ଦେଶ ବିଦେଶ

ଏମିତି ଗୋଟେ ଦରଘା ଯେଉଁଠି ଲୋକଙ୍କ ସହ ବନ୍ଧୁତା ନିଭାନ୍ତି ବିଛାମାନେ, ସମ୍ପୁର୍ଣ୍ଣ ଖବର ଜାଣି ଘୂରିଯିବ ଆପଣଙ୍କ ମୁଣ୍ଡ

ବିଛା ଏମିତି ବିଷାକ୍ତ ପ୍ରଜାତି ର ଜୀବ ଯାହା ଡଙ୍କ ଦ୍ଵାରା ମଣିଷ ମୃତ୍ୟୁ ନିଦ୍ରା ରେ ଯାଇଥାଏ, ଲୋକମାନେ ବିଛା କୁ ବହୁତ ଡରନ୍ତି । ଯଦି ଭୁଲରେ କାହାକୁ ବିଛା ଦେଖା ଯାଏ ତେବେ ଲୋକ ବିଛା ଦେଖି ଡଋ ପଳାନ୍ତି । କିନ୍ତୁ ଉତ୍ତରପ୍ରଦେଶ ରେ ଏମିତି ଗୋଟେ ଦରଗାହ ଜାଗା ଅଛି ଯେଉଁଠି ଲୋକଙ୍କ ମଧ୍ୟ ରେ ବିଛା ରୁହନ୍ତି । ଏହି ଦରଗାହକୁ ଲୋକ ବିଛା ବାଲା କବର ବୋଲି କୁହନ୍ତି, ତେବେ ଏହି ଦରଗାହ ହଜରତ ସୈଯଦ ଶାହ ଶଫରୁଦୀନ ଉଦ୍ଦୀନ ସାହବଙ୍କର ଅଟେ କିନ୍ତୁ ଏହି ଜାଗା ଏଠାରେ ରହୁଥିବା ବିଛାମାନଙ୍କ ପାଇଁ ପ୍ରସିଦ୍ଧ ଅଟେ ।

Image Courtesy: Google

ଯେଉଁ ଲୋକ କବର ରେ ଚାଦର ବା ଧୂପ ଦେଖେଇବା ପାଇଁ ଯାନ୍ତି ସେ ଏହି ବିଛାମାନଙ୍କ ସହ ଖେଳନ୍ତି ଓ ଏହି ବିଛାମାନେ ମଧ୍ୟ କବର ଭିତରେ ଥିବା ଲୋକଙ୍କୁ କେବେ ଡଙ୍କ ମାରନ୍ତି ନାହିଁ କିନ୍ତୁ କବର ବାହାରେ ଏହି ବିଛା ଗୁଡିକ ନିଜ କାମ କରନ୍ତି ଓ ଲୋକଙ୍କୁ ଡଙ୍କ ମଧ୍ୟ ମାରନ୍ତି । ଏହି କବର ୮୦୦ ବର୍ଷ ପୁରୁଣା ଅଟେ କିନ୍ତୁ ଆଶ୍ଚର୍ଯ୍ୟ କଥା ଏହା ଯେ କୋଟି କୋଟି ବିଛା ଏଠାରେ ବାସ କରନ୍ତି ଓ ଲୋକଙ୍କ ମଧ୍ୟ ରେ ବୁଲନ୍ତି ।

Image Courtesy: Google

ଏଠାରେ ମାନ୍ୟତା ଅଛି ଯେ ବାବାକୁ ପଚାରି ବା ଆଜ୍ଞା ନେଇ ଯେଉଁ ମଣିଷ ଏହି ବିଛାମାନଙ୍କୁ ବାହାରୁକୁ ନେଇ ଯାଇଥାଏ ସେହି ଲୋକକୁ ବିଛା ଡଙ୍କ ମାରେ ନାହିଁ କିନ୍ତୁ ସଠିକ ସମୟ ରେ କବର ରେ ନଫେରେଇଲେ ବିଛା ସେହି ଲୋକକୁ ଡଙ୍କ ମାରି ଥାଏ । ଏହି ଦରଗାହକୁ ହିନ୍ଦୁ ମୁସ୍ଲିମ ଦାରାଗାହ ମଧ୍ୟ କୁହା ଯାଏ କାହିଁକିନା ଏଠାରେ ଲୋକ ଧର୍ମ ଠାରୁ ଅଧିକ ଭଲ ମଣିଷ ହୋଇଥାନ୍ତି ଏହି କବର ରେ ଆସୁଥିବା ଲୋକଙ୍କ ମନରୁ ଖରାପ ଭାବନା ଆପେ ଆପେ ଦୂର ହୋଇ ଥାଏ।

Image Courtesy: Google

ଏଠାରେ ଥିବା ବିଛାମାନଙ୍କ ବଦଳିଥିବା ଅଭ୍ଯାସ ପାଇଁ ଲୋକ ଏହାକୁ ଚମତ୍କାର ବୋଲି ମାନନ୍ତି କିନ୍ତୁ ଏହି କଥା ଉପରେ ବିଶ୍ଵାସ କରିବା ଟିକେ କଠିନ ଅଟେ କିନ୍ତୁ ଯେଉଁ ଲୋକ ଏହାକୁ ନିଜ ଆଖି ରେ ଦେଖନ୍ତି ତାଙ୍କ ପାଇଁ ଏହା ବହୁତ ଆଶ୍ଚର୍ଯ୍ୟପୂର୍ଣ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button