ମନୋରଞ୍ଜନ

ମହାରାଜାରେ ଜନ୍ମଦିନ ପାଳିଲେ ସବ୍ୟସାଚୀ: ‘ପୁଷ୍କରାର ସଫଳତା ବଡ଼ ଉପହାର’ – Utkal Mail


ଭୁବନେଶ୍ବର: ଅଭିନେତା ସବ୍ୟସାଚୀ ମିଶ୍ର ଆଜି ପ୍ରଶଂସକଙ୍କ ଗହଣରେ ମହାରାଜା ସିନେମା ହଲ୍‌ରେ ନିଜର ଜନ୍ମଦିନ ପାଳନ କରିଛନ୍ତି। ତାଙ୍କ ଜନ୍ମଦିନ ପାଳନ ପାଇଁ ମହାରାଜା ହଲ୍‌ ପକ୍ଷରୁ ଟିକେଟ୍‌ରେ ସ୍ବତନ୍ତ୍ର ରିହାତି ବ୍ୟବସ୍ଥା କରାଯାଇଥିଲା। ଆଜି କେବଳ ମାତ୍ର ଶହେ ଟଙ୍କାରେ ଦର୍ଶକଙ୍କୁ ପୁଷ୍ପରା ଫିଲ୍ମର ଟିକେଟ୍‌ ଦେଇଥିଲା ମହାରାଜା ହଲ୍‌। ଚଳଚ୍ଚିତ୍ର ପୁଷ୍ପରା ଓ ନାୟକ ସବ୍ୟଙ୍କୁ ଦେଖିବାକୁ ଦର୍ଶକଙ୍କ ଲମ୍ବା ଧାଡ଼ି ଲାଗିଥିଲା। ହଲ୍‌ରେ ପହଞ୍ଚିବା ପରେପରେ ଦର୍ଶକମାନେ ସବ୍ୟଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଥିଲେ। କିଏ ତାଙ୍କ ସହ ସେଲ୍‌ଫି ନେଇଥିଲେ ତ କିଏ ହାତ ମିଳାଇଥିଲେ। ପୁଷ୍କରା ସିନେମାର ସଫଳତା ପାଇଁ ସେମାନେ ଶୁଭେଚ୍ଛା ଜଣାଇଥିଲେ। ଆଜି ସବ୍ୟ ତାଙ୍କ ସୋସିଆଲ୍‌ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି ଯେ ପୂର୍ବରୁ ଜନ୍ମଦିନ ଅନେକ ଆସିଥିଲା ଏବଂ ଆଗକୁ ଆସୁଥିବ। ପୁଷ୍କରା ତାଙ୍କୁ ନୂଆ ଜନ୍ମ ଦେଇଛି। ମହାପ୍ରଭୁଙ୍କ ଆଶୀର୍ବାଦରେ ପୁଷ୍କରା ଯେମିତି ଭଲ ପାଇବା ପାଉଛି, ତାହା ବୋଧେ ତାଙ୍କ ଜନ୍ମଦିନର ସବୁଠୁ ବଡ଼ ଉପହାର ବୋଲି ସେ ଲେଖିଛନ୍ତି। ଓଡ଼ିଆ ସିନେମାର ଭବିଷ୍ୟତ ଆଉ ଅନ୍ଧାରକୁ ଯିବାକୁ ଦେବେନି ବୋଲି ସେ ଜନ୍ମଦିନରେ ସଂକଳ୍ପ କରିଥିବା ପୋଷ୍ଟ କରିଛନ୍ତି। ସୂଚନାଯୋଗ୍ୟ ଯେ ଆଜି ବେଙ୍ଗାଲୁରୁ, ଚେନ୍ନାଇରେ ଫୁଷ୍କରା ରିଲିଜ୍ ହୋଇଥିବାରୁ ପ୍ରବାସୀମାନେ ଦେଖିବାର ସୁଯୋଗ ପାଇବେ। ବହୁତ ଶୀଘ୍ର ହାଇଦ୍ରାବାଦ, ମୁମ୍ବାଇ, ଦିଲ୍ଲୀ, ସୁରଟ ଓ ଅନ୍ୟ ସହରମାନଙ୍କରେ ପୁଷ୍କରା ରିଲିଜ୍ ହେବ ବୋଲି ‌ସୂଚନା ଦେଇଛନ୍ତି।

‘ପୁଷ୍କରାର ସଫଳତା ବଡ଼ ଉପହାର’

