ଜୀବନଶୈଳୀ

ଘରର ଏହି ଦିଗରେ ଭୁଲରେ ବି ଲଗାନ୍ତୁ ନାହିଁ ଘଣ୍ଟା ଘରେ ହୋଇପାରେ ଅକାଳ ମୃତ୍ୟୁ

ଆସନ୍ତୁ ଜାଣିବା ଏପରି କେତୋଟି ଅନୁଚିନ୍ତା ବିଷୟରେ ଯାହାକୁ ମାନିଲେ ଆପାଣଙ୍କ ଘରେ କେବେ ପଇସାର ଅଭାବ ରହି ରହିବ ନାହିଁ। ଯଦି ଘରେ ଲୋକଙ୍କର ମାନସିକ ଦୁଶ୍ଚିନ୍ତା ଲାଗି ରହୁଥାଏ, ତେବେ ତାଙ୍କଦ୍ବାରା ମାଟିର ପାତ୍ରରେ ବୃକ୍ଷ ରୋପଣ କରି ବୃକ୍ଷରେ ସବୁଦିନେ ପାଣିଦେଲେ ତାହା ଦୂରହୋଇଥାଏ। ବିବାହିତା ସ୍ତ୍ରୀମାନେ ରାତିରେ ଚୁଟି ଖୋଲାରଖି ଶୁଅନ୍ତୁ ନାହିଁ ଏହା ଅମଙ୍ଗଳ ହୋଇଥାଏ । ଠାକୁର ପୂଜା କଲାବେଳେ ତଳେ, ପିଢ଼ା ଉପରେ କିମ୍ବା ପଥର ଉପରେ ବସିକି ପୁଜାକରନ୍ତୁ ନାହିଁ ଆସନ ପକାଇ ପୂଜା କରନ୍ତୁ । ଘରର ପାଣି ଟ୍ୟାପରୁ ପାଣି ଟପ ଟପ୍ ପଡ଼ିଲେ ଅଶୁଭ ହୋଇଥାଏ ତୁରନୁ ମରାମତି କରନ୍ତୁ । ଘରର ମୁଖ୍ୟ ଦ୍ଵାର ପୂର୍ବ କିମ୍ବା ଉତ୍ତର ଦିଗରେ ରହିବା ଉଚିତ। ଦକ୍ଷିଣ ଦିଗରେ ମୁଖ୍ୟ ଦ୍ଵାର ରହିଲେ ଘରେ କଳହ, ନକରାତ୍ମକ ଉର୍ଜା ଓ ସ୍ବାସ୍ଥ୍ୟ ଜନିତ ଅସୁବିଧା ହୋଇଥାଏ।

ପୂଜାରେ ଯାଆଁଳା କଦଳୀ ଭୋଗକ ଗକଲେ ବହୁତ ଶୁଭ ହୋଇଥାଏ ଏବଂ ଶିବଙ୍କ ଲିଙ୍ଗରେ ଚଢାଇଲେ ମଙ୍ଗଳ ହୋଇଥାଏ । ଟଙ୍କା ରଖୁଥିବା ଆଲମାରିର ମୁହଁ ଦକ୍ଷିଣ ଦିଗକୁ ରଖନ୍ତୁ ନାହିଁ ଅନ୍ୟ ଦିଗକୁ ରଖିଲେ ଶୁଭ ହୋଇଥାଏ ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ, କୋଠରୀରେ କାନ୍ଥ ଘଣ୍ଟାର ସର୍ବୋତ୍ତମ ଦିଗ ହେଉଛି ଉତ୍ତର ଏବଂ ପୂର୍ବ। ଘଣ୍ଟାକୁ ଏହି ଦିଗରେ ରଖିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। କୋଠରୀର ଦକ୍ଷିଣ ଦିଗରେ ଘଡି ଲଗାଇବା ଉଚିତ ନୁହେଁ। ଏହା କରିବା ଦ୍ଵାରା ଟଙ୍କାର ଅସୁବିଧା ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ସବୁ ରୁମ ରେ ଘଡି ଲଗାଇବା ଉଚିତ ନୁହେଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button