ରାଶିଫଳ

ମିଠା ବାଣ୍ଟିବାକୁ ହୋଇ ଯାଆନ୍ତୁ ପ୍ରସ୍ତୁତ 24 ରୁ 28 ପର୍ଯ୍ୟନ୍ତ ଏହି ରାଶିକୁ ମିଳିବାକୁ ଯାଉଛି ବଡ ଖୁସି ଖବର

ନମସ୍କାର ବନ୍ଧୁଗଣ ତେବେ ଆମେ ଜାଣିଛୁ ଆମ ଜୀବନରେ ଯାହାବି ପରିବର୍ତ୍ତନ ଘଟିଥାଏ ତାହା ପ୍ରାୟତଃ ଗ୍ରହ ମାନଙ୍କର ଗତିବିଧିରେ ପରିବର୍ତ୍ତନ ଯୋଗୁଁ ଘଟିଥାଏ । ଯେଉଁଥି ପାଇଁ ଆମକୁ କେତେବେଳେ ଲାଭ ତ ଆଉ କେତେବେଳେ କ୍ଷତି ସହିବାକୁ ପଡିଥାଏ । ଜ୍ଯୋତିଷ ଗଣନା ଅନୁସାରେ ଆଉ ମାତ୍ର ତିନିଦିନ ମଧ୍ୟରେ କିଛି ଭାଗ୍ୟଶାଳୀର ରାଶିର ଜାତକ ମାଲାମାଲ ହେବାକୁ ଯାଉଛନ୍ତି । ମା ଲକ୍ଷ୍ମୀ ଏହି ରାଶିର ଲୋକଙ୍କ ଉପରେ ଅତ୍ୟନ୍ତ ସନ୍ତୁଷ୍ଟ ହୋଇ ସାରିଛନ୍ତି । ତେବେ ଆସନ୍ତୁ ଜାଣିବା କଣ ସବୁ ସେହି ରାଶି ଗୁଡିକ ।

୧- ପ୍ରଥମରେ ହେଉଛନ୍ତି ବୃଷ ରାଶି। ତେବେ ଶୁକ୍ର ବୃଷ ରାଶିର ପ୍ରଭୁ ହୋଇଥିବାରୁ ଏହି ରାଶିର ଲୋକଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ସଦାସର୍ବଦା ଲାଗି ରହିଥାଏ । ବୃଷ ରାଶିର ଲୋକଙ୍କ ଭାଗ୍ୟ ସବୁବେଳେ ସେମାନଙ୍କ ସାଥ୍ ଦେଇଥାଏ । ଏହି ରାଶିର ଲୋକମାନେ ବହୁତ ସୀମିତ ପ୍ରୟାସରେ ମଧ୍ୟ ସଫଳତା ପାଇବାର ସମ୍ଭାବନା ରହିଛି । ଏମାନଙ୍କ ଉପରେ ସର୍ବଦା ମାତାଙ୍କ ଆଶୀର୍ବାଦ ଯୋଗୁଁ ଏମାନଙ୍କ ଜୀବନରେ କେବେବି ଧନର ଅଭାବ ହେବ ନାହିଁ ।

୨- ଦ୍ଵିତୀୟ ରେ ହେଉଛି କର୍କଟ ରାଶି। ତେବେ ଏହି ରାଶିର ପ୍ରଭୁ ହେଉଛନ୍ତି ଚନ୍ଦ୍ର । ତେଣୁ ମାତା ଲକ୍ଷ୍ମୀ ଏହି ରାଶିର ଲୋକଙ୍କ ଉପରେ ମଧ୍ୟ ସର୍ବଦା ଆଶୀର୍ବାଦ ହାତ ରଖିଥାନ୍ତି । ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଏମାନଙ୍କ ଜୀବନରେ କେବେବି ଆରାମ, ଧନ ଓ ସୁଖ, ସମୃଦ୍ଧିର ଅଭାବ ହୁଏ ନାହିଁ । ଏମାନେ ଚାକିରି ଓ ବ୍ୟବସାୟ ଉଭୟ କ୍ଷେତ୍ରରେ ସଫଳ ହେବେ ଓ ଧନ ସଞ୍ଚୟ କରିବାର ଯଥେଷ୍ଟ ସୁଯୋଗ ମଧ୍ୟ ପ୍ରାପ୍ତ ହେବେ । ଜୀବନରେ କେବଳ ଉନ୍ନତି କରିଚାଳିବେ ।

