ନୀତି

ଆଳସ୍ୟ ବୁଦ୍ଧିମତ୍ତାର ପରିଚାୟକ ! ବୁଦ୍ଧିମାନମାନେ ସହଜରେ ବିରକ୍ତ ହୁଅନ୍ତି ନାହିଁ – Utkal Mail


ଅଳସୁଆ ଲୋକମାନେ ଅନେକ ଅପଖ୍ୟାତି ଅର୍ଜନ କରିଥା’ନ୍ତି। ସେମାନେ ପରିଶ୍ରମକାତର ବୋଲି ସେମାନଙ୍କୁ ହତାଦର କରାଯାଏ। ମାତ୍ର ଆଳସ୍ୟ ହିଁ ବୁଦ୍ଧିମତ୍ତାର ସଂକେତ ବୋଲି ଫ୍ଲୋରିଡା ସ୍ଥିତ ଗଲ୍‌ଫ କୋଷ୍ଟ୍‌ ବିଶ୍ବବିଦ୍ୟାଳୟର ଗବେଷକମାନଙ୍କ ଏକ ସଦ୍ୟ ଅନୁଧ୍ୟାନରୁ ଜଣାପଡ଼ିଛି। ସେମାନଙ୍କର ନିର୍ଯାସ ଅନୁଯାୟୀ, ଉଚ୍ଚମାନର ବୁଦ୍ଧିମତ୍ତା (ଆଇକ୍ୟୁ) ସଂପନ୍ନ ବ୍ୟକ୍ତିମାନେ କମ୍‌ ଆଇକ୍ୟୁ ବିଶିଷ୍ଟ ବ୍ୟକ୍ତିଙ୍କ ତୁଳନାରେ ଶାରୀରିକ ରୂପେ କମ୍‌ ସକ୍ରିୟ ଥାଆନ୍ତି। ବିଚକ୍ଷଣ ବା ସ୍ମାର୍ଟ ଲୋକମାନେ ପ୍ରାୟତଃ ମାନସିକ କାର୍ଯ୍ୟକଳାପ ପ୍ରତି ବେଶୀ ଆକର୍ଷିତ ହୋଇଥା’ନ୍ତି ଏବଂ ଶାରୀରିକ ବ୍ୟାୟାମକୁ କମ୍‌ ପ୍ରାଧାନ୍ୟ ଦେଇଥା’ନ୍ତି। ଉକ୍ତ ଅଧ୍ୟୟନ ଏହି ପରିକଳ୍ପନାକୁ ଭିତ୍ତି କରି କରାଯାଇଥିଲା ଯେ ବୁଦ୍ଧିମାନ ବ୍ୟକ୍ତିମାନେ ସହଜରେ ବିରକ୍ତ ହୁଅନ୍ତି ନାହିଁ।

ଏହାର କାରଣ ହେଲା ସେମାନେ ବୌଦ୍ଧିକ ଉଦ୍ଦୀପକ କାର୍ଯ୍ୟରେ ଅଧିକ ସମୟ ଦେଇଥା’ନ୍ତି। ତେବେ ପଢ଼ିବା ବା ଶବ୍ଦଧନ୍ଦା ସମାଧାନ କରିବା ଭଳି କାର୍ଯ୍ୟକଳାପ ମସ୍ତିଷ୍କ ପାଇଁ ଲାଭଦାୟକ ହୋଇଥିଲେ ମଧ୍ୟ ଶାରୀରିକ କାର୍ଯ୍ୟକଳାପରେ ତାହାର ବିଶେଷ ଅବଦାନ ନଥାଏ। ଅପରପକ୍ଷେ, ଶାରୀରିକ ଭାବେ ସକ୍ରିୟ ବ୍ୟକ୍ତିମାନେ ବିରକ୍ତି ଭାବକୁ ଦୂର କରିବା ଲାଗି ବାହ୍ୟ କାର୍ଯ୍ୟକଳାପ ପ୍ରତି ବେଶୀ ମନ ଦେଇଥା’ନ୍ତି। କାରଣ ସେମାନେ ସହଜରେ ବିରକ୍ତ ହେବାର ଅଧିକ ସମ୍ଭାବନା ଥାଏ ଏବଂ ନିରନ୍ତର ଉଦ୍ଦୀପନାର ଆବଶ୍ୟକତା ରହିଥାଏ। ତେବେ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା, ଅଧିକ ଚିନ୍ତାଶୀଳ ବ୍ୟକ୍ତିଙ୍କୁ ସେମାନଙ୍କର ନିମ୍ନ କାର୍ଯ୍ୟକଳାପ ସ୍ତରର ମୁକାବିଲା କରିବାରେ ସଚେତନତା ସାହାଯ୍ୟ କରିପାରିବ ବୋଲି ଗବେଷକମାନେ ପରାମର୍ଶ କରିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button