କ୍ରାଇମ

କଟକରେ ମହିଳାଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ବଡ଼ଡାକ୍ତରଖାନାରେ ଭର୍ତ୍ତି – Utkal Mail


କଟକ: କଟକରେ ରବିବାର ଅପରାହ୍‌ଣରେ ଜଣେ ମହିଳାଙ୍କ ଉପରେ ଛୁରାମାଡ଼ ହୋଇଛି। ସ୍ଥାନୀୟ ଏକ ବିୟୁଟି ପାର୍ଲରରେ କାମ କରୁଥିବା ମହିଳା ଛୁରାମାଡ଼ରେ ଆହତ ହେଲା ପରେ ତାଙ୍କୁ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୋଳମୁଣ୍ଡାଇ ଅଂଚଳରେ ଏହି ଅଭାବନୀୟ ଘଟଣା ଘଟଛି।

ସୂଚନା ଅନୁସାରେ ମାସ୍କ ପିନ୍ଧା ଯୁବକ ଅତର୍କିତ ଭାବେ ମହିଳାଙ୍କ ପାଖକୁ ପହଞ୍ଚି ଥିଲା। କୌଣସି କଥାକୁ ନେଇ ସେ ମହିଳାଙ୍କ ସହିତ ଯୁକ୍ତିତର୍କ କରିଥିଲା। ଏହା ପରେ ହଠାତ୍‌ ଛୁରା ବାହାର କରି ଆକ୍ରମଣ କରିଥିଲା। ମହିଳା ଜଣକ ଆକ୍ରମଣରୁ ବର୍ତ୍ତିବାକୁ ଉଦ୍ୟମ କରିଥିଲେ ବି ଆକ୍ରମଣକାରୀ ସେହି ସୁଯୋଗ ଦେଇ ନଥିଲା। ଛୁରାମାଡ଼ର ଆକ୍ରମଣ ହେଲା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ସ୍ଥାନୀୟ ଲୋକଙ୍କର ସୂଚନା ଆଧାରରେ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଥିଲା। ଆହତ ମହିଳାଙ୍କୁ ଉଦ୍ଧାର କରି ଏସସିବି ମେଡିକାଲରେ ଭର୍ତ୍ତି କରିଛି। ଛୁରା ମାଡ଼ର କାରଣ ଅସ୍ପଷ୍ଟ ରହି ଥିବା ବେଳେ ପୂର୍ବ ମାମଲାକୁ ନେଇ ଏହି ଅଘଟଣ ଘଟିଥିବା ଅନୁମାନ କରାଯାଉଛି।


utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button