ନୀତି

ବିମାନରେ କ୍ରିକେଟରଙ୍କ ସହ ନଜର ଆସିଥିବା ଏହି  ଯୁବତୀ ଜଣକ କିଏ ଜାଣନ୍ତୁ – Utkal Mail


ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଟି-୨୦ ସଦସ୍ୟ ସାଉଥ ଆଫ୍ରିକାଗସ୍ତରେ ବାହାରି ଯାଇଛନ୍ତି। ଏହି ଗସ୍ତ ସମୟର ଏକ ଫଟୋକୁ କ୍ରିକେଟର ରିଙ୍କୁ ସିଂହ ବୁଧବାର ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରିଛନ୍ତି।

ଏହି ଫଟୋରେ କୁଲଦୀପ ଯାଦବ, ରିଙ୍କୁ ସିଂହ, ତିଲକ ବର୍ମା, ଅର୍ଶଦୀପ ସିଂହ ଓ ଫିଲଡିଙ୍ଗ କୋଚ ଟି ଦୀଲିପଙ୍କ ସମେତ ଭାରତୀୟ ଦଳର ଅନ୍ୟ ସଦସ୍ୟ ଥିବା ଦେଖିବାକୁ ମିଳୁଛି। ଏଥିସହିତ ଏହି ଫଟୋରେ କ୍ରିକେଟ ଟିମଙ୍କ ସହିତ ଜଣେ ଯୁବତୀ ବି ଥିବା ନଜର ଆସୁଛନ୍ତି।

ଏହି ଯୁବତୀଙ୍କ ନାମ ହେଲା ରଜଲ ଅରୋଡା। ରଜଲଙ୍କ ଇନଷ୍ଟା ବାୟୋର ସୂଚନା ମୁତାବକ, ସେ ଭାରତୀୟ ଦଳ ଓ ଆଇପିଏଲର ଡିଜିଟାଲ ଆଣ୍ଡ ମିଡିଆ ମ୍ୟାନେଜର ରହିଛନ୍ତି। ସେ ଗତ ୮ବର୍ଷ ହେବ ବିସିସିଆଇ ସହିତ ଜଡ଼ିତ ଅଛନ୍ତି। ରଜଲଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପାଖାପାଖି ୬୦ହଜାର ଅନୁଗାମୀମାନେ ରହିଛନ୍ତି। ସେ ସୋସିଆଲ ମିଡିଆରେ ଖୁବ ସକ୍ରିୟ ରହିଥାଆନ୍ତି।

ଭାରତୀୟ ଦଳ ସର୍ବପ୍ରଥମେ ଡିସେମ୍ବର ୧୦ ତା’ପରେ ଡିସେମ୍ବର ୧୨, ୧୪ରେ ସାଉଥ ଆଫ୍ରିକା ବିପକ୍ଷରେ ଟି-୨୦ ମ୍ୟାଚ ଖେଳିବ। ସେହିପରି ଡିସେମ୍ବର ୧୭,୧୯,୨୧ରେ ଦିନିକିଆ ମ୍ୟାଚ ଖେଳାଯିବ। ଦଳର ଅଧିନାୟକ ଭାବେ ଦାୟିତ୍ବ ନେଇଛନ୍ତି କ୍ରିକେଟର ସୂର୍ଯ୍ୟକୁମାର ଯାଦବ।

ଏହାପରେ ଭାରତୀୟ ଦଳ ଡିସେମ୍ବର ୨୬ରୁ ୩୦ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିବ। ସେହିପରି ଦ୍ବିତୀୟ ଟେଷ୍ଟ ମ୍ୟାଚ ୨୦୨୪ ଜାନୁଆରି ୩ରୁ ୭ ମଧ୍ୟରେ ଖେଳାଯିବାର ଥିବ‌ା ସୂଚନା ମିଳିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button