ଖଣ୍ଡଗିରିରେ ଓକାୟା ଇଭିର ନୂଆ ସୋ’ରୁମ୍ – Utkal Mail
ଭୁବନେଶ୍ବର: ଇଲେକ୍ଟ୍ରିକ୍ ଯାନ ନିର୍ମାତା ଓକାୟା ଇଭି ଚଳିତ ବର୍ଷ ପୂଜା ସୁଦ୍ଧା ତିନିଟି ନୂଆ ମଡେଲ୍ର ଯାନ ଆଣିବାକୁ ଯୋଜନା ରଖିଛି। ବର୍ତ୍ତମାନ କଂପାନି ପାଖରେ ୭ଟି ମଡେଲ୍ ରହିଛି। ସେଥରୁ ଦୁଇଟି ଅଣ ଆର୍ଟିଓ ମଡେଲ୍ ହୋଇଥିବା ବେଳେ ୫ଟି ହେଉଛି ଆର୍ଟିଓ ମଡେଲ୍। ସେଥିରେ କଂପାନି ଆଉ ତିନି ମଡେଲ୍ ଯୋଡ଼ିବ। ଆସିବାକୁ ଥିବା ନୂଆ ଗାଡ଼ି ମଧ୍ୟରୁ ଗୋଟିଏ ଇଲେକ୍ଟ୍ରିକ୍ ବାଇକ୍ ହୋଇଥିବା ବେଳେ ଅନ୍ୟ ଦୁଇଟି ହେଉଛି ହାଇସ୍ପିଡ୍ ସ୍କୁଟର।
ଆଜି ଖଣ୍ଡଗିରିଠାରେ ଓକାୟା ଇଭିର ନୂଆ ସୋ’ରୁମ୍ ଏଆଣ୍ଡ୍ଟି ଅଟୋମୋବାଇଲ୍ସକୁ ଉଦ୍ଘାଟନ କରିବା ଅବସରରେ କଂପାନିର ଆଞ୍ଚଳିକ ପ୍ରବନ୍ଧକ-ପୂର୍ବାଞ୍ଚଳ ଅବୁଜାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଦେଶ ଓ ରାଜ୍ୟର ପ୍ରତି ଜିଲ୍ଲାରେ ନିଜ ଉପସ୍ଥିତି ଜାହିର କରିବା ହେଉଛି ଆମର ପ୍ରାଥମିକତା। ଏଆଣ୍ଡ୍ଟି ଅଟୋମୋବାଇଲ୍ସର ମୁଖ୍ୟ ଅସିଫ୍ ମହମ୍ମଦ କହିଛନ୍ତି ଯେ ଓକାଭା ଇଭିର ମୁଖ୍ୟ ଆକର୍ଷଣ ହେଉଛି ଏହାର ଗାଡ଼ିରେ କେବେ ନିଆଁ ଲାଗେ ନାହିଁ। ଷ୍ଟାଇଲ୍ ଓ ଶକ୍ତି ଦୃଷ୍ଟିରୁ ଏହା ବେଶ ଆକର୍ଷଣୀୟ। ଉଦ୍ଘାଟନୀ ଅଫରରେ ଆମେ ପ୍ରଥମ ୪୦ ଗ୍ରାହକଙ୍କୁ ୧ ଗ୍ରାମ ସୁନା କଏନ୍ ମାଗଣାରେ ପ୍ରଦାନ କରିବୁ ଏବଂ ଗ୍ରାହକମାନେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସ୍ବ୍ୟାକ୍ ବି ପାଇପାରିବେ। ଗ୍ରାହକମାନେ ୯୯୯ ଟଙ୍କାରେ ଗାଡ଼ି ବୁକିଂ କରିପାରିବେ। ଓକାୟା ଇଭିର ଇ-ସ୍କୁଟରଗୁଡ଼ିକ ମୂଲ୍ୟ ୭୫ ହଜାର ଟଙ୍କାରୁ ଆରମ୍ଭ ହୋଇ ୧ ଲକ୍ଷ ୪୪ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି।