ଗାଧୋଇଲା ବେଳେ ପାଣିରେ ଯଦି ପରିସ୍ରା ଲାଗେ ? ଏହା କଣ ଦିଏ ସଙ୍କେତ, ଏହାସହ ଜାଣନ୍ତୁ ଆହୁରି 15+ ଶାସ୍ତ୍ରଲିଖିତ ଅନୁଚିନ୍ତା

ବନ୍ଧୁଗଣ ଘରୁ ବା ଜୀବନରୁ ବାସ୍ତୁ ଦୋଷ କରିବା ପାଇଁ ଜାଣି ନିଅନ୍ତୁ କିଛି ଅନୁଚିନ୍ତା ବିଷୟରେ । 1- ଘରର ଦକ୍ଷିଣ-ପୂର୍ବ ଦିଗକୁ ସ୍ଵଛ ରଖିବା ଉଚିତ । ଅଳିଆ କରିବା ଅନୁଚିତ । କାରଣ ଏହା ଆୟ ଠାରୁ ଅଧିକ ବ୍ୟୟ କରାଇଥାଏ । 2- ଘରର ରୋଷେଇ ଘରେ କେବେ ବି ଔଷଧ ରଖିବା ଅନୁଚିତ । ଏହାଦ୍ବାରା ଅଶୁଦ୍ଧ ଯୋଗୁଁ ଖର୍ଚ୍ଚ ବୃଦ୍ଧି ହୋଇଥାଏ ।
3- ଘରର ଅଳିଆ, ଭାଙ୍ଗି ଯାଇଥିବା ଜିନିଷ ବା ଅବ୍ଯବହୃତ ଜିନିଷ ଶନିବାର ଦିନ ବାହାରେ ପଳାଇବା ଅଶୁଭ ହୋଇଥାଏ ।
4- ଘରର କାନ୍ଥରେ କେବେ ପେନ ବା ପେନସିଲରେ କିଛି ଲେଖନ୍ତୁ ନାହିଁ କିମ୍ବା ଗାର ପକାନ୍ତୁ ନାହିଁ । ଏହାଦ୍ବାରା ଖର୍ଚ୍ଚ ବୃଦ୍ଧି ହୁଏ ।
5- ଘରେ ମା ଲକ୍ଷ୍ମୀଙ୍କ ଆଗମନ ପାଇଁ ଦୁଆର ମୁହଁ ସବୁବେଳେ ସଫା ରଖିବା ଉଚିତ ଏବଂ ସକାଳେ ଓ ସନ୍ଧ୍ୟାରେ କର୍ପୁର ଆଳତି କରିବା ଉଚିତ ।
6- ବାସ୍ତୁ ଅନୁସାରେ ଘର ଭିତରର ରଙ୍ଗ ନାଲି,ନୀଳ, କଳା କରିବା ଅନୁଚିତ । ପଇସା ରଖିବା ସ୍ଥାନ ହାଲକା ହଳଦିଆ ହେଲେ ଶୁଭ ହୋଇଥାଏ ।
7- ଫାଟି ଯାଇଥିବା ବସ୍ତ୍ର ପିନ୍ଧି ବାହାରକୁ ଯିବା ଅନୁଚିତ । ଏହା ଦ୍ଵାରା ଦୁର୍ଭାଗ୍ୟ ଘରକୁ ଆସିଥାଏ ।
8- ଘରର ଯେଉଁ କୋଠରିରେ ଆପଣ ଟଙ୍କା ରଖୁଛନ୍ତି ସେଠାରେ ଝାଡୁ ରଖିବା ଅନୁଚିତ । ଏହା ଦ୍ବାରା ଧନ ହାନି ହୋଇଥାଏ ।
9- ଘରେ ପିତଳରେ ତିଆରି ମାଛ ବା କଇଁଛ ରଖିଲେ ଶୁଭ ହୋଇଥାଏ । ଟଙ୍କା ରଖୁଥିବା ଜାଗାରେ ହାତୀ ଥିବା ଲକ୍ଷ୍ମୀଙ୍କ ଫୋଟୋ ଲଗାଇଲେ ଧନ ବୃଦ୍ଧି ହୋଇଥାଏ ।
10- ଘରର ମୁଖ୍ୟଦ୍ଵାରରେ ସ୍ଵସ୍ତିକ ଚିହ୍ନ ଲଗାଇଲେ ବା ଲକ୍ଷ୍ମୀ ଓ ଗଣେଶଙ୍କ ଫୋଟୋ ରଖିଲେ ଘର ପାଇଁ ଶୁଭ ହୋଇଥାଏ ।
11- ଘରର ଉତ୍ତର ଦିଗରେ ପାଣି ଭର୍ତ୍ତି ମାଠିଆ ରଖିଲେ ବା ଉତ୍ତର ଦିଗ କାନ୍ଥରେ ଝରଣା ଚିତ୍ର ଥିବା ଫୋଟୋ ଲଗାଇଲେ ଶୁଭ ହେବା ସହ ମା ଲକ୍ଷ୍ମୀଙ୍କ କୃପା ମିଳିଥାଏ ।
12- ଘରର କବାଟ, ଝରକା ଖୋଲିଲା ବେଳେ ଶବ୍ଦ ହେବା ଅଶୁଭ ହୋଇଥାଏ । ଏହା ଦ୍ବାରା ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ ।
13- ଘରର ଛାତରେ ଖାଲି ମାଠିଆ, ପୁରୁଣା ରଦି ଜିନିଷ ବା ଖରାପ ହୋଇଥିବା ବିଦ୍ୟୁତ ଉପକରଣ ରଖିବା ଉଚିତ ନୁହେଁ ।
14- ଘରେ ଖଟ ତଳେ ତେଲ, ଲୁଣ, ଖାଲି ପାତ୍ର ଅଳିଆ ରଖନ୍ତୁ ନାହିଁ । ଏହା ଦ୍ବାରା ଅସାନ୍ତି ଓ ଭାଗ୍ୟ ଉଦୟ ହୋଇନ ଥାଏ ।
15- ଦିନ ସମୟରେ ଖାଇବା ପରେ ଦକ୍ଷିଣକୁ ମୁଣ୍ଡ କରି ବିଶ୍ରାମ କରିଲେ ଶରୀରରେ ଶକ୍ତିର ସଂଚାର ସଠିକ ହୋଇଥାଏ । ଜାତକରେ ରାହୁ ଜନିତ ସମସ୍ଯା ଦୂର କରିବା ପାଇଁ ମୂଳା ଦାନ କରିବା, ନଦୀରେ କ୍ଷୀର ସହ ଜଅ ପ୍ରବାହିତ କରିବା ଉଚିତ ହୋଇଥାଏ ।
16- ଯଦି ପାଣିରେ ପରିସ୍ରା ଲାଗେ ତେବେ ଏହା ବହୁତ ଅମଙ୍ଗକାରୀ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।