ବେଙ୍ଗାଲୁରୁ, ଚେନ୍ନାଇରେ ରିଲିଜ୍ ହେଲା ପୁଷ୍କରା

ଖୁବ୍‌ ଶୀଘ୍ର ହାଇଦ୍ରାବାଦ, ମୁମ୍ବାଇ, ଦିଲ୍ଲୀ, ସୁରଟରେ ରିଲିଜ୍

ପୁଷ୍କରାର ପ୍ରଚାର କଲେ ଅର୍ଚ୍ଚିତା

ଭୁବନେଶ୍ବର: ଅନେକ କହୁଛନ୍ତି, ‘ଏମିତି ଦାଢ଼ିଆ ପୁଷ୍କରା ସ୍ବାମୀକୁ ତମେ ଏତେ ବର୍ଷ ହେଲା କେମିତି ସହୁଚ? ମୋ ଉତ୍ତର ହେଉଛି ‘ସିନେମା ପାଇଁ ଗୋଟେ କଳାକାର ହିସାବରେ ତାଙ୍କର ଯୋଉ ସମର୍ପଣ ଭାବ, ତା ସାମନାରେ ମୁଁ କିଛି ନୁହେଁ। ମୁଁ ଗର୍ବିତ ଯେ, ଦୁଇ ବର୍ଷ ଧରି ଆସୁଥିବା ସବୁ ସିନେମା ଅଫର୍‌କୁ ପ୍ରତ୍ୟାଖ୍ୟାନ କରି, କେବଳ ଗୋଟିଏ ସିନେମା ପଛରେ ଲାଗିଲା ଭଳି କଳାକାର ବୋଧେ ବିରଳ। ଏହା ତାଙ୍କ ଚେଷ୍ଟା ଓ ନିଷ୍ଠା ଏବଂ ଆପଣମାନଙ୍କର ତାଙ୍କ ପ୍ରତି ଭଲ ପାଇବାର ନିଦର୍ଶନ। ମୋର ପ୍ରାର୍ଥନା ଓ ବିଶ୍ବାସ, ଏଇ ପ୍ରୟାସ ଆଉ ଏଇ ସିନେମା ନିଶ୍ଚୟ ଓଡ଼ିଶାରେ କିଛି ନୂଆ ଆଲୋଡ଼ନ ଆଣିବ।’
ଏ ପୋଷ୍ଟ ଜଣେ ଅଭିନେତ୍ରୀ, ଜଣେ ଧର୍ମପତ୍ନୀ ଓ ଜଣେ ଓଡ଼ିଆ ଚଳଚିତ୍ରକୁ ଭଲ ପାଉଥିବା ଝିଅର। ଏ ପୋଷ୍ଟ ଅର୍ଚିତା ସାହୁଙ୍କର। ସ୍ବାମୀ ସବ୍ୟସାଚୀଙ୍କ ନୂଆ ଚଳଚିତ୍ର ‘ପୁଷ୍ପରା’ର ପ୍ରମୋସନ ପାଇଁ ଅର୍ଚିତା ଯେଉଁ ଭଳି ପ୍ରୟାସ କରିଛନ୍ତି ତାଙ୍କୁ ନେଇ ସବୁ ମହଲରେ ପ୍ରଶଂସା କରାଯାଉଛି। ପୁ୍ଷ୍ପରା ଚଳଚିତ୍ର ସୁଟିଂ ଆରମ୍ଭ ଦିନରୁ ଅର୍ଚିତା ଚଳଚିତ୍ରକୁ ପ୍ରମୋସନ କରି ଆସିଛନ୍ତି। ସାମାଜିକ ଗଣମାଧ୍ୟମର ବିଭିନ୍ନ ପେଜ୍‌ରେ ଅର୍ଚିତା ଶତାଧିକ ସୃଜନଶୀଳ ପୋଷ୍ଟ କରିଛନ୍ତି। ଫ୍ୟାନ୍‌ଙ୍କ ସହଯୋଡ଼ି ହୋଇଛନ୍ତି, ଗୋଟି ଗୋଟି କରି ପ୍ରଶ୍ନର ଉତ୍ତର ବି ରଖିଛନ୍ତି। ଓଡ଼ିଆ ଉପନ୍ୟାସ ‘ନାଦବିନ୍ଦୁ’ ଆସିଥିବା ଏହି ମୌଳିକ ଓଡ଼ିଆ କାହାଣୀ, ଉଚ୍ଚକୋଟିର ସଂଳାପ, ସଂଗୀତ ଓ କଳାକାରଙ୍କ ଅଭିନୟ ଏବଂ ଶୁଭ୍ରାଶୁଂ ଦାସଙ୍କ ନିର୍ଦ୍ଦେଶନା ସବୁ କିଛି ଲୋକଙ୍କୁ ଛୁଇଁଛି। ବିଭିନ୍ନ କାରଣରୁ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି ବିପରୀତ ଧାରାରେ ଗତି କରୁଥିବା ଚର୍ଚ୍ଚା ହେଉଥିବା ବେଳେ ‘ପୁଷ୍କରା’ ଚଳଚିତ୍ର ଜଗତ ଏବଂ ଅଭିନେତା ସବ୍ୟସାଚୀ ମିଶ୍ର ଓ ଅଭିନେତ୍ରୀ ସୁପ୍ରିୟା ନାୟକଙ୍କ ପାଇଁ ଏକ ମାଇଲଖୁଣ୍ଟ ବୋଲି କୁହାଯାଉଛି। ଓଡ଼ିଆ ଜନଜୀବନ ସହ ଯୋଡ଼ି ହୋଇଥିବା ଏହି କାହାଣୀ ୧୫ ଦିନ ପରେ ବି ଦର୍ଶକଙ୍କୁ ପ୍ରେକ୍ଷାଳୟକୁ ଟାଣି ନେଉଛି। ଚା ଖଟି ଠାରୁ ଆରମ୍ଭ କରି ସାମାଜିକ ଗଣମାଧ୍ୟମ, ସବୁଠି ‘ପୁଷ୍ପରା’ ଚର୍ଚ୍ଚା। ହେଲେ ପୁଷ୍କରା ଓ ସବ୍ୟଙ୍କ ଏହି ସଫଳ ଯାତ୍ରାରେ ଅର୍ଚିତାଙ୍କ ବଡ଼ ଯୋଗଦାନ ଯେ ରହିଛି ଏହାକୁ ଅସ୍ବୀକାର କରାଯାଇ ପାରିବ ନାହିଁ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button