ଦେଶ ବିଦେଶ

‘ଜି୨୦’ ଶିଖର ସମ୍ମଳନୀର ତୃତୀୟ ଅଧିବେଶନ ‘ଏକ ଭବିଷ୍ୟତ’ ଆରମ୍ଭ; ଭିଏତ୍‌ନାମ ଗସ୍ତରେ ଗଲେ ବାଇଡେନ୍‌ – Utkal Mail


ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀର ‘ଭାରତ ମଣ୍ଡପମ୍‌’ରେ ‘ଜି୨୦ ଶିଖର ସମ୍ମିଳନୀ’ର ଦ୍ବିତୀୟ ଦିବସରେ ତୃତୀୟ ଅଧିବେଶନ ‘ଏକ ଭବିଷ୍ୟତ’ ଆରମ୍ଭ ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଜି୨୦ ଶିଖର ସମ୍ମଳନୀ’ରେ ହୋଇଥିବା ଫଳପ୍ରଦ ଆଲୋଚନା ଉପରେ ସଂକ୍ଷିପ୍ତ ସୂଚନା ଦେବା ପରେ ଗତବର୍ଷ ‘ଜି୨୦’ର ଅଧ୍ୟକ୍ଷତା କରିଥିବା ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ଏବଂ ଆସନ୍ତାବର୍ଷ ଅଧ୍ୟକ୍ଷତା କରିବାକୁ ଥିବା ବ୍ରାଜିଲ୍‌ର ରାଷ୍ଟ୍ରପତି ଲୁଇଜ୍‌ ଇନାସିଓ ଲୁଲା ଦା ସିଲ୍‌ଭା ପ୍ରଧାନମନ୍ତ୍ରୀ ମ‌ୋଦୀଙ୍କୁ ଗୋଟିଏ ଗଛ ଚରା ପ୍ରଦାନ କରିଥିଲେ।

ଭାରତର ‘ଜି୨୦’ ଅଧ୍ୟକ୍ଷତାକୁ ପ୍ରଶଂସା କରି ଜାତସଂଘ ମହାସଚିବଙ୍କ ମୁଖପାତ୍ର ଷ୍ଟିଫେନ୍‌ ଡୁଜାରିକ୍‌ କହିଛନ୍ତି ଯେ, ‘ଗ୍ଲୋବାଲ୍‌ ସାଉଥ୍‌’ ପାଇଁ ମତ ଉପସ୍ଥାପନ କରି ଭାରତ ଉଲ୍ଲେଖଯୋଗ୍ୟ କାର୍ଯ୍ୟ କରିଛି।

ତ୍ରିପୁରାର ମୁଖ୍ୟମନ୍ତ୍ରୀ ମାଣିକ ସାହା ମଧ୍ୟ ଆଜି କହିଛନ୍ତି ଯେ, ‘ବସୁଧୈବ କୁଟୁମ୍ବକମ୍’ ଚିନ୍ତାଧାରା ‘ଜି୨୦’ ଶିଖର ସମ୍ମିଳନୀକୁ ଅତ୍ୟନ୍ତ ସଫଳ କରିଛି।

ଜଳବାୟୁ ପରିବର୍ତ୍ତନ ମୁକାବିଲା ନିମନ୍ତେ ଇଂଲଣ୍ଡ ‘ଗ୍ରିନ୍‌ କ୍ଲାଇମେଟ୍‌ ଫଣ୍ଡ୍‌’କୁ (ଜିସିଏଫ୍‌) ୨ ବିଲିୟନ୍‌ ଆମେରିକୀୟ ଡଲାର୍‌ ଯୋଗାଇ ଦେବ ବୋଲି ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଘୋଷଣା କରିଥିବା କଥା ଆଜି ଭାରତସ୍ଥିତ ବ୍ରିଟିଶ୍‌ ହାଇକମିସନ୍‌ କହିଛନ୍ତି।

Image Courtesy of India Today

ସୂଚନାଯୋଗ୍ୟ, ଆଜି ସକାଳେ ଗାନ୍ଧୀଜୀଙ୍କ ସମାଧିସ୍ଥଳ ରାଜଘାଟରେ ଅନ୍ୟ ବିଶ୍ବନେତା/ପ୍ରତିନିଧିଙ୍କ ଗହଣରେ ଶ୍ରଦ୍ଧାସୁମନ ଅର୍ପଣ କରିବା ପରେ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ୍‌ ‘ଜି୨୦’ ଶିଖର ସମ୍ମିଳନୀ ଗସ୍ତ ଶେଷ କରି ସକାଳ ୧୦.୪୫ରେ ଭିଏତ୍‌ନାମ ଅଭିମୁଖେ ଗସ୍ତ କରିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button