ଜୀବନଶୈଳୀ

ଗ୍ରହ ମାନଙ୍କର ରାଜା ସୂର୍ଯ୍ୟଦେବ ଏହି ରାଶି ଉପରେ ଶୁଭ ଦୃଷ୍ଟି ରଖିବେ। ସେପ୍ଟେମ୍ବର ୧୭ ତାରିଖରୁ ବଦଳି ଯିବ ଭାଗ୍ୟ

ସୂର୍ଯ୍ୟ ଗ୍ରହକୁ ଗ୍ରହ ମାନଙ୍କ ମଧ୍ୟରେ ରାଜା କୁହାଯାଏ। ଯେଉଁ ରାଶିର କୁଣ୍ଡଳୀରେ ସୂର୍ଯ୍ୟ ଗ୍ରହ ଶୁଭ ସ୍ଥିତିରେ ରହିଥାନ୍ତି, ସେମାନଙ୍କ ଭାଗ୍ୟ ବଦଳି ଯାଇଥାଏ। ତେଣୁ ଆସନ୍ତା ଗୋଟେ ମାସ ପର୍ଯ୍ୟନ୍ତ ସୂର୍ଯ୍ୟ ଗ୍ରହ ଖାସ ୬ ଗୋଟି ରାଶିର ଲୋକଙ୍କ ଭାଗ୍ୟ ବଦଳାଇବାକୁ ଯାଉଛନ୍ତି। କହିବାକୁ ଗଲେ ସୂର୍ଯ୍ୟ ଗ୍ରହ ସେପ୍ଟେମ୍ବର ୧୭ ତାରିଖ ଦିନ ସକାଳ ୭:୩୫ ମିନିଟରେ ସିଂହ ରାଶିରୁ ବାହାରି କନ୍ୟା ରାଶିର ଗୋଚର କରିବେ ଏବଂ ସେଠାରେ ଅକ୍ଟୋବର ୧୬ ପର୍ଯ୍ୟନ୍ତ ରହିବେ। ଏହି ସମୟ ୬ ଗୋଟି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି।

ମେଷ ରାଶି :-

ସୂର୍ଯ୍ୟ ଗ୍ରହର ଗୋଚର ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୧୬ ତାରିଖ ପର୍ଯ୍ୟନ୍ତ ଆପଣଙ୍କ ଭାଗ୍ୟ ବଦଳି ଯିବ। ଆପଣଙ୍କର ପୁରୁଣା ଅଟକି ରହିଥିବା କାର୍ଯ୍ୟ ସବୁ ସମ୍ପନ୍ନ ହେବ। ଆପଣଙ୍କ ଜୀବନରେ ସବୁ ଦୁଃଖକଷ୍ଟ ଦୂର ହୋଇଯିବ। ଆପଣଙ୍କୁ କେବେବି ଆର୍ଥିକ ଅଭାବର ସମ୍ମୁଖୀନ ହେବାକୁ ପଡିବ ନାହିଁ। ଘରେ ସୁଖଶାନ୍ତି ବିଦ୍ୟମାନ ହେବ।

କର୍କଟ ରାଶି :-

ସୂର୍ଯ୍ୟ ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ।ଆପଣଙ୍କୁ ସବୁ ବେମାରୀରୁ ମୁକ୍ତି ମିଳିବ। ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ରହିବେ।ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଯିବ। ନୂତନ ବହନ କ୍ରୟ କରିବା ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ରହିଛି। ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ।

ତୁଳା ରାଶି :-

ସୂର୍ଯ୍ୟ ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ଭାଗ୍ୟ ବଦଳାଇ ଦେବ। ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ହେବ।ମାସିକ ଆୟରେ ବୃଦ୍ଧି ହେବ। ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଯଦି ଆପଣ କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ତାହେଲେ ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ରହିଛି। ବ୍ୟବସାୟରେ ଲାଭବାନ ହେବେ।

ବିଛା ରାଶି :-

ଏହି ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ଗ୍ରହର ରାଶି ପରିବର୍ତ୍ତନ ସୁଖମୟ ସାବ୍ୟସ୍ତ ହେବ। ଛାତ୍ରଛାତ୍ରୀ ମାନଙ୍କୁ ପରୀକ୍ଷାରେ ଶୁଭ ଫଳ ପ୍ରାପ୍ତ ହେବ। କ୍ୟାରିୟରରେ ଅଗ୍ରଗତି କରିବେ। କୌଣସି ସ୍ଥାନରେ ନିବେଶ କରି ଭବିଷ୍ୟତରେ ଲାଭବାନ ହେବେ।ରୋଜଗାର ନଥିବା ଲୋକଙ୍କୁ ଆଶାନୁରୂପ ଚାକିରି ମିଳିବ। ବୈବାହିକ ଜୀବନ ସୁଖରେ ଅତିବାହିତ ହେବ।

ଧନୁ ରାଶି :-

ସୂର୍ଯ୍ୟ ଗ୍ରହର ଗୋଚର ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ।ଆପଣଙ୍କ ଜୀବନରେ ସୁଖଶାନ୍ତି ବିଦ୍ୟମାନ ହେବ।ଆପଣଙ୍କୁ ନିଜ ଜୀବନରେ ଭୌତିକ ସୁଖ ସୁବିଧା ପ୍ରାପ୍ତ ହେବ।ପରିବାରରେ ସୁଖଶାନ୍ତି ମାହୋଲ ରହିବ। ପତିପତ୍ନୀଙ୍କ ସମ୍ପର୍କରେ ମଧୁରତା ଆସିବା ସହିତ ଉତ୍ତମ ବୁଝାମଣା ରହିବ। ପ୍ରେମ ମାମଲାରେ ସଫଳ ହେବେ। କୌଣସି ଜମି କ୍ରୟ କରିବାକୁ ଚାହୁଁଥିଲେ, ଏହି ସମୟ ଅତ୍ୟନ୍ତ ଅନୁକୂଳ ରହିଛି।

ମୀନ ରାଶି : –

ସୂର୍ଯ୍ୟ ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ। ଚାକିରି ଓ ବ୍ୟବସାୟରେ ଲାଭବାନ ହେବେ। କୌଣସି ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ଆପଣଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହେବ। ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ। ବିଦେଶ ଯାତ୍ରା କରିବାର ଯୋଗ ରହିଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସନ୍ତାନ ସୁଖ ଭୋଗ କରି ପାରନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button