ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରୁଥିବା ସମୟରେ ପକାନ୍ତୁ ଗୋଟେ ଜିନିଷ

ସୂର୍ଯ୍ୟ ଗ୍ରହକୁ ସବୁ ଗ୍ରହର ରାଜା ବୋଲି କୁହାଯାଏ। ଯେଉଁ ଲୋକଙ୍କ ଜନ୍ମ କୁଣ୍ଡଳୀରେ ସୂର୍ଯ୍ୟ ଶୁଭ ସ୍ଥିତିରେ ରହିଥାନ୍ତି, ତାଙ୍କ ଭାଗ୍ୟ ଖୋଲି ଯାଇଥାଏ। ଏହାସହିତ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ। ସୂର୍ଯ୍ୟ ଗ୍ରହର ଶୁଭ ଦୃଷ୍ଟି ରହିବା ଯୋଗୁଁ ଆମ ଜୀବନରେ କେବେବି କୌଣସି ବାଧାବିଘ୍ନ ଆସି ନଥାଏ। ଯଦି ସୂର୍ଯ୍ୟ ଗ୍ରହ ଅଶୁଭ ବା ଦୁର୍ବଳ ସ୍ଥିତିରେ ରହିଥାନ୍ତି, ତାହେଲେ ବ୍ୟକ୍ତିକୁ ଅନେକ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥାଏ। ପ୍ରାୟତଃ ସମସ୍ତେ ସକାଳୁ ଇଥି ସୂର୍ଯ୍ୟ ଗ୍ରହକୁ ଜଳ ଅର୍ପଣ କରିଥାନ୍ତି। ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସମୟରେ କେଉଁ ସବୁ ନିୟମ ପାଳନ କରିବା ଉଚିତ।
ଆମ କୁଣ୍ଡଳୀରେ ସୂର୍ଯ୍ୟ ଗ୍ରହ ଶୁଭ ସ୍ଥିତି ରହିବା ନିହାତି ଜରୁରୀ ଅଟେ। ଯଦି ଆପଣଙ୍କ ଜନ୍ମ କୁଣ୍ଡଳୀରେ ସୂର୍ଯ୍ୟଦେବ ଶୁଭ ସ୍ଥିତିରେ ନାହାନ୍ତି, ତାହେଲେ ତାଙ୍କୁ ପ୍ରସନ୍ନ କରିବା ପାଇଁ କିଛି ଖାସ ଉପାୟ ଗୁଡ଼ିକୁ କରିବା ଉଚିତ।ଆଜି ଆମେ ଆପଣଙ୍କୁ ସେହି ଖାସ ଉପାୟ ଗୁଡ଼ିକୁ କହିବାକୁ ଯାଉଛୁ। ରବିବାର ଦିନ ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ ଅଟେ। ରବିବାର ଦିନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରି ପୂଜାର୍ଚ୍ଚନା କରିବା ଦ୍ୱାରା ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତି ହୋଇଥାଏ।
ଭଗବାନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ପୂର୍ବରୁ ଆପଣ ତମ୍ବାର ଲୋଟା ନିଅନ୍ତୁ। ଏହି ତମ୍ବାର ଲୋଟାରେ ପ୍ରତ୍ୟେକ ରବିବାର ଦିନ ଜଳ ଭରି ଭଗବାନ ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତୁ। ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କର ସବୁ କାର୍ଯ୍ୟରେ ଆସୁଥିବା ବାଧାବିଘ୍ନ ଦୂର ହୋଇଯିବ। ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। ରବିବାର ଦିନ ଚାଉଳ ଓ ଗହମ ଦାନ କରିବା ଅତ୍ୟନ୍ତ ଶୁଭ ମାନା ଯାଇଛି।
ରବିବାର ଦିନ ନିଜ ମଥାରେ ଲାଲ ତିଳକ ଲଗାନ୍ତୁ ଏବଂ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ପୂର୍ବରୁ ସେହି ଜାଲରେ ଲାଲ ଚନ୍ଦନ ମିଶାଇ ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ। ଯଦି ଆପଣଙ୍କର ଗ୍ରହ ଦୋଷ ରହିଛି, ତାହେଲେ ରବିବାର ଦିନ ବ୍ରାହ୍ମଣ ମାନଙ୍କୁ ଭୋଜନ କରାନ୍ତୁ। ଦେଖିବେ ଆପଣଙ୍କୁ ଗ୍ରହ ଦୋଷରୁ ମୁକ୍ତି ମିଳିଯିବ। ରବିବାର ଦିନ ଆପଣ ଭଗବାନ ସୂର୍ଯ୍ୟଙ୍କୁ କ୍ଷୀର ଅର୍ପଣ କରି ପାରିବେ। ପରେ ଏହି କ୍ଷୀରକୁ ଆପଣ ପ୍ରସାଦ ସ୍ୱରୂପ ମଧ୍ୟ ସେବନ କରି ପାରିବେ।
ଯଦି ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କ ସ୍ବାସ୍ଥ୍ୟ ଖରାପ ଅଛି, ତାହେଲେ ତାଙ୍କୁ ତମ୍ବା ଲୋଟାରେ ଭଗବାନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ପାଇଁ କୁହନ୍ତୁ। ଆପଣ ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରୁଥିବା ସମୟରେ ସେହି ଜଳରେ ବେଲପତ୍ର ଓ ଅଳ୍ପ ଅରୁଆ ଚାଉଳ ପକାଇ ମଧ୍ୟ ଜଳ ଅର୍ପଣ କରି ପାରିବେ। ଏଭଳି କରିବା ଦ୍ଵାରା ଆପଣଙ୍କର ଆତ୍ମବିଶ୍ବାସ ସୁଦୃଢ ରହିବ। ଯାହାଦ୍ଵାରା ଆପଣଙ୍କୁ ଜୀବନରେ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ଏହାସହିତ ଆପଣଙ୍କ କୁଣ୍ଡଳୀରେ ସୂର୍ଯ୍ୟ ଗ୍ରହ ଶୁଭ ସ୍ଥିତିରେ ରହିବେ।