ଦେଶ ବିଦେଶ

ସମ୍ମାନ ପାଇଁ ହତ୍ୟା: ଗର୍ଭବତୀ ଝିଅକୁ ହତ୍ୟା କରି ଫିଙ୍ଗିଦେଲେ ବାପା-ମା – Utkal Mail


କାନପୁର: ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାର ଶାହାପୁର ପୁଲିସ ଷ୍ଟେସନ ଅଞ୍ଚଳରେ ଏକ ଦମ୍ପତି ସେମାନଙ୍କ ଅବିବାହିତ ଗର୍ଭବତୀ ଝିଅକୁ ହତ୍ୟା କରି ମୃତଦେହକୁ ନଦୀରେ ଫିଙ୍ଗି ଦେଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ରବିବାର ଦିନ ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଏହି ମାମଲାରେ ଅଭିଯୁକ୍ତ ବାପା-ମାଙ୍କୁ ଗିରଫ କରାଯାଇଛି। ଅଧିକାରୀଙ୍କ କହିବାନୁସାରେ, ଶନିବାର ଦିନ ଶାହାପୁରର ଗୋଏଲା ଗ୍ରାମରେ ବିଜେନ୍ଦ୍ର ଏବଂ ତାଙ୍କ ପତ୍ନୀ କୁସୁମ ସେମାନଙ୍କ ଅବିବାହିତ ଗର୍ଭବତୀ ଝିଅକୁ ତଣ୍ଟି ଚିପି ହତ୍ୟା କରିଥିଲେ | ଆଉ ଏହା ପରେ ପ୍ରମାଣ ଲୁଚାଇବାକୁ ମୃତଦେହକୁ ନଦୀରେ ଭସାଇଦେଇଥିଲେ | ପୁଲିସ ଅଧିକାରୀଙ୍କ କହିବାନୁସାରେ, ଯୁବତୀ ଜଣକ ତାଙ୍କ ପ୍ରେମିକ ରାହୁଲଙ୍କ ବିରୋଧରେ କୋର୍ଟରେ ବିବୃତ୍ତି ରେକର୍ଡ କରିବାକୁ ମନା କରିଦେଇଥିଲେ। ଆଉ ଏଥିରେ ରାଗିଯାଇ ବାପା-ମା ଜନ୍ମକଲା ଝିଅକୁ ହତ୍ୟା କରିଥିଲେ |

ପୁଲିସ ଅଧୀକ୍ଷକ ସଞ୍ଜୀବ ସୁମନ ଗଣମାଧ୍ୟମକୁ କହିଛନ୍ତି ଯେ ବିଜେନ୍ଦ୍ର ଏବଂ କୁସୁମଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି ଏବଂ ସେମାନଙ୍କୁ ଗିରଫ କରାଯାଇଛି। ସୁମନଙ୍କ ଅନୁଯାୟୀ, ଯୁବତୀ ଜଣକ ନିଖୋଜ ହୋଇଥିବା ନେଇ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପିତାମାତାଙ୍କୁ ପଚରାଉଚରା କରିଥିଲା। ପଚରାଉଚରା ବେଳେ ଉଭୟ ସ୍ୱୀକାର କରିଥିଲେ ଯେ ସେମାନେ ନିଜ ଝିଅକୁ ତଣ୍ଟି ଚିପି ହତ୍ୟା କରିଥିଲେ ଏବଂ ପରେ ତାଙ୍କ ମୃତଦେହକୁ ନଦୀରେ ଫିଙ୍ଗି ଦେଇଥିଲେ।

ପୁଲିସର ସୂଚନାନୁସାରେ, ଯୁବତୀ ଜଣକ ଏକ ବର୍ଷ ପୂର୍ବେ ଗାଁରେ ରହୁଥିବା ପ୍ରେମିକ ରାହୁଲଙ୍କ ସହ ପଳାଇ ଯାଇଥିଲା । ଏହାପରେ ଯୁବତୀଙ୍କ ବାପା-ମା ରାହୁଲଙ୍କ ବିରୋଧରେ ଦୁଷ୍କର୍ମ ଓ ଅପହରଣର ଅଭିଯୋଗ ଆଣିଥିଲେ | ଏହାପରେ ପୁଲିସ ଖୋଜାଖୋଜି କରିବା ପରେ ଅଭିଯୁକ୍ତ ରାହୁଲକୁ ଗିରଫ କରିଥିବାବେଳେ ଯୁବତୀଙ୍କୁ ତାଙ୍କ ବାପା-ମା ଙ୍କ ଜିମାରେ ଛାଡିଥିଲା | ରାହୁଲ ବର୍ତ୍ତମାନ ଜେଲରେ ଅଛନ୍ତି। ଅପହରଣ ମାମଲାରେ ସାକ୍ଷ୍ୟ ଗ୍ରହଣ ପାଇଁ କୋର୍ଟରେ ଯୁବତୀ ହାଜର ହେବାର ଥିଲା | ତେବେ ଯୁବତୀ ସାକ୍ଷୀ ଦେବାକୁ ମନା କରିଦେଇଥିଲେ | ଏଥିରେ ରାଗିଯାଇ ବାପା-ମା ଝିଅକୁ ମାରିଦେଇଥିଲେ |




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button