ପ୍ରତିଦିନ ରାତିରେ କରନ୍ତୁ ଏହି 3 କାମ, ବନିଯିବେ କୋଟିପତି

ଚାଣକ୍ୟ ନୀତି ଚାଣକ୍ୟ ଙ୍କ ଦ୍ଵାରା ରଚିତ ଏକ ନୀତି ଗ୍ରନ୍ଥ ଅଟେ । ଏହି ଗ୍ରନ୍ଥ ର ମୁଖ୍ୟ ବିଷୟ ମାନବ ସମାଜର ବିଭିନ୍ନ ସମସ୍ୟା କୁ ଦୁର କରିବା ପାଇଁ ଉପାୟ ଦିଆଯାଇଛି । ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ ଯିଏ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଙ୍କୁ ନିଜ ନୀତି ଦ୍ଵାରା ରାଜ ଗାଦି ରେ ବସାଇ ଥିଲେ । ଜାଣନ୍ତୁ ଚାଣକ୍ୟ ଙ୍କ କିଛି ନୀତି ଯାହା ଆପଣଙ୍କୁ ଆପଣଙ୍କ ଜୀବନରେ କେବେ ନ କେବେ ନିଶ୍ଚିତ ଭାବରେ କାମରେ ଆସିବ ।
ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯଦି ଆପଣ ଆପଣଙ୍କ ଜୀବନରେ ଏହି ୧୦ ଟି ଜିନିଷ କରୁଛନ୍ତି ତେବେ ଆପଣ କେବେ ମଧ୍ୟ ଚିନ୍ତାରେ ରହିବେ ନାହିଁ । ତେବେ ଚାଲନ୍ତୁ ଜାଣିବା ।
ପ୍ରତିଦିନ ରାତିରେ ଶୋଇବା ପୁର୍ବରୁ ନିଜର ଲକ୍ଷ କଣ ମାନେ ପକାନ୍ତୁ ଏବଂ ନିଜ ଲକ୍ଷ୍ୟକୁ ପୁରଣ କରିବା ଆପଣ ଆଜି କଣ କଲେ ଏବଂ ଆଗାମୀ ଦିନ କଣ କରିବେ ତାହା ଚିନ୍ତା କରନ୍ତୁ । ଏମିତି କରିବା ଦ୍ୱାରା ଆପଣ ସବୁବେଳେ ନିଜ ଲକ୍ଷ କୁ ପୁରଣ କରିବାକୁ ଚେଷ୍ଟା କରିବେ ଏବଂ ସଫଳତା ହାସଲ କରିବେ ।
ଶୋଇବା ପୁର୍ବରୁ ଆଜି ଦିନରେ କରିଥିବା ଭୁଲ ସବୁ କେମିତି ଆସନ୍ତା କାଲି ଠିକ କରିବେ ଏବଂ ସେହି ଭୁଲ କେମିତି ଆଊ କରିବେ ନାହିଁ ତାହା ସ୍ଥିର କରନ୍ତି । ଏମିତି କରିବା ଦ୍ୱାରା ଆପଣ ଜାଣି ପାରିବେ କି ଆପଣ କେଉଁଠାରେ ଭୁଲ ଅଛନ୍ତି । ଏବଂ କଣ କରିବା ଦ୍ଵାରା ଆପଣ ସେହି ଭୁଲ ଟିକୁ ସୁଧାରି ପାରିବେ । ଏମିତି କରିଲେ ଆପଣଙ୍କୁ ଖୁବ ଶୀଘ୍ର ସଫଳତା ମିଳିବ ।
ସବୁବେଳେ ନିଜ ଉପରେ ଆତ୍ମବଶ୍ବାସ ରଖନ୍ତୁ କି ଆସନ୍ତା କାଲି ଆପଣ ନିଶ୍ଚିନ୍ତ ଭାବରେ ଉନ୍ନତି କରିବେ । କେବେ ମଧ୍ୟ ହାର ମାନନ୍ତୁ ନାହିଁ । ନିଜ ଉପରେ ଭରସା ରଖନ୍ତୁ । ଏମିତି କରିବା ଦ୍ୱାରା ଆପଣଙ୍କୁ ସବୁ ବେଳେ ପଯେଟିଭ ଚିନ୍ତାଧାରା ରହିବ ଏବଂ ଆପଣଙ୍କ ବିଶ୍ୱାସ ବଢିବ କି ଆପଣ ନିଜ ଜୀବନରେ ଯାହା ଲକ୍ଷ ରଖିଛନ୍ତି ତାହା ନିହାତି ପୁରଣ କରି ପାରିବେ ।
ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ନିଜ ଗୁପ୍ତ କଥା କେବେ କାହାକୁ କହିବେ ନାହିଁ । ଏମିତି କରିବା ଆପଣଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ । ଭୟ କୁ ଡରି କେବେ ପଳାଇବାକୁ ଚେଷ୍ଟା କରନାହିଁ । ସବୁବେଳେ ନିଜ ଡର କୁ ସାମ୍ନା କର । ମୂର୍ଖ ଙ୍କ ଠାରୁ ପ୍ରଶଂସା ଶୁଣିବାଠୁ ଭଲ ଜ୍ଞାନୀ ବ୍ୟକ୍ତି ଙ୍କ ଠାରୁ ଗାଳି ଶୁଣିବା । କାରଣ ମୂର୍ଖ କେବେ ଭଲ ଏବଂ ଖରାପ୍ ର ଜ୍ଞାନ ଦେଇପାରେ ନାହିଁ ।