ଜୀବନଶୈଳୀ

କୋଇଲିର ଏହି ତିନୋଟି କଥା ଶୁଣନ୍ତୁ, ବୃଦ୍ଧ କାଳରେ କେବେବି ଭୋଗିବେ ନାହିଁ ଦୁଃଖ

ଈଶ୍ବରଙ୍କ ଦିତୀୟ ରୂପ ହେଉଛନ୍ତି ପିତାମାତା। ଏମାନଙ୍କ ସେବା କରିବାର ସୌଭାଗ୍ୟ ପ୍ରତ୍ୟେକ ସନ୍ତାନଙ୍କୁ ପ୍ରାପ୍ତ ହୋଇଥାଏ। ଆଜି ଆମେ ଆପଣଙ୍କୁ କୋଇଲିର ସୁନ୍ଦର ଏକ କାହାଣୀ କହିବାକୁ ଯାଉଛୁ। ଏହି କାହାଣୀରୁ ଆପଣ ଅନେକ କିଛି ଶିକ୍ଷା କରି ପାରିବେ। ପ୍ରତ୍ୟେକ ପିତାମାତା ତାଙ୍କ ସନ୍ତାନର ମଙ୍ଗଳ ଚାହିଁ ଥାଆନ୍ତି। କିନ୍ତୁ ପିତାମାତାଙ୍କୁ ଧ୍ୟାନ ରଖିବାର ଆବଶ୍ୟକତା ରହିଛି କି, ସନ୍ତାନଙ୍କୁ କେବେବି ନିଜ ଆୟତରେ ଆଣିବାକୁ ପ୍ରୟାସ କରନ୍ତୁ ନାହିଁ। ଏଭଳି କରିବା ଦ୍ଵାରା ସନ୍ତାନ କେବେବି ଆପଣଙ୍କୁ ସମ୍ମାନ ଓ ସ୍ନେହ ଦେବେ ନାହିଁ।

ସନ୍ତାନଙ୍କ ପାଇଁ ପିତାମାତା ସବୁକିଛି କରିଥାନ୍ତି, କାରଣ ଭଗବାନଙ୍କ ସୃଷ୍ଟିରେ ଏହା ତାଙ୍କ ଦାୟିତ୍ୱ ଅଟେ। ସେହିଭଳି ପିଲାମାନଙ୍କର ମଧ୍ୟ ଦାୟିତ୍ୱ ଏହା କି, ସେମାନେ ପିତାମାତାଙ୍କ ବୃଦ୍ଧାବସ୍ଥାରେ ତାଙ୍କ ଯତ୍ନ ନିଅନ୍ତୁ। କିନ୍ତୁ ଆଜିକାଲିର ଦୁନିଆରେ ପିତାମାତା ତାଙ୍କ ପିଲାଙ୍କୁ ଆୟତ କରିବାକୁ ଚାହୁଁଛନ୍ତି ଏବଂ ତାଙ୍କ ଅନୁସାରେ ପିଲାଙ୍କୁ ଗଢ଼ିବାକୁ ଚାହାନ୍ତି । ଆଜିକାଲି ପିତାମାତା କେବଳ ପିଲାଙ୍କୁ ଚାକିରି ପାଇଁ ପ୍ରେରଣା ଦେଉଛନ୍ତି, କିନ୍ତୁ ତାଙ୍କୁ ଭଲ ମଣିଷ ହେବାର ମାର୍ଗ ଦେଖାଉ ନାହାନ୍ତି। ଏହାସହିତ ଅନ୍ୟର ପିଲା ପରୀକ୍ଷାରେ ଅଧିକ ନମ୍ବର ରଖିଲେ ନିଜର ପିଲା ପାଖରେ ତୁଳନା କରିଥାନ୍ତି।

କେବେବି ନିଜ ପିଲାଙ୍କ ସହିତ ଅନ୍ୟର ତୁଳନା କରନ୍ତୁ ନାହିଁ। ସେମାନଙ୍କୁ ସବୁବେଳେ ପୋତ୍ସହିତ କରିବା ନିହାତି ଜରୁରୀ ଅଟେ। ଏବେ ଆସନ୍ତୁ କାହାଣୀ ଉପରକୁ ଯିବା। ପ୍ରାଚୀନ କାଳରେ ଗୋଟେ ଜଙ୍ଗଲରେ କୋଇଲି ଓ ତାର ସ୍ବାମୀ ସୁଖରେ ବାସ କରୁଥିଲେ। ଥରେ କୋଇଲି ଗର୍ଭବତୀ ହେଲା ଏବଂ ପ୍ରସବ ସମୟ ଆସିଗଲା। କୋଇଲି ତାର ସ୍ବାମୀଙ୍କୁ କହିଲା ପ୍ରସବ ସମୟ ଆସି ଗଲାଣି ତୁମେ ଯାଇ ଗୋଟେ ଭଲ ସ୍ଥାନ ଖୋଜ, ଯେଉଁଠାରେ ମୁଁ ସୁରକ୍ଷିତ ଭାବରେ ଅଣ୍ଡା ଦେବି।

ଯେଉଁଠାରେ କୋଇଲି ଏହୁଥିକା, ସେଠାରେ ଜଣେ ସାହୁକାରଙ୍କ ଘର ଥିଲା। ତାଙ୍କର କୌଣସି ଅଭାବ ନଥିଲା। ସାହୁକାରଙ୍କର ଜଣେ ପୁତ୍ର ଥିଲା।ସାହୁକାର ତାର ପୁତ୍ରକୁ ପାଠ ପଢ଼ାଇ ବଡ଼ ମଣିଷ କରି ଦେଲେ। ଥରେ ସାହୁକାରଙ୍କ ପୁତ୍ର ତାଙ୍କୁ କହିଲା , ସବୁ ଜମାପୁଞ୍ଜି ମୋତେ ଦେଇ ଦିଅନ୍ତୁ ମୁଁ ରାଜା ହେବି। ସାହୁକାର ତାଙ୍କର ପୁତ୍ରକୁ ବୁଝାଇବାକୁ ଲାଗିଲେ କି ଯଦି ଏହି ରାଜ୍ୟର ରାଜାଙ୍କୁ ଏହି ସୂଚନା ଜଣା ପଡିବା, ତାହେଲେ ପରିଣାମ ବହୁତ ଭୟଙ୍କର ହେବ।

ତଥାପି ସାହୁକାରଙ୍କ ପୁତ୍ର କିଛି ନ ଶୁଣି, ତାଙ୍କ ସହିତ ଯୁଦ୍ଧ କରିବାକୁ ଲାଗିଲା। କିଛିଦିନ ପରେ ସାହୁକାରଙ୍କର ମୃତ୍ୟୁ ହୋଇ ହୋଇଗଲା। କିନ୍ତୁ ସାହୁକାରଙ୍କ ପୁତ୍ର ପିଣ୍ଡ ମଧ୍ୟ ଦେଲା ନାହିଁ। ତାପରେ ସାହୁକାରଙ୍କ ପୁଅ ଜମାପୁଞ୍ଜି ନେଇ ସୈନ୍ୟସାମନ୍ତ ନେଇ ରାଜ୍ୟର ରାଜାଙ୍କ ସହିତ ଯୁଦ୍ଧ କଲା। ଯୁଦ୍ଧରେ ରାଜା ସାହୁକାରଙ୍କ ପୁଅର ମୁଣ୍ଡ କାଟ କରିଦେଲେ। ଦୂରରୁ ଏହା ଦେଖି କୋଇଲିର ସ୍ବାମୀ କୋଇଲିକୁ ବୁଝାଇଲା କି ସନ୍ତାନ ଜନ୍ମ ହୋଇ ହୁଏତ ଆମର ଯତ୍ନ ନେବେ ନାହିଁ। ତାପରେ କୋଇଲି ଅଣ୍ଡା ଦେଇ କାଉର ବସାରେ ନିଜ ଅଣ୍ଡା ଗୁଡିକୁ ରଖିଲା। ଦୂରରୁ କୋଇଲି ଦେଖିଲା କି, ତାର ଅଣ୍ଡାକୁ କାଉ ନିଜ ଅଣ୍ଡା ଭାବି ଯତ୍ନ କରୁଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button