ଭୁଲ ରେ ମଧ୍ୟ ଏହି ଦିନରେ ଛୁଅନ୍ତୁ ନାହିଁ ତୁଳସୀ ଗଛ, ନଚେତ୍ ପରିବାର କୁ ଆସିଯିବ ମହା ବିପତ୍ତି ଏବଂ ହେବ ଘୋର ଅନର୍ଥ
ହିନ୍ଦୁ ଶାସ୍ତ୍ର ଅନୁଯାଇ ତୁଳସୀ ଗଛର ବହୁତ ମହତ୍ୱ ରହିଛି। ହିନ୍ଦୁମାନେ ଘର ଆଗରେ ଚଉରା କରି ତୁଳସୀ ଗଛ ରୋପଣ କରିବା ସହିତ ଏହାକୁ ପୂଜା ମଧ୍ୟ କରିଥାନ୍ତି। ଏପରିକି ତୁଳସୀ ଗଛରେ ମାଆ ଲକ୍ଷ୍ମୀ ନିବାସ କରନ୍ତି ବୋଲି ମଧ୍ୟ କୁହାଯାଏ। ତେବେ, ତୁଳସୀକୁ ପୂଜା କରିବାର ମଧ୍ୟ ସ୍ୱତନ୍ତ୍ର ବିଧି ରହିଛି।
କେବଳ ଯେ ସେତିକି ତାହା ନୁହେଁ ବରଂ ତୁଳସୀ ପତ୍ର ତୋଳିବାକୁ ମଧ୍ୟ ବାରଣ କରାଯାଇଅଛି। ଏକ ସ୍ୱତନ୍ତ୍ର ମନ୍ତ୍ର ପାଠ କରାଯାଇ ତୁଳସୀ ପତ୍ର ତୋଳାଯିବା ଉଚିତ। ଏହା ବ୍ୟତୀତ ସନ୍ଧ୍ୟା କିମ୍ବା ରାତ୍ରି କାଳରେ ତୁଳସୀ ପତ୍ର ତୋଳାଯିବାକୁ ବାରଣ କରାଯାଇ ଅଛି।ଏହା ବ୍ୟତୀତ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏଭଳି ମଧ୍ୟ କିଛି ଦିନ ରହିଛି ଯେଉଁଥିରେ ତୁଳସୀ ପତ୍ର ଛୁଇଁବା କିମ୍ବା ପାଣି ଦେବାକୁ ବାରଣ କରାଯାଇଅଛି।
ରବିବାର ଦିନ ତୁଳସୀରେ ପାଣି ଦେବା କିମ୍ବା ଏହାକୁ ଛୁଇଁବାକୁ ବାରଣ କରାଯାଇ ଅଛି। ଶାସ୍ତ୍ର ଅନୁଯାଇ ରବିବାର ଦିନ ତୁଳସୀ ମାଆ ଉପବାସ କରିଥାନ୍ତି। ତେଣୁ, ରବିବାର ଦିନ ତାଙ୍କୁ ଛୁଇଁବା କିମ୍ବା ଏଥିରେ ପାଣି ଦେବା ତାଙ୍କର ଉପବାସ ଭାଙ୍ଗିବା ସଦୃଶ ହୋଇଥାଏ। ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ବୋଲି ଉଲ୍ଲେଖ ରହିଛି।