ଦେଶ ବିଦେଶ

ଟ୍ରେନ୍‌ର ମହିଳା ବଗିରେ ଚଢ଼ିଲେ ନଗ୍ନ ଯୁବକ

ନୂଆଦିଲ୍ଲୀ: ମୁମ୍ବାଇ ଲୋକାଲ ଟ୍ରେନ୍‌ର ମହିଳା ବଗିରେ ସୋମବାର ଜଣେ ନଗ୍ନ ବ୍ୟକ୍ତି ଚଢ଼ିଯିବାରୁ ଯାତ୍ରୀମାନେ କ୍ଷୁବ୍ଧ ହୋଇଥିଲେ। ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ (ସିଏସ୍‌ଏମ୍‌ଟି)ରୁ କଲ୍ୟାଣ ଅଭିମୁଖେ ଯାଉଥିବା ଲୋକାଲ ଟ୍ରେନରେ ଏହି ଘଟଣା ଘଟିଛି। ଘାଟକୋପର ରେଳ ଷ୍ଟେସନରେ ଉଲ୍ଲଗ୍ନ ବ୍ୟକ୍ତି ଜଣକ ଟ୍ରେନରେ ଚଢ଼ିବା ସମୟରେ ମହିଳାମାନେ ତାଙ୍କୁ ଓହ୍ଲାଇବା ପାଇଁ ଚିତ୍କାର କରିଥିଲେ। ହେଲେ ବ୍ୟକ୍ତି ଜଣକ ଶୁଣି ନ ଥିଲେ।

ଏହାକୁ ନେଇ ଉତ୍ତ୍ୟକ୍ତ ଯାତ୍ରୀମାନେ ଚିତ୍କାର କରିବାରୁ ଟ୍ରେନ୍ ଅପରେଟର ଟ୍ରେନ୍‌କୁ ଅଟକାଇ ଦେଇଥିଲେ। ଯାତ୍ରୀମାନେ ନିକଟବର୍ତ୍ତୀ ବଗିରେ ଥିବା ଟିକେଟ୍ କଲେକ୍ଟର (ଟିସି)ଙ୍କୁ ଡାକିବା ପରେ ସେ ଆସି ଧକ୍କା ଦେଇ ସେହି ବ୍ୟକ୍ତିଙ୍କୁ ବାହାର କରିଦେଇଥିଲେ। ଅନ୍‌ଲାଇନ୍‌ରେ ସେୟାର ହୋଇଥିବା ଏକ ଭିଡିଓରେ ମହିଳାମାନେ ନଗ୍ନ ବ୍ୟକ୍ତିଙ୍କୁ ଟ୍ରେନରୁ ଓହ୍ଲାଇବା ପାଇଁ ଚିତ୍କାର କରୁଥିବା ଦେଖିବାକୁ ମିଳିଛି। ରେଳ କର୍ମଚାରୀମାନେ କହିଛନ୍ତି ଯେ ବ୍ୟକ୍ତି ଜଣକ ମାନସିକ ଅସୁସ୍ଥ ଥିଲେ। ଖୁବ୍ ଶୀଘ୍ର ତାଙ୍କୁ ସରକାରୀ ରେଳବାଇ ପୁଲିସ (ଜିଆର୍‌ପି) ଧରି ପୋଷାକ ପିନ୍ଧାଇ ଷ୍ଟେସନ ବାହାରେ ଛାଡ଼ି ଦେଇଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button