କ୍ରାଇମ

ବାସଭବନରୁ ୩ ମୃତଦେହ ଉଦ୍ଧାର: ହତ୍ୟା ଓ ଆତ୍ମହତ୍ୟା ସନ୍ଦେହ

ହାଇଦ୍ରାବାଦ: କେନ୍ଦ୍ରୀୟ ଅବକାରୀ ଓ ଜିଏସ୍‌ଟିର ଜଣେ ଅତିରିକ୍ତ କମିସନର, ତାଙ୍କ ମା’ ଓ ଭଉଣୀଙ୍କ ମୃତଦେହ କେରଳରେ ଥିବା ତାଙ୍କ ବାସଭବନରୁ ମିଳିଛି ଏବଂ ପୁଲିସ ଏହାକୁ ହତ୍ୟା ଓ ଆତ୍ମହତ୍ୟା ବୋଲି ସନ୍ଦେହ କରୁଛି। ମନିଷ ବିଜୟ ୪ ଦିନ ଛୁଟି ପରେ କାମକୁ ନ ଫେରିବାରୁ ତାଙ୍କ ସହକର୍ମୀମାନେ ତାଙ୍କ ଘରକୁ ଯାଇଥିବା ବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା। ମନିଷଙ୍କ ସହକର୍ମୀମାନେ ଅଧିକାରୀଙ୍କ ଘରୁ ପ୍ରବଳ ଦୁର୍ଗନ୍ଧ ବାହାରୁଥିବା ଦେଖି  ପୁଲିସକୁ ଖବର ଦେଇଥିଲେ। ମନିଷ ଓ ତାଙ୍କ ଭଉଣୀ ଶାଳିନୀଙ୍କୁ ଅଲଗା ଅଲଗା କୋଠରିରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ମା’ ଶକୁନ୍ତଳାଙ୍କ ମୃତଦେହ ଶଯ୍ୟାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଧଳା ପୋଷାକ ପିନ୍ଧିଥିବା ବୃଦ୍ଧାଙ୍କ ପାଖରେ ଫୁଲ ରଖାଯାଇଥିବା ପୁଲିସ ଜାଣିବାକୁ ପାଇଥିଲା।

ଫଳରେ ପ୍ରଥମେ ମା’ଙ୍କ ମୃତ୍ୟୁ ହୋଇଥିବା କିମ୍ବା ତାଙ୍କୁ ହତ୍ୟା କରାଯାଇଥିବା ଏବଂ ପରେ ଭାଇଭଉଣୀ ଆତ୍ମହତ୍ୟା କରିଥିବା ସନ୍ଦେହ ସୃଷ୍ଟି ହୋଇଛି। କୋଚି ପୁଲିସ କମିସନର ପୁଟ୍ଟା ବିମଳାଦିତ୍ୟ କହିଛନ୍ତି ଫରେନସିକ୍ ପରୀକ୍ଷା ପରେ ହିଁ ଆମେ କହିପାରିବୁ ଯେ ସେମାନଙ୍କ ମୃତ୍ୟୁ କେବେ ଓ କିପରି ହୋଇଛି। ପୁଲିସ ଗୋଟିଏ କୋଠରିରୁ ଏକ ଡାଏରି ମଧ୍ୟ ପାଇଛି, ଯେଉଁଥିରେ ବିଦେଶରେ ରହୁଥିବା ତାଙ୍କ ଭଉଣୀଙ୍କୁ ସେମାନଙ୍କ ମୃତ୍ୟୁ ବିଷୟରେ ଅବଗତ କରାଯିବା ଉଚିତ ବୋଲି ଲେଖାଯାଇଛି। ଝାଡ଼ଖଣ୍ଡର ମୂଳ ବାସିନ୍ଦା ଏହି ପରିବାର କେରଳର ଏର୍ଣ୍ଣାକୁଲମ୍ ଜିଲ୍ଲାର କାକନାଡ କଷ୍ଟମ କ୍ୱାର୍ଟର୍ସରେ ରହୁଥିଲେ।

ସୂଚନା ଅନୁଯାୟୀ, ଶାଳିନୀ ୨୦୦୬ ଝାଡ଼ଖଣ୍ଡ ଲୋକସେବା ଆୟୋଗ (ଜେପିଏସସି) ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଏବଂ ଡେପୁଟି କଲେକ୍ଟର ଭାବେ ନିଯୁକ୍ତି ପାଇଥିଲେ। କିନ୍ତୁ ପରେ ତାଙ୍କ ପଦବିକୁ ଚ୍ୟାଲେଞ୍ଜ କରାଯାଇ ତାଙ୍କୁ ବହିଷ୍କାର କରାଯାଇଥିଲା। ୨୦୨୪ରେ ଏହି ମାମଲାର ସିବିଆଇ ତଦନ୍ତ ପରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା ଏବଂ ଶୁଣାଣି ଚାଲିଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button