ଦେଶ ବିଦେଶ

ଗୋଟିଏ ଟିକା ଦେବାର ଥିଲା, କିନ୍ତୁ ୫ ଦିନର ଶିଶୁକୁ ୫ଟି ଟିକା ଦେଲେ ନର୍ସ; ‘ଆଇସିୟୁ’ରେ ଶିଶୁ – Utkal Mail


ତିରୁଅନନ୍ତପୁରମ୍‌: କେରଳ ରାଜ୍ୟର ପଲକ୍କଡ଼ ଜିଲ୍ଲା ଅନ୍ତର୍ଗତ ଗୋଟାଏ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ନର୍ସ ଗୋଟାଏ ୫ ଦିନର କଅଁଳାପିଲାକୁ ଗୋଟିଏ ଟିକା ଦେବା ପରିବର୍ତ୍ତେ ଭୁଲ୍‌କ୍ରମେ ୫ଟି ଟିକା ଦେଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।

‘ଭ୍ୟାକ୍‌ସିନ୍‌ ଓଭର୍‌’ ଡୋଜ୍‌ ହେବା କାରଣରୁ ଶିଶୁଟି ସମ୍ପ୍ରତି ଜିଲ୍ଲା ହସ୍ପିଟାଲ୍‌ର ‘ଆଇସିୟୁ’ରେ ଭର୍ତ୍ତି କରାଯାଇଛି।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଘଟଣାଟି ବୁଧବାର ଦିନ ଘଟିଥିଲା। ଛୁଆଟିକୁ ‘ବିସିଜି’ ଟିକା ଦିଆଇବା ପାଇଁ ତା’ର ବାପାମାଆ ନାଦିରଶାହା ଓ ସିବିନା ପିରାୟିଗିରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ। କିନ୍ତୁ, ସେଠାରେ ଛୁଆଟିକୁ ‘ବିସିଜି’ ସହିତ ‘ଆଇଭିପି’, ‘ପିସିଭି’, ‘ଓପିଭି’ ଓ ‘ରୋଟାଭାଇରସ୍‌’ ଟିକା ବି ଦେଇ ଦିଆଗଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button