ନୀତି

ପାଣିରେ ୭ କିଲୋମିଟର୍ କାର୍‌ ଯାତ୍ରା! – Utkal Mail


ନିକଟରେ ଅଷ୍ଟ୍ରେଲିଆର ଦଳେ ଉତ୍ସାହୀ ମେକାନିକାଲ ଇଞ୍ଜିନିଅର ସମୁଦ୍ର ପାଣିରେ ବୁଡ଼ି ଦୀର୍ଘତମ ପଥ କାର୍‌ ଚଳାଇବାର ବିଶ୍ବ ରେକର୍ଡ ସୃଷ୍ଟି କରିଛନ୍ତି। ଗତ ୨୯ ତାରିଖରେ ସେମାନେ ୧୯୭୮ ମସିହାର ଏକ ଟୟୋଟା ଲାଣ୍ଡ୍‌ କ୍ରୁଜର ମଡେଲ୍ କାର୍‌ରେ ଉତ୍ତର ଅଷ୍ଟ୍ରେଲିଆ ସାଗରରେ ୭ କି.ମି. ଯାତ୍ରା କରି ଏହି ରେକର୍ଡ କରିଛନ୍ତି। ଏହି ପୁରୁଣା ଗାଡ଼ିଟିକୁ ସେମାନେ ମାତ୍ର ୫,୦୦୦ ଡଲାରରେ କିଣିଥିଲେ। ତାହାକୁ ଏକ ଜଳପ୍ରତିରୋଧୀ ତଥା ବିଦ୍ୟୁତ୍‌ଚାଳିତ ଯାନରେ ରୂପାନ୍ତରିତ କରି ସେମାନେ ମାଣ୍ଡୋରା ଉପକୂଳ ୭ କି.ମି. ଦୂର ଡାରଵିନ୍‌ ପୋତାଶ୍ରୟ ଯାଏ ପାଣି ଭିତରେ ଚଳାଇବାରେ ସକ୍ଷମ ହୋଇଥିଲେ। ଗାଡ଼ିଟି ଶକ୍ତିଶାଳୀ ହୋଇଥିଲେ ହେଁ ଚାଳକଙ୍କ ପାଇଁ ଏହି ଅଭିଯାନ ବିପଦପୂର୍ଣ୍ଣ ଥିଲା। ସମୁଦ୍ର ପାଣି ଭିତରେ ସାର୍କ କି ଲୁଣା କୁମ୍ଭୀର ପରି ହିଂସ୍ର ଜଳଚରଙ୍କ ଆକ୍ରମଣ ଆଶଙ୍କା ରହିଥିଲା। କମଳା ରଙ୍ଗର ଲାଣ୍ଡ୍‌ କ୍ରୁଜର୍‌ଟି ସକାଳ ୯ଟାରେ ସମୁଦ୍ର ଭିତରକୁ ପଶିଥିଲା ଏବଂ ସେମାନେ ସେମାନଙ୍କ ଲକ୍ଷ୍ୟସ୍ଥଳରେ ଅପରାହ୍‌ଣ ୫ଟାରେ ପହଞ୍ଚିଯିବେ ବୋଲି ଆଶା ରଖିଥିଲେ। ମାତ୍ର ବାଲୁକାଶଯ୍ୟା ଓ କାଦୁଅ ଚଟାଣରେ ଗଲା ବେଳେ ସେମାନଙ୍କୁ ବାଟରେ ଡଜନେରୁ ଅଧିକ ଥର ଅଟକିବାକୁ ପଡ଼ିଥିଲା। ପାଣି ଭିତରେ ଯାଇଥିବା ଏକ ଗ୍ୟାସ ପାଇପ୍‌ଲାଇନ୍‌କୁ ମଧ୍ୟ ଯତ୍ନର ସହ ଡେଇଁବାକୁ ପଡ଼ିଥିଲା। ସବୁ ପ୍ରତିବନ୍ଧକୁ ପାର କରି ରାତି ୯ଟାରେ ଏହି ଅଭିଯାତ୍ରୀ ଦଳ ଡାରଵିନ୍‌ ପୋତାଶ୍ରୟରେ ପହଞ୍ଚିଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button