଟ୍ରଷ୍ଟର ଆବେଦନକୁ ଖାରଜ କରାଯାଇଛି।

ଏଥିସହ କଷ୍ଟମ୍ସ, ଏକ୍ସାଇଜ୍ ଏବଂ ସର୍ଭିସ ଟ୍ୟାକ୍ସ ଆପିଲେଟ ଟ୍ରିବ୍ୟୁନାଲ (ସିଇଏସଟିଏଟି)ର ଆହ୍ଲାବାଦ ବେଞ୍ଚର ୫ ଅକ୍ଟୋବର ୨୦୨୩ଆଦେଶରେ ହସ୍ତକ୍ଷେପ କରିବାକୁ କୋର୍ଟ ମନା କରି ଦେଇଛନ୍ତି।

ସିଇଏସଟିଏଟି ସ୍ବୀକାର କରିଛି ଯେ ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ ଯୋଗ ଶିବିର ପାଇଁ ଅଂଶଗ୍ରହଣକାରୀଙ୍କଠାରୁ ଦେୟ ଆଦାୟ କରେ। ତେଣୁ ଟ୍ରଷ୍ଟର ଯୋଗ ଶିବିରଗୁଡ଼ିକ ସେବା ଟ୍ୟାକ୍ସର ଅଧୀନରେ ଆସୁଛି। ଟ୍ରିବ୍ୟୁନାଲ କହିଛନ୍ତି ଯେ ଟ୍ରଷ୍ଟ ବିଭିନ୍ନ ଆବାସିକ ଏବଂ ଅଣ-ଆବାସିକ ଶିବିରରେ ଯୋଗ ତାଲିମ ପ୍ରଦାନ କରିଥାଏ ଏବଂ ଦାନ ଆକାରରେ ଅଂଶଗ୍ରହଣକାରୀଙ୍କଠାରୁ ଟଙ୍କା ସଂଗ୍ରହ କରିଥାଏ, ଯାହା ପ୍ରଦାନ କରାଯାଇଥିବା ସେବାଗୁଡିକ ପାଇଁ ପ୍ରବେଶ ଶୁଳ୍କ ବୋଲି କୁହାଯାଇଥାଏ। ଯଦିଓ ଏହି ରାଶି ଦାନ ଭାବରେ ସଂଗ୍ରହ କରାଯାଇଥିଲା, କେବଳ ଉକ୍ତ ସେବା ଯୋଗାଇବା ପାଇଁ ଏହା ଏକ ଦେୟ ଥିଲା। ତେଣୁ ଏହା ଫି ପରିଭାଷା ଅଧୀନରେ ଆସେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button