ଓଡିଶା

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ ଅସୁସ୍ଥ, ଏମ୍ସରେ ଭର୍ତ୍ତି

 କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ ପୁଣି ଅସୁସ୍ଥ। ଦିଲ୍ଲୀ ଏମ୍ସର ନ୍ୟୁ ପ୍ରାଇଭେଟ୍ ୱାର୍ଡରେ ତାଙ୍କୁ ଭର୍ତ୍ତି କରାଯାଇଛି। ଛାତି ରୋଗ ବିଭାଗର ମୁଖ୍ୟ ଡାକ୍ତର ଅନନ୍ତ ମୋନହଙ୍କ ତତ୍ତ୍ୱାବଧାନରେ ସେ ଚିକିତ୍ସିତ ହେଉଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି। ଗତ ୧୧ ତାରିଖରେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ କେନ୍ଦ୍ରମନ୍ତ୍ରୀ।

ସୂଚନା ଥାଉକି, ଗତ ଶନିବାର ଜୁଏଲଙ୍କ ପତ୍ନୀ ଝିଙ୍ଗିଆ ଓରାମ୍ଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିଲା। ସେ ମଧ୍ୟ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଅସୁସ୍ଥ ଥିଲେ। ଗତକାଲି କେନ୍ଦୁଡିହିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଅସୁସ୍ଥତା ସତ୍ତ୍ଵେ ଜୁଏଲ ପତ୍ନୀଙ୍କ ଶେଷକୃତ୍ୟରେ ସାମିଲ ହୋଇଥିଲେ। ସୋମବାର ରାତିରେ ସେ ଦିଲ୍ଲୀ ଯାଉଥିବା ବେଳେ ପୁଣି ଥରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ବିମାନବନ୍ଦରରୁ ଏମ୍ସରେ ଭର୍ତ୍ତି କରାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button