୩- ତୃତୀୟ ରେ ହେଉଛନ୍ତି ସିଂହ ରାଶି। ତେବେ ସିଂହ ରାଶିର ପ୍ରଭୁ ହେଉଛନ୍ତି ସୂର୍ଯ୍ୟଦେବେ । ଏମାନଙ୍କୁ ଜୀବନରେ କିଛିଟା ସମସ୍ଯା ହେଲେ ମଧ୍ୟ ଏମାନେ ଜୀବନରେ କେବେବି ଆର୍ଥିକ ସମସ୍ୟାର ସମୁଖୀନ ହୁଅନ୍ତି ନାହିଁ ଓ ଜୀବନରେ ସବୁ ପ୍ରକାର ସୁଖ ସୁବିଧାର ଲାଭ ପାଆନ୍ତି । ଏମାନେ ଖୁବ ପରିଶ୍ରମୀ ମଧ୍ୟ ହୋଇଥାନ୍ତି ତେଣୁ ସବୁ ଜାଗାରେ ତଥା ସବୁ କ୍ଷେତ୍ରରେ ଏମାନେ ସଫଳତା ପାଆନ୍ତି ଓ ସୁଖୀ ଜୀବନଯାପନ କରନ୍ତି ।

୪- ଚତୁର୍ଥ ରେ ହେଉଛି ତୁଳା ରାଶି। ତେବେ ଶୁକ୍ର ତୁଳା ରାଶିର ମଧ୍ୟ ପ୍ରଭୁ ଅଟନ୍ତି । ଶୁକ୍ରବାର ଦେବୀ ଲକ୍ଷ୍ମୀଙ୍କୁ ଉତ୍ସର୍ଗ କରାଯାଇଛି । ଆଉ ଯେଉଁ ଲୋକଙ୍କ ରାଶିରେ ଶୁକ୍ରଗ୍ରହ ଶକ୍ତିଶାଳୀ ରହିଥାନ୍ତି ସେମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ମଧ୍ୟ ପ୍ରଚୁର ରୂପେ ରହିଥାଏ । ଏମାନେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଧନ, ସମୃଦ୍ଧି, ସୁଖ ଏବଂ ଶାନ୍ତି ସର୍ବଦା ଲାଗି ରହିଥାଏ । ମାତା ଲକ୍ଷ୍ମୀ ଏମାନଙ୍କ ଉପରେ ନିଜର କୃପାଦୃଷ୍ଟି ବନାଇ ରଖିଥାନ୍ତି ।


୫- ପଞ୍ଚମ ରେ ହେଉଛି ବିଛା ରାଶି। ତେବେ ଏହି ରାଶିର ଲୋକମାନେ ମଧ୍ୟ ଆର୍ଥିକ ଦୃଷ୍ଟିରୁ ବେଶ ଶକ୍ତିଶାଳୀ ହୋଇଥାନ୍ତି । ଏମାନେ ଉତ୍ତମ ଭାଗ୍ୟ ନେଇ ଜନ୍ମ ହୋଇଥାନ୍ତି । କିନ୍ତୁ କର୍ମ ବା ସ୍ଵଭାବ ଅନେକ ସମୟରେ ସେମାନଙ୍କ ଭାଗ୍ୟ ଉପରେ ପ୍ରଭାବ ପକାଇଥାଏ । ତେଣୁ କ୍ରୋଧ କମ୍ କରି ନମ୍ର ରହିବା ଦ୍ଵାରା ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ସର୍ବଦା ଏମାନଙ୍କ ଉପରେ ରହିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button