ସ୍ୱାସ୍ଥ୍ୟ

ଗର୍ଭଧାରଣର ( Pregnant ) ସଠିକ୍‌ ସମୟ କ’ଣ ?

ତେବେ ଯେତେ ବେଳେ ଏକ ନାରୀ ଟିଏ ବିବାହ କରିଥାଏ ତାର ପ୍ରଥମ ଇଚ୍ଛା ଥାଏ କି ସେ କେବେ ମା ହେବ ଆଉ ମା ହୋଇ ଗଲା ପରେ ତାର ସବୁ ସ୍ୱପ୍ନ ପୂରଣ ହୋଇ ଯାଇ ଥାଏ | ମା ହେବା ପରେ ସେ ସବୁଠୁ ବଡ଼ ସୋଭାଗ୍ୟ ଅର୍ଜନ କରିଥାଏ ଯାହା ଦ୍ୱାରା ପରିବାର ରେ ମଧ୍ୟ ହସ ଖୁସି ଖେଳି ଯାଇଥାଏ |ତେଣୁ ନାରୀ ମାନେ ସବୁବେଳେ ଏହା ଚାହିଁ ଥାଆନ୍ତି କି ସେମାନେ ବିବାହ ପରେ ଖୁବ ଜଲଦି ମା ହୋଇ ଯାଆନ୍ତୁ |

କିନ୍ତୁ ଯିଏ ମା ହୋଇ ପାରନ୍ତି ନାହିଁ ତାର ଜୀବନ କୌଣସି ଅଭିଶପ୍ତ ଠାରୁ କମ ନୁହେଁ, ଅନେକ ଚେଷ୍ଟା କଲା ପରେ ମଧ୍ୟ ସେହି ନାରୀ ମାନେ ଗର୍ଭ ଧାରଣ କରି ପାରନ୍ତି ନାହିଁ | କାରଣ ସେମାନେ ଗର୍ଭ ଧାରଣ ଉପାୟ ଜାଣି ନଥାନ୍ତି ଆଉ ଯାହା ଦ୍ୱାରା ସେମାନେ ମା ହୋଇ ପାରନ୍ତି ନାହିଁ | ତେବେ ଆଜି ଆମେ ଜାଣିବା ଗର୍ଭ ଧାରଣ ର ସଠିକ ସମୟ |

ତେବେ ଯଦି ଜଣେ ମହିଳା ଗର୍ଭବତୀ ହେବା ପାଇଁ ଚାହୁଁ ଥିବ ତେବେ ପ୍ରଥମେ ସେ ନିଜକୁ ପ୍ରସ୍ତୁତ କରିବା ପାଇଁ ପଡ଼ିବ ଏବଂ ତାଙ୍କର ମାସିକ ଋତୁଶ୍ରାବ ମଧ୍ୟ ଠିକ ସମୟ ଅନୁଯାଇ ହେଉ ଥିବା ଦରକାର | ଯଦି ମହିଳା ମାନଙ୍କର ଋତୁଶ୍ରାବ 28 ରୁ 30 ଦିନ ମଧ୍ୟରେ ହେବ ତେବେ ସେମାନେ ଗର୍ଭବତୀ ଖୁବ ଜଲଦି ହେବାର ଅଧିକ ଚାନ୍ସ ରହି ଥାଏ, ତେଣୁ କରି ନିଜର ଋତୁଶ୍ରାବ ଠିକ ସମୟରେ ହେଉଛି କି ନାହିଁ ପ୍ରଥମେ ତାହା ଉପରେ ଧ୍ୟାନ ରଖନ୍ତୁ |

ଏହାପରେ ଋତୁଶ୍ରାବ ର 14 ଦିନ ଭିତରେ ଏକ ମହିଳା ନିଜ ସ୍ୱାମୀ ସହିତ ସହବାସ କରେ ତେବେ ସେ ନିହାତି ଭାବରେ ଶୀଘ୍ର ମା ହୋଇ ପାରିବ | ଜଣେ ମହିଳାର ଅଣ୍ଡା ଫୁଟି ଥାଏ 24 ଘଣ୍ଟା ଭିତରେ ମଉଳି ଯାଏ ତେଣୁ ଏହି ସମୟ ଭିତରେ ଇଣ୍ଟର କୋର୍ସ ମାଧ୍ୟମରେ ସ୍ପର୍ମ ଯଦି ଓଭମ ସହିତ ମିଶିଯାଏ ତେବେ ମହିଳାର ପିଲା କନସିଭ ହେବାର ବହୁତ ଚାନ୍ସ ରହିଥାଏ | ଏହି 14 ଦିନ ଭିତରେ ଆପଣ ପ୍ରତ୍ୟେକ ଅଲଟର ନେଟିଭ ଦିନରେ ଇଣ୍ଟର କୋର୍ସ କରିବା ଉଚିତ ଏହିପରି ଆପଣ ଚାରିଥର କଲେ ଶୀଘ୍ର ଗର୍ଭବତୀ ହୋଇପାରନ୍ତି |

ଏହାପରେ ଯଦି ମାସିକ ଋତୁଶ୍ରାବ ରେ 28 ଦିନରୁ 30 ଦିନ ଭିତରେ ଆପଣଙ୍କର ଋତୁଶ୍ରାବ ନ ହେଉଛି ତେବେ ଆପଣ ସପ୍ତାହେ ଛାଡ଼ି ଏକ ପ୍ରେଗ୍ନେସି ଟେଷ୍ଟ ଆଣି ସେଥିରେ ଟେଷ୍ଟ କରନ୍ତୁ | ବେଳେ ବେଳେ ଏମିତି ହୁଏ କି କୌଣସି ମେଡ଼ିସିନ ର ସାଇଡ ଇଫେକ୍ଟ ଦ୍ୱାରା ପିରିୟଡ଼ସ ହେବାର ଡେଟ ଘୁଞ୍ଚି ଯାଇ ଥାଏ | ତେଣୁ ପ୍ରେଗ୍ନେସି ଟେଷ୍ଟ ଦ୍ୱାରା ଆପଣ ଜାଣି ପାରିବେ କି ଆପଣ ଗର୍ଭବତୀ ଅଛନ୍ତି କି ନାହିଁ | ତେବେ ଏଭଳି ନିୟମ କରନ୍ତୁ ଦେଖିବେ ଖୁବ ଶୀଘ୍ର ଆପଣ ଗର୍ଭବତୀ ହୋଇ ପାରିବେ |

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button