ବ୍ୟବସାୟ

୪ ମାସର ସର୍ବନିମ୍ନ ସ୍ତରରେ ବିଦେଶୀ ମୁଦ୍ରା ଭଣ୍ଡାର – Utkal Mail


ମୁମ୍ବାଇ: ଚଳିତମାସ ୧୫ ତାରିଖ ସୁଦ୍ଧା ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ପ୍ରାୟ ୪ ମାସର ସର୍ବନିମ୍ନ ସ୍ତରକୁ ଖସିଆସିଛି। କ୍ରମାଗତ ଭାବେ ଦ୍ବିତୀୟ ସପ୍ତାହ ପାଇଁ ହ୍ରାସ ପାଇ ବିଦେଶୀ ମୁଦ୍ରା ଭଣ୍ଡାର ୫୯୩.୦୩୭ ବିଲିଅନ ଡଲାରକୁ ଖସିଛି। ପୂର୍ବ ସପ୍ତାହ ତୁଳନାରେ ଏଥିରେ ୮୬୦ ନିୟୁତ ଡଲାର ହ୍ରାସ ଘଟିଛି ବୋଲି ରିଜର୍ଭ ବ୍ୟାଙ୍କ ତଥ୍ୟରୁ ଜଣାଯାଇଛି। ପୂର୍ବ ସପ୍ତାହରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାରରେ ୪.୯୯ ବିଲିଅନ ଡଲାର ହ୍ରାସ ଘଟିଥିଲା। ମୁଦ୍ରା ବିନିମୟ ବଜାରରେ ଟଙ୍କା ମୂଲ୍ୟରେ ସ୍ଥିରତା ରଖିବା ପାଇଁ ରିଜର୍ଭ ବ୍ୟାଙ୍କ ଡଲାରର ଉପଯୋଗ କରୁଥିବାରୁ ବିଦେଶୀ ମୁଦ୍ରାଭଣ୍ଡାର ନିମ୍ନଗାମୀ ହୋଇଛି। ଉଲ୍ଲେଖଯୋଗ୍ୟ, ୨୦୨୧ ଅକ୍ଟୋବରରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ସର୍ବକାଳୀନ ରେକର୍ଡ ୬୪୫ ବିଲିଅନ ଡଲାରରେ ପହଞ୍ଚିଥିଲା। କିନ୍ତୁ ତାହା ପରଠାରୁ ଏଥିରେ ହ୍ରାସବୃଦ୍ଧି ଲାଗି ରହିